ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଖୁବ ଶୀଘ୍ର ଘୋଷଣା: ଏହି ଖେଳାଳିମାନେ ପାଇବେ ସ୍ଥାନ

Published: Sep 3, 2023, 7:12 pm IST

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଦେଶରେ ଖେଳାଯିବାକୁ ଥିବା ୨୦୨୩ ODI ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁଯାୟୀ, ଆଗାମୀ ODI ବିଶ୍ୱକପ ପାଇଁ ଚୟନକର୍ତ୍ତାମାନେ ଭାରତର ୧୫ ଜଣିଆ ଦଳକୁ ଚୂଡାନ୍ତ କରିଛନ୍ତି। ଏସିଆ କପ୍ ପାଇଁ ମନୋନୀତ ହୋଇଥିବା ୧୮ ଜଣିଆ ଦଳ ମଧ୍ୟରୁ ତିନି ଜଣ ଖେଳାଳିଙ୍କୁ ବାଦ ଦିଆଯାଇଛି।

ଏହି ତିନି ଖେଳାଳି ବିଶ୍ୱକପ ଦଳରେ ସ୍ଥାନ ପାଇନାହାଁନ୍ତି:

ଏସିଆ କପ୍ ପାଇଁ ମନୋନୀତ ୧୮ ସଦସ୍ୟ ବିଶିଷ୍ଟ ଦଳର ତିନିଜଣ ଖେଳାଳି ବିଶ୍ୱକପ୍ ଦଳରେ ସ୍ଥାନ ପାଇ ନାହାଁନ୍ତି। ରିପୋର୍ଟ ଅନୁଯାୟୀ, ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା, ଦ୍ରୁତ ବୋଲର ପ୍ରସୀଦ କୃଷ୍ଣ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ବିଶ୍ୱକପ ପାଇଁ ମନୋନୀତ ହୋଇନାହାଁନ୍ତି।

କେ.ଏଲ୍ ରାହୁଲ ସମ୍ପୂର୍ଣ୍ଣ ଫିଟ୍:

ବିସିସିଆଇର ଡାକ୍ତରୀ ଦଳ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଛନ୍ତି। ସେ ଖୁବ୍ ଶୀଘ୍ର ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆରେ ଯୋଗଦେବେ। ଏହା ସହିତ ତାଙ୍କର ବିଶ୍ୱକପ ଖେଳିବାର ରାସ୍ତା ମଧ୍ୟ ସଫା ହୋଇଯାଇଛି।

ଏହି ୧୫ ଖେଳାଳି ବିଶ୍ୱକପ ଦଳରେ ମନୋନୀତ ହୋଇଥିଲେ:

ବିଶ୍ୱକପ ପାଇଁ ୧୫ ଜଣିଆ ଦଳରେ ୭ ଜଣ ବ୍ୟାଟ୍ସମ୍ୟାନ୍ ଚୟନ କରାଯାଇଛି। ଏଥିରେ ରୋହିତ ଶର୍ମା, ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ ଏବଂ ଇଶାନ କିଶନ ଅନ୍ତର୍ଭୁକ୍ତ। ତିନି ଅଲରାଉଣ୍ଡର, ଜଣେ ମୁଖ୍ୟ ସ୍ପିନର ଏବଂ ଚାରି ଦ୍ରୁତ ବୋଲର ଦଳରେ ସ୍ଥାନ ପାଇଛନ୍ତି। ଏଥିରେ ଅକ୍ସର ପଟେଲ, କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଭୁକ୍ତ। ଦ୍ରୁତ ବୋଲରଙ୍କ ହିସାବରେ ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

୨୦୨୩ ଦିନିକିଆ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ରିଜର୍ଭ ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ) , ରବିନ୍ଦ୍ର ଜାଡ଼େଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରା।

Related posts