‘ଇଣ୍ଡିଆ ପରିବର୍ତ୍ତେ ଭାରତ ଶବ୍ଦ ବ୍ୟବହାର କରିବାରେ ଅଭ୍ୟସ୍ତ ହେବା ଉଚିତ’: ଆରଏସଏସ ମୁଖ୍ୟ

Published: Sep 2, 2023, 2:16 pm IST

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭଗବତ ଏକ କାର୍ଯ୍ୟକ୍ରମ ସମୟରେ ଲୋକଙ୍କୁ ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦେଶର ନାମ ଇଣ୍ଡିଆ ନୁହେଁ ଶତାବ୍ଦୀ ଧରି ଭାରତ ହୋଇଆସୁଛି। ସେଥିପାଇଁ ଆମେ କେବଳ ଏହାର ପୁରୁଣା ନାମ ବ୍ୟବହାର କରିବା ଉଚିତ୍।

ସରସଂଘ ମୁଖ୍ୟ ସକଳ ଜୈନ ସମାଜର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ‘ଆମ ଦେଶର ନାମ ଶତାବ୍ଦୀ ଧରି ଭରତ ହୋଇଆସୁଛି। ଭାଷା ଯାହା ହେଉନା କାହିଁକି, ନାମ ସମାନ ରହିଥାଏ। ଭାଗବତ କହିଛନ୍ତି ଯେ, ‘ଆମ ଦେଶ ହେଉଛି ଭାରତ ଏବଂ ଆମକୁ ସମସ୍ତ ବ୍ୟବହାରିକ କ୍ଷେତ୍ରରେ ଇଣ୍ଡିଆ ଶବ୍ଦ ବ୍ୟବହାର ବନ୍ଦ କରିବା ଏବଂ ଭାରତ ଶବ୍ଦ ବ୍ୟବହାର କରିବା ଆରମ୍ଭ କରିବାକୁ ପଡିବ, ସେତେବେଳେ ହିଁ ପରିବର୍ତ୍ତନ ଆସିବ। ଆମ ଦେଶକୁ ଭାରତ ଡାକିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା ବୁଝିବାକୁ ପଡିବ।

ଭାରତରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ‘ହିନ୍ଦୁ’:

ଏହାପୂର୍ବରୁ ଶୁକ୍ରବାର ଦିନ ସେ କହିଥିଲେ ଯେ, ଭାରତ ଏକ ‘ହିନ୍ଦୁ ରାଷ୍ଟ୍ର’ ଏବଂ ସମସ୍ତ ଭାରତୀୟ ହିନ୍ଦୁ ଏବଂ ସମସ୍ତ ଭାରତୀୟ ହିନ୍ଦୁତ୍ୱର ପ୍ରତିନିଧିତ୍ୱ କରନ୍ତି। ଲୋକଙ୍କ ଆଶା ବିଷୟରେ ସେ କହିଛନ୍ତି ଯେ, ସଂଘ ଏସବୁ ବିଷୟରେ ଚିନ୍ତା କରିବା ଉଚିତ୍।

Related posts