Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାୟକଙ୍କୁ ଦୂର୍ବ୍ୟବହାର ଅଭିଯୋଗ: ଥାନାକୁ ଗଲା ବିଜେଡି ମହିଳା ମୋର୍ଚ୍ଚା
ଆଜିର ଖବର

ବିଧାୟକଙ୍କୁ ଦୂର୍ବ୍ୟବହାର ଅଭିଯୋଗ: ଥାନାକୁ ଗଲା ବିଜେଡି ମହିଳା ମୋର୍ଚ୍ଚା

September 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ଜନୈକା ମହିଳା ଦୂର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। କୁଜଙ୍ଗ ଥାନା ବାଗୋଇ ଗ୍ରାମ ବଟ ମହାପୁରୁଷ ମଠର ବିକାଶକାର୍ଯ୍ୟର ସମୀକ୍ଷା କରିବାକୁ ଯାଇଥିବା ବେଳେ ବିଧାୟକଙ୍କୁ ଜନୈକା ସ୍ଥାନୀୟ ମହିଳା ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିଧାୟକଙ୍କ ସହ ସ୍ଥାନୀୟ ଅଂଚଳବାସୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ମହିଳାଙ୍କ ନାମରେ ବିଜୁ ଜନତା ଦଳର ମହିଳା ଶାଖା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ସବିତା ମହାପାତ୍ରଙ୍କ ତେୃତ୍ୱରେ ଶତାଧିକ ମହିଳା କୁଜଙ୍ଗବ୍ଳକ ନିକଟରେ ଏକାଠୀ ହୋଇ ଏକ ଶୋଭାଯାତ୍ରାରେ ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଗତ ଚଳିତ ମାସ ୧ ତାରିଖରେ ତାରିଖରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କୁଜଙ୍ଗ ବ୍ଳକ ବାଗୋଇ ପଂଚାୟତ ଗସ୍ତ କରିଥିଲେ। ଏହି ସମୟରେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଳକ ଅତିରିକ୍ତ ସହକାରୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ବାରିକଙ୍କ ସହିତ ବାଗୋଇ ଗ୍ରାମର ବଟ ମହାପୁରୁଷ ମଠକୁ ଯାଇଥିଲେ। ସେଠାରେ ୫-ଟି ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଠର ବିକାଶ ପାଇଁ ୧୭ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏହି ବ୍ୟୟ ବିନିମୟରେ କାର୍ଯ୍ୟ କିପରି ତ୍ୱରିତ ଭାବେ ସମ୍ପନ୍ନ କରାଯାଇ ପାରିବ ସେନେଇ ସେଠାରେ ଏକ ସମୀକ୍ଷା ବୈଠକ କରିଥିଲେ।

ଏହି ସମୟରେ ରବିନ୍ଦ୍ର ସ୍ୱାଇଁଙ୍କ ପତ୍ନୀ କାଂଚନ ସ୍ୱାଇଁ ନାମକ ଜନୈକା ସ୍ଥାନୀୟ ମହିଳା ସେଠାରେ ପହଂଚି ସେହି ନିର୍ମାଣ କାର୍ଯ୍ୟକୁ ନିଜେ କରିବାକୁ ଜିଦ ଧରିଥିଲେ। ଏହି ସମୟର କାର୍ଯ୍ୟକଳାପକୁ ସେ ଭିଡିଓ ବନାଇ ଏହାକୁ କାଂଟଛାଟ କରି ବିଧାୟକଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଥିଲେ।

ପ୍ରକାଶ ଥାଉକି ମହିଳାଙ୍କ ସ୍ୱାମୀ ରବିନ୍ଦ୍ର ପୂର୍ବରୁ କଂଟ୍ରୋଲ ଡିଲର ଭାବେ କାର୍ଯ୍ୟ କରୁଥିଲେ। ଅନିୟମିତତା ଅଭିଯୋଗ କାରଣରୁ ତାଙ୍କୁ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ନିଲମ୍ବିତ କରାଯାଇଥିଲା। ତେବେ ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ କିଛି ବିରୋଧୀ ରାଜନୈତିକ ଦଳର କୁପ୍ରରୋଚନାରେ ଏହିପରି ଘଟାଇଥିବା ମହିଳା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି।

ଏହି ଅବସରରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ସମିତିସଭ୍ୟା ସଶ୍ମୀତା ନାୟକ, ବିଶ୍ୱାଳୀ ସମିତିସଭ୍ୟା ସତ୍ୟଭାମା ସାମଲ,ବଗଦିଆ ସରପଂଚ ମଞ୍ଜୁଲତା ବେହେରା, ଗୋପିଆକୁଦ ସମିତିସଭ୍ୟା ସାକ୍ରା ଟୁଡୁ, ନାରୀନେତ୍ରୀ ନନ୍ଦିନୀ ପଣ୍ଡା, ବାଗୋଇ ସରପଂଚ ପ୍ରଭାଞ୍ଜଳୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟା କନକପ୍ରଭା ବେହେରା, ଅବନ୍ତୀ ମାଝୀ, ସୁଭାଶିନୀ କର, ଜ୍ୟୋର୍ତିମୟୀ ସ୍ୱାଇଁ, ଜ୍ୟୋତ୍ସ୍ନାମୟୀ ପଟ୍ଟନାୟକ, ଫତେପୁର ସମିତିସଭ୍ୟା ଇଂ.ଅମିତା ସ୍ୱାଇଁ, ମେନକା ପରିଡା ପ୍ରମୁଖ ଶତାଧିକ ମହିଳା ଯୋଗଦେଇଥିଲେ।

ସମ୍ବିତ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.