ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ସଙ୍କଟ, ପଢନ୍ତୁ ପାଣିପାଗ ଅପଡେଟ

Published: Sep 2, 2023, 12:45 pm IST

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ରେ ଭାରତ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ କାଣ୍ଡିର ପଲ୍ଲେକେଲେରେ ଖେଳାଯିବ। ଏହା ହେଉଛି ଏସିଆ କପ୍ ର ତୃତୀୟ ମ୍ୟାଚ୍। ପାକିସ୍ତାନ ଏହାର ପ୍ରଥମ ମ୍ୟାଚରେ ନେପାଳକୁ ପରାସ୍ତ କରିଥିଲା। ଏବେ ସେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସହ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଅନୁଯାୟୀ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ରିପୋର୍ଟ ଅନୁଯାୟୀ, କାଣ୍ଡିରେ ବର୍ତ୍ତମାନ ପ୍ରବଳ ବର୍ଷା ହେଉଛି। ଦୀର୍ଘ ସମୟ ଧରି ବର୍ଷା ହେଉଛି। ବର୍ତ୍ତମାନ ବର୍ଷା ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ। ମେଘ ଆହୁରୀ ଘନୀଭୂତ ହେଉଛି। ସମୟ ଆରମ୍ଭରୁ ମ୍ୟାଚ୍ ହେବାର ବହୁତ କମ୍ ସୁଯୋଗ ଅଛି।

Related posts