Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଠଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ: ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ
ଆଜିର ଖବର

ଆଠଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ: ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ

August 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
chidambaram
ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସୋମବାର ବିଭାଗ ସହ ଜଡ଼ିତ ୮ଟି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ କରିଛନ୍ତି। ପୁନର୍ଗଠନରେ ହୋଇଥିବା ପରିବର୍ତ୍ତନ ସେପ୍ଟେମ୍ବର ୧୩ରୁ କାର୍ଯ୍ୟକାରୀ ହେବ। କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ କରାଯାଇଛି।

କଂଗ୍ରେସ ନେତା ପି ଭଟ୍ଟାଚାର୍ଯ୍ୟ ଅବସର ନେବା ପରେ ଗୃହ କମିଟିରେ ସ୍ଥାନ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଚିଦାମ୍ବରମଙ୍କୁ ସାମିଲ କରାଯାଇଛି। ତିନୋଟି ଅପରାଧିକ ନ୍ୟାୟ ଆଇନ ସମ୍ବନ୍ଧୀୟ ବିଲ ପରିବର୍ତ୍ତନ ଉପରେ ଆଲୋଚନା ହେବ
ଚିଦାମ୍ବରମଙ୍କୁ ଗୃହ କମିଟିରେ ସାମିଲ କରାଯାଇଥିବାବେଳେ ଏହି କମିଟି ୩ଟି ବିଲରେ ପରିବର୍ତ୍ତନ ନେଇ ଆଲୋଚନା କରିବାକୁ ଯାଉଛି। ଏହି ତିନୋଟି ବିଲ ଅପରାଧିକ ଆଇନ ସହ ଜଡ଼ିତ । ଏହି ତିନୋଟି ବିଲ ଆଇପିସି ୧୮୬୦, ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ୧୮୭୨ ଏବଂ କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ୧୯୭୩ର ସ୍ଥାନ ନେବ। ସେମାନଙ୍କ ସ୍ଥାନରେ ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍, ଇଣ୍ଡିଆନ୍ ଏଭିଡେନ୍ସ ଏବଂ ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ କୋଡ୍ ଲାଗୁ ହେବ। ଅଗଷ୍ଟ ୧୧ ରେ ଗୃହମନ୍ତ୍ରୀ ଅମିତ ଶାହା ଏହି ତିନୋଟି ବିଲ୍ ସଂସଦରେ ଆଗତ କରିଥିଲେ ।

କଂଗ୍ରେସ ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଗୃହ କମିଟିର ସଦସ୍ୟ ଅଛନ୍ତି

ସମୁଦାୟ ୨୪ଟି ଷ୍ଟାଣ୍ଡିଂ କମିଟି ରହିଛି। ପ୍ରତି କମିଟିରେ ୩୧ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଲୋକସଭାର ୨୧ ଜଣ ଓ ରାଜ୍ୟସଭାର ୧୦ ଜଣ ସଦସ୍ୟ ଅଛନ୍ତି। ଚିଦାମ୍ବରମଙ୍କ ବ୍ୟତୀତ କଂଗ୍ରେସ ଲୋକସଭା ସାଂସଦ ଅଧୀର ରଞ୍ଜନ ମଧ୍ୟ ଗୃହ କମିଟିର ସଦସ୍ୟ ଅଛନ୍ତି। ବିଜେପି ସାଂସଦ ବ୍ରଜ ଲାଲଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି।

ଗୃହ, ଆଇଟି, ପ୍ରତିରକ୍ଷା ଭଳି ପ୍ରମୁଖ କମିଟି ବିଜେପି ହାତରେ

ଅଗଷ୍ଟ ୨୮ରେ ରାଜ୍ୟସଭାରେ ନୋଟିସ୍ ଜାରି କରାଯାଇଥିଲା। ଲୋକସଭା ବାଚସ୍ପତିଙ୍କ ପରାମର୍ଶକ୍ରମେ ରାଜ୍ୟସଭା ଅଧ୍ୟକ୍ଷ ୮ଟି ସ୍ଥାୟୀ କମିଟିର ପୁନର୍ଗଠନ କରିଛନ୍ତି। ଏହା ସେପ୍ଟେମ୍ବର ୧୩ରୁ ଲାଗୁ ହେବ। ସେପଟେ ୬ଟି ମୁଖ୍ୟ ଷ୍ଟାଣ୍ଡିଂ କମିଟିର ନେତୃତ୍ୱ ନେଉଛି ବିଜେପି। ଏହି ୬ଟି କମିଟି ହେଉଛି ଗୃହ, ଆଇଟି, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ସ୍ୱାସ୍ଥ୍ୟ।

ଗୃହ କମିଟି ଜଗଦୀପ ଧନଖଡ ପି ଚିଦାମ୍ବରମ ରାଜ୍ୟସଭା ଅଧ୍ୟକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026
Latest News

୨୦ତମ ତୋଷାଳି ସ୍ଵଦେଶୀ ମେଳାକୁ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

February 15, 2026

ମହାଶିବରାତ୍ରୀ: ଶିବ ପୂଜା ପାଇଁ ବେଲପତ୍ର ତୋଳୁଛନ୍ତି କି? ତେବେ ମାନନ୍ତୁ ଏହି ନିୟମ

February 15, 2026

ଗଣମାଧ୍ୟମ ଦ୍ୱାରା ଆୟୋଜିତ ପ୍ରାଇଡ ଅଫ ଓଡ଼ିଶା ସମ୍ମାନରେ ଯୋଗଦେଲେ ରାଜ୍ୟପାଳ

February 15, 2026

ଆଜି ଫେବୃୟାରୀ ୧୫ ତାରିଖ ରବିବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

February 15, 2026

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.