Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି-୨୦ ଶିଖର ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ
ଆଜିର ଖବର

ଜି-୨୦ ଶିଖର ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ

September 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ।

ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ ଯୋଗାଣ ପାଇଁ ସାର୍ବଜନୀନ ପ୍ରଯୁକ୍ତି ପ୍ଲାଟଫର୍ମ (ପିଟିପି)କୁ ପ୍ରଦର୍ଶିତ କରାଯିବ। ଅନ୍ତର୍ଜାତୀୟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ଆଗନ୍ତୁକମାନେ ଇଣ୍ଟରଆକ୍ଟିଭ ପ୍ରଦର୍ଶନୀ ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ହାସଲ କରିପାରିବେ। ସହଜ ଋଣ ଲଗାଣ ପାଇଁ କେନ୍ଦ୍ର ସରକାର ପିଟିପି ବ୍ୟବସ୍ଥା ଆରମ୍ଭ କରିଛନ୍ତି। କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସହଜରେ ଋଣ ଯୋଗାଇ ଦେବା ଲାଗି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କିଭଳି ଡିଜିଟାଲକରଣ କରାଯାଇଛି ଏବଂ ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ମାତ୍ର କିଛି ମିନିଟ୍‌ ମଧ୍ୟରେ କିଭଳି ଋଣ ପାଇପାରୁଛନ୍ତି ତାହା ପ୍ରଦର୍ଶନୀରେ ଦେଖିବାର ସୁଯୋଗ ମିଳିଛି। ସରକାରଙ୍କ ପିଟିପି ପ୍ଲାଟଫର୍ମ ଗ୍ରାମାଞ୍ଚଳରେ ଋଣ ବଣ୍ଟନ ବ୍ୟବସ୍ଥାରେ ବିପ୍ଳବ ଆଣିଛି।

ରିଜର୍ଭ ବ୍ୟାଙ୍କର ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ପ୍ରଦର୍ଶନୀ ପାଭିଲିୟନରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିରେ ଆରବିଆଇର ଡିଜିଟାଲ ରୂପୀ ଓ ଏହାର ଯାତ୍ରା ସମ୍ପର୍କରେ ସୂଚନାମୂଳକ ଭିଡିଓ ପ୍ରଦର୍ଶିତ ହେବ। ପରୀକ୍ଷାମୂଳକ ଭିତ୍ତିରେ ଡିଜିଟାଲ ମୁଦ୍ରା ଆରମ୍ଭ କରିଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କମାନେ ପ୍ରଦର୍ଶନୀ ପରିସରରେ ଡିଜିଟାଲ ମୁଦ୍ରା କାରବାର ଦେଖାଇବେ।

ୟୁପିଆଇ ୱାନ ୱାର୍ଲ୍ଡ ଅତିଥିମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ କାରବାରର ସୁବିଧା ଦେଖିପାରିବେ। ଭାରତରେ ବ୍ୟାଙ୍କ ଏକାଉଣ୍ଟ ଥିଲେ ୟୁପିଆଇ ମାଧ୍ୟମରେ କିଭଳି ତୁରନ୍ତ ଡିଜିଟାଲ ଅର୍ଥ କାରବାର ହୋଇପାରିବ ତାହା ଏହି ପ୍ରଦର୍ଶନୀରେ ବିଦେଶାଗତ ଅତିଥିମାନେ ଦେଖିବାକୁ ପାଇପାରିବେ।

ରୂପେ ଅନ୍‌ ଦ ଗୋ ପ୍ରଦର୍ଶନୀରେ ଗ୍ରାହକମାନେ ପିନ୍ଧିଥିବା ଘଣ୍ଟା, ମୁଦି, ଚାବି ଚେନ୍‌ ଆଦି ଜରିଆରେ ସ୍ପର୍ଶମୁକ୍ତ ଅର୍ଥ ପଇଠ କରିବାର ସୁବିଧାକୁ ଅନୁଭବ କରିପାରିବେ। ଏହା ବିଶ୍ୱସ୍ତରୀୟ ଉତ୍ପାଦ ସହିତ ଘରୋଇ କାର୍ଡ ଯୋଜନାର ଗ୍ରହଣୀୟତାକୁ ପ୍ରଦର୍ଶିତ କରିବ।

ସୀମାପାର୍‌ ବିଲ୍‌ ପଇଠ ଲାଗି ଭାରତ ବିଲ୍‌ ପେମେଣ୍ଟ ବ୍ୟବସ୍ଥା (ବିବିପିଏସ) ଆରବିଆଇ ପାଭିଲିୟନରେ ପ୍ରଦର୍ଶିତ ହେବ। ଘରୋଇ ଏବଂ ସୀମାପାର ଅର୍ଥ କାରବାର ସୁବିଧା ଦେବା ପାଇଁ ଫିନଟେକ୍‌ ଓ ପାରମ୍ପରିକ ଉଦ୍ୟୋଗ ସହିତ ଯୋଡ଼ି ହେବା ଲାଗି ବିବିପିଏସ ପ୍ଲାଟଫର୍ମର ଗ୍ରହଣୀୟତା ଏଥିରେ ପ୍ରଦର୍ଶିତ ହେବ।

କିଷାନ କ୍ରେଡିଟ୍‌ କାର୍ଡ ଜି-୨୦ ଭାରତୀୟ ରିଜର୍ଭ ବ୍ୟାଙ୍କ ୟୁପିଆଇ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.