ଆୟୁଷ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ସ୍ଥାୟି ନିଯୁକ୍ତି ନେଇ ଶୋଭା ଯାତ୍ରା

Published: Sep 5, 2023, 9:54 am IST

ଭୁବନେଶ୍ଵର: ଭୁବନେଶ୍ୱର ଅଭିର୍ଣ ଚନ୍ଦ୍ର ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଛାତ୍ର ଛାତ୍ରୀ ଆୟୁଷ ସମ୍ପର୍କିତ ବିଭିନ୍ନ ସମସ୍ୟା, ନିଯୁକ୍ତି ନେଇ ଗତ ମାସ ୨୫ତାରିଖରୁ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ। ପରେ ଗତ ୩୧ତାରିଖରୁ କଲେଜ ସମ୍ମୁଖରେ ଧାରଣା ଅବ୍ୟାହତ ରଖିଥିବା ବେଳେ ସୋମବାର ସମସ୍ତ ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ରାମମନ୍ଦିର ଛକ ମାଷ୍ଟ୍ରର କ୍ୟାଣ୍ଟିଂନ ଓ ଲୋୟର ପିଏମଜି ପରିକ୍ରମା କରି ଥିଲେ।

ଅଲ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନର ସଭାପତି ରାଜେଶ ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭା ଯାତ୍ରାରେ କଲେଜର ହାଉସ ସର୍ଜନ, ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଦୀର୍ଘ ୨୧ବର୍ଷ ଧରି ନୂତନ ହୋମିଓପ୍ୟାଥିକ ଓ ଆୟୁର୍ବେଦ ଦିସ୍ପେନସାରି ଖୋଲା ନ ଯିବାର କାରଣ ନେଇ ତୀବ୍ର ପ୍ରତିକିୟା ପ୍ରକାଶ କରିଥିଲେ।

ତୁରନ୍ତ ଷ୍ଟାଇପେଣ୍ଡ ବୃଦ୍ଧି, ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ। ଏଥିରେ ଡା ଅମୀୟ ଦାସ, ଡା ଲୋପାମୁଦ୍ରା ଖଟୋଇ, ଡା ଶୁଭେନ୍ଦୁ ଦାସ, ଡା ଶୁଭ୍ର ରଂଜନ ଦାସ, ଡା କରିନା ପତିତ, ଡା ଅମୀୟ ପରିଡା, ଡା ଶୋଭାବତୀ ନାୟକ, ଡା ସୌରଭ ମହାରଣାଡା ନିଚିକେତ ଗୁପ୍ତା ପ୍ରମୁଖ ନେତୃତ୍ୱ ନେଇଥିଲେ।

ସେଇ ଭଳି ରାଜ୍ୟର ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ରାଜ୍ୟର ସମସ୍ତ ଆୟୁଷ କଲେଜରେ ଅନୁରୂପ ଧାରଣା ଓ ଶୋଭା ଯାତ୍ରା ଆଦି ଅନୁଷ୍ଠିତ ହୋଇଥିଲା।

Related posts