ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୫ରେ ଇଣ୍ଡିଆ ସାଂସଦଙ୍କ ବୈଠକ ଡାକିଲେ ଖଡଗେ

Published: Sep 3, 2023, 5:57 pm IST

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସେପ୍ଟେମ୍ବର ୫ରେ ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି।

ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ପାଇଁ ବିରୋଧୀ ଦଳମାନେ ରଣନୀତି ସ୍ଥିର କରିବେ ବୋଲି ସୂତ୍ରରୁ ପ୍ରକାଶ। ଖଡଗେ ତାଙ୍କ ରାଜାଜୀ ମାର୍ଗ ସ୍ଥିତ ବାସଭବନରେ ଏହି ବୈଠକ ଡାକିଛନ୍ତି। ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବିରୋଧୀ ଇଣ୍ଡିଆ ମେଣ୍ଟ ପରସ୍ପର ସହ ମିଶି କାମ କରୁଛି ଏବଂ ୨୦୨୪ ଲୋକସଭା ନିର୍ବାଚନ ସହିତ ବିଭିନ୍ନ କ୍ଷେତ୍ରରେ ଏକଜୁଟ ହୋଇ ବିଜେପିକୁ ମୁକାବିଲା କରିବାକୁ ଯୋଜନା କରୁଛି। ନିକଟରେ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ମେଣ୍ଟ ଏକାଠି କାର୍ଯ୍ୟ କରିଛି।

Related posts