Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଲ ପଦ୍ଧତିରେ ନେପାଳକୁ ୧୦ ୱିକେଟରେ ହରାଇଲା ଭାରତ; ସୁପର -୪ ରେ ପାଇଲା ସ୍ଥାନ
ଆଜିର ଖବର

ଡିଏଲ ପଦ୍ଧତିରେ ନେପାଳକୁ ୧୦ ୱିକେଟରେ ହରାଇଲା ଭାରତ; ସୁପର -୪ ରେ ପାଇଲା ସ୍ଥାନ

September 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ନେପାଳକୁ ପରାସ୍ତ କରିଛି। ବର୍ଷା ପ୍ରଭାବିତ ମ୍ୟାଚରେ ଟିମ୍ ଇଣ୍ଡିଆ ନେପାଳକୁ ୧୦ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଟିମ୍ ଇଣ୍ଡିଆ ସୁପର- ୪ ରାଉଣ୍ଡରେ ପହଞ୍ଚିଛି। ବର୍ଷା ପରେ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଜିତିବା ପାଇଁ ଭାରତୀୟ ଦଳକୁ ୨୩ ଓଭରରେ ୧୪୫ ରନ୍ ର ଟାର୍ଗେଟ ଥିଲା। ଭାରତୀୟ ଦଳ ୨୦.୧ ଓଭରରେ ବିନା କୌଣସି ୱିକେଟ ହରାଇ୧୪୭ ରନ ସ୍କୋର କରି ଏହି ମ୍ୟାଚ ଜିତିଥିଲା।

ଚମକିଲେ ରୋହିତ ଶର୍ମା ଏବଂ ଶୁଭମାନ ଗିଲ:

କ୍ୟାପଟେନ ରୋହିତ ଶର୍ମା ଭାରତୀୟ ଦଳ ପାଇଁ ୫୯ ବଲରେ ୭୪ ରନ ଖେଳିଥିଲେ। ସେ ତାଙ୍କ ଇନିଂସରେ ୬ ଟି ଚୌକା ଓ ୫ ଟି ଛକା ମାରିଥିଲେ। ଶୁଭମାନ ଗିଲ ୬୨ ବଲରୁ ୬୭ ରନ ସ୍କୋର କରିଥିଲେ। ସେ ନିଜ ଇନିଂସରେ ୮ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଭାରତ-ନେପାଳର ଅବସ୍ଥା ଏପରି ଥିଲା:

ଏହାପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନେପାଳ ପ୍ରଥମେ ବ୍ୟାଟିଂ କରି୪୮.୨ ଓଭରରେ ୨୩୦ ରନ ସଂଗ୍ରହ କରିଥିଲା। ନେପାଳ ପାଇଁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆସିଫ୍ ଶେଖ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଆସିଫ ଶେଖ ୯୭ ବଲରେ ୫୮ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୮ ଟି ଚୌକା ମାରିଥିଲେ। ୫୬ ବଲରେ ସୋମପାଲ କାମି ୪୮ ରନ ସ୍କୋର କରିଥିଲେ। କୁଶଲ ଭୁର୍ଟେଲ ୨୫ ବଲରୁ ୩୮ ରନ୍ ସଂଗ୍ରହ କରିଥିଲେ।

ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ଭାରତ ପାଇଁ ୩-୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ୧-୧ ୱିକେଟ୍ ମିଳିଥିଲା।

ଏସିଆ କପ୍-୨୦୨୩ ର ଶେଷ ଲିଗ୍ ମ୍ୟାଚ୍ ସେପ୍ଟେମ୍ବର ୫ ତାରିଖରେ ଖେଳାଯିବ। ଏଥି ସହିତ ସେପ୍ଟେମ୍ବର ୬ ତାରିଖ ରୁ ସୁପର -୪ ରାଉଣ୍ଡ ମ୍ୟାଚ୍ ଖେଳାଯିବ। ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ ଖେଳାଯିବ।

ନେପାଳ ଭାରତ ରୋହିତ ଶର୍ମା ଶୁଭମାନ ଗିଲ ସୁପର-୪
Share. Facebook Twitter LinkedIn Email WhatsApp Copy Link

Related Posts

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026
Latest News

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ଆଠ ମାସରେ ୨ କୋଟି ଥର ଡାଉନଲୋଡ୍ ହୋଇଛି ରେଲୱାନ୍ ସୁପରଆପ୍

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଜାମସେଦପୁରରେ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବରେ ଅଂଶଗ୍ରହଣ କଲେ ରାଷ୍ଟ୍ରପତି

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.