Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ପରିବେଶ ଦିବସ : ବୃକ୍ଷ ରୋପଣ କରି ବାୟୁ ପ୍ରଦୂଷଣ ରୋକନ୍ତୁ
ଆଜିର ଖବର

ବିଶ୍ବ ପରିବେଶ ଦିବସ : ବୃକ୍ଷ ରୋପଣ କରି ବାୟୁ ପ୍ରଦୂଷଣ ରୋକନ୍ତୁ

June 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ଵରେ ଜୁନ ୫ରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ୧୯୭୨ରେ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ୧୯୭୪ ଜୁନ ୫ରୁ ପ୍ରତିବର୍ଷ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଆସୁଛି। ଏହି ଦିବସରେ ବିଶ୍ଵରେ ସବୁଠାରୁ ଅଧିକ ଚାରାରୋପଣ କରାଯାଇଥାଏ। ବର୍ତ୍ତମାନ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଔଦ୍ୟୋଗିକ ପ୍ରଦୂଷଣ, ବିକିରଣ, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂର ବିପଦ ବଢ଼ିବାରେ ଲାଗିଛି। ୧୯୮୬ରେ ପରିବେଶ ସମ୍ବନ୍ଧୀୟ ଅଧିନିୟମ ଲାଗୁ କରାଯାଇଥିଲା। ଜଙ୍ଗଲ ଧ୍ୱଂସ କାରଣରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଏବେ ମୁଣ୍ଡବିନ୍ଧାର ବିଷୟ ପାଲଟିଲାଣି। ଯଦି ଏହିପରି ଚାଲେ ତେବେ ଋତୁଚକ୍ରରେ ପରିବର୍ତ୍ତନ ଆସିବା ସ୍ବାଭାବିକ। ପ୍ରତିବର୍ଷ  ନୂଆ ଥିମ୍‌ ସହ ଏହି ଦିବସକୁ ପାଳନ କରାଯାଇଥାଏ। ଚଳିତବର୍ଷର ଥିମ ରହିଛି ‘ବିଟ୍‌ ଏୟାର୍‌ ପଲ୍ୟୁସନ୍‌’।   ପ୍ଲାଷ୍ଟିକର ବ୍ୟବହାର କମ୍‌ କରିବା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଉଚିତ। ଫଳରେ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରିବ। ସରକାରୀ ସ୍ତରରେ ହେଉ ଅଥବା ବେସରକାରୀ ସ୍ତରରେ ହେଉ ଏହି ଦିବସରେ ବୃକ୍ଷ ରୋପଣ କରିବା ସହିତ ବାୟୁପ୍ରଦୂଷଣ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଏହି କ୍ରମରେ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି । ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଗଛ ଲଗାଇବା ଉଚିତ ବୋଲି ସେମାନେ ବାର୍ତ୍ତା ଦେଉଛନ୍ତି। ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା, ଅଭିନେତା ଟାଇଗର ଶ୍ରଫ୍‌ ପ୍ରମୁଖ ଆଜିର ଦିନରେ ଗଛ ଲଗାଇଛନ୍ତି। ନିଜ ପିଲାମାନଙ୍କ ସହ ଦିୟା ଗଛ ଲଗାଇବା ସମୟର କିଛି ଫଟୋ ଭାଇରାଲ ହେଉଛି। ସେହିଭଳି ବାନ୍ଦ୍ରାରେ ଟାଇଗର ମଧ୍ୟ ଗଛ ଲଗାଇ ସଚେତନତା ବାର୍ତ୍ତା ଦେଇଛନ୍ତି।  ସେହିପରି ବିଶ୍ବ ପରିବେଶ ଦିବସ ଅବସରରେ ବାଲୁକା ଶିଳ୍ପୀ ବାୟୁ ପ୍ରଦୂଷଣରୁ ମୁକ୍ତ ପାଇଁ  ଗଛ ଲଗାନ୍ତୁ ବୋଲି ବାର୍ତ୍ତା ଦେବା ସହିତ ବାଲୁକା କଳା ମାଧ୍ୟମରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ଆହ୍ବାନ ଦେଇଛନ୍ତି। ଆଜିର ଏହି ବିଶ୍ବ ପରିବେଶରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ପ୍ରଯତ୍ନ କରିବା ସହିତ ବୃକ୍ଷ ରୋପଣ କରିବା ଉଚିତ୍‌।

world yesbank thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.