Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ
ଆଜିର ଖବର

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ

April 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ
ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୩୪୩୫ ସିଲିଣ୍ଡର ଜବତ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି। ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହାକୁ ପ୍ରତିହତ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀ ମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି। ଏହି ଟିମ ଗୁଡିକ ଦୈନିକ ଭିତ୍ତିରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ତତ୍ତ୍ଵବଧାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରୁଛନ୍ତି।

ଏ ଦିଗରେ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୭୦୨ଟି ଗ୍ୟାସ ଏଜେନ୍ସି ଓ ୧୨୧୩ଟି ଅନ୍ୟ ସ୍ଥାନ ରହିଛି। ଏହି ସବୁ ସ୍ଥାନରୁ ୩୪୩୫ ସିଲିଣ୍ଡର ଜବତ କରାଯାଇଛି। ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୨୩ ମାମଲା ରୁଜୁ କରାଯିବା ସହ ୨୩ଟି ଏଫଆଇଆର ଦାଖଲ କରାଯାଇଛି। ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି।

ଏଲପିଜି ଗ୍ୟାସ ଗ୍ୟାସ କଳାବଜାରୀ ସିଲିଣ୍ଡର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026
Latest News

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.