Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଦ୍ଭୁତ! ପୃଥିବୀ ଓ ଚନ୍ଦ୍ରଙ୍କ ସହ ‘ସେଲ୍ଫି’ ପଠାଇଲା ସୂର୍ଯ୍ୟଯାନ
ଆଜିର ଖବର

ଅଦ୍ଭୁତ! ପୃଥିବୀ ଓ ଚନ୍ଦ୍ରଙ୍କ ସହ ‘ସେଲ୍ଫି’ ପଠାଇଲା ସୂର୍ଯ୍ୟଯାନ

September 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସେପ୍ଟେମ୍ବର ୨ ତାରିଖରେ ସୂର୍ଯ୍ୟ ଅଧ୍ୟୟନ ପାଇଁ ପଠାଯାଇଥିବା ଆଦିତ୍ୟ ଏଲ୍ ୧ ସଦ୍ୟତମ ଅପଡେଟ୍ ଦେଇଛି। ଅପଡେଟ୍‍ରୁ ଲାଗୁଛି ଯେମିତି ସୂର୍ଯ୍ୟାୟନ ସେଠାରେ ବହୁତ ଉପଭୋଗ କରୁଛି। ସେ ସେଠାରେ ମହାକାଶରେ ପୃଥିବୀ ଓ ଚନ୍ଦ୍ର ସହ ସେଲ୍ଫି ନେଉଛି। ଆଦିତ୍ୟ ଏଲ୍ ୧କୁ ନେଇ ଇସ୍ରୋ ଏକ ଭିଡିଓ ସେୟାର କରିଛି। ୪୦ ସେକେଣ୍ଡର ଏହି ଭିଡିଓରେ ସୂର୍ଯ୍ୟଯାନ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତା ମଧ୍ୟ ଦର୍ଶାଇଛି। କେବଳ ଏତିକି ନୁହେଁ, ଆଦିତ୍ୟ ଏଲ୍ ୧ରେ ଲାଗିଥିବା ୭ଟି ପେଲୋଡ୍ ମଧ୍ୟରୁ ଦୁଇଟି ଭିଜିବଲ୍ ଏମିସନ୍ ଲାଇନ୍ କୋରୋନାଗ୍ରାଫ୍ (ଭିଇଏଲସି) ଏବଂ ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସ୍ୟୁଟି)ର ଫଟୋ ମଧ୍ୟ ଭିଡିଓରେ ଦେଖାଯାଇଛି ବୋଲି ଇସ୍ରୋ କହିଛି।

କ’ଣ ରହିଛି ଇସ୍ରୋର ସଦ୍ୟତମ ଭିଡିଓରେ ?

ଇସ୍ରୋ ଟୁଇଟ୍ କରି କହିଛି ଯେ ଆଦିତ୍ୟ ଏଲ୍ ୧ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଏଲ୍ ୧ ପଏଣ୍ଟକୁ ଯାଇ ଏକ ଫଟୋ ଉଠାଇଛନ୍ତି। ଏହି ସେଲଫିରେ ଚନ୍ଦ୍ର ଓ ପୃଥିବୀ ମଧ୍ୟ ଦେଖିବାକୁ ମିଳୁଛି। ଇସ୍ରୋର ଏହି ଭିଡିଓ ୪୧ ସେକେଣ୍ଡର। ଏହି ଭିଡିଓରେ ସୂର୍ଯ୍ୟଯାନରେ ଲାଗିଥିବା ଦୁଇଟି ପେଲୋଡ୍‍ର ଫଟୋ ମଧ୍ୟ ନିଆଯାଇଛି। ଏହି ଦୁଇଟି ପେଲୋଡ୍ ହେଉଛି ଦୁଇଟି ଭିଜିବଲ୍ ଏମିସନ୍ ଲାଇନ୍ କୋରୋନାଗ୍ରାଫ୍ (ଭିଇଏଲସି) ଏବଂ ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସ୍ଆଇଟି)।

ଆଦିତ୍ୟ କେଉଁଠି ପହଞ୍ଚିଲା ?

ଇସ୍ରୋ ପକ୍ଷରୁ ଦିଆଯାଇଥିବା ଅପଡେଟ୍ ଅନୁଯାୟୀ ଆଦିତ୍ୟ ଏଲ୍ ୧ ମଙ୍ଗଳବାର ପୃଥିବୀର କକ୍ଷପଥ ସହ ଜଡ଼ିତ ଦ୍ୱିତୀୟ ପ୍ରକ୍ରିୟା ଶେଷ କରିଛି। ଏବେ ଆଦିତ୍ୟ ଏଲ୍ ୧ ସେପ୍ଟେମ୍ବର ୧୦ରେ ପୃଥିବୀର ତୃତୀୟ କକ୍ଷପଥରେ ପ୍ରବେଶ କରିବ। ପୃଥିବୀର ତୃତୀୟ କକ୍ଷପଥରେ ପହଞ୍ଚିବା ପାଇଁ ସୂର୍ଯ୍ୟଯାନଙ୍କ ସମୟ ରାତି ପ୍ରାୟ ସାଢ଼େ ୨ଟାରେ ଧାର୍ଯ୍ୟ କରାଯାଇଛି।

ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଏହି ମିଶନ ପ୍ରସ୍ତୁତ କରାଯାଇଛି। ଏହାର କରୋନା ଓ ସୌର ପବନ ବିଷୟରେ ଜାଣିବା ପାଇଁ ଏହାକୁ ସ୍ୱତନ୍ତ୍ରଭାବେ ପଠାଯାଇଛି। ୧୯୭୨ମସିହାରେ ଉତକ୍ଷେପଣ ହୋଇଥିବା ଭାରତର ପ୍ରଥମ ମହାକାଶଯାନ ଆଦିତ୍ୟଙ୍କ ନାମରେ ଆଦିତ୍ୟ ଏଲ୍-୧ ମିଶନର ନାମକରଣ କରାଯାଇଛି। ଆଦିତ୍ୟ ଏଲ୍ ୧ ମିଶନକୁ ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର ଦୂରରେ ସୂର୍ଯ୍ୟ-ପୃଥିବୀ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍ ୧)ରେ ରଖାଯିବ।

ଏଲ୍ ୧ ବିନ୍ଦୁ ହେଉଛି ପୃଥିବୀ ଏବଂ ସୂର୍ଯ୍ୟମଧ୍ୟରେ ଥିବା ଏକ ବିନ୍ଦୁ ଯେଉଁଠାରେ ମାଧ୍ୟାକର୍ଷଣ ବଳର ସନ୍ତୁଳନ ରହିଥାଏ। ଏଭଳି ସ୍ଥିତିରେ ସୂର୍ଯ୍ୟର ଅଧ୍ୟୟନ ପାଇଁ ମିଶନ ଉପଗ୍ରହ କ୍ରମାଗତଭାବେ ସମାନ ସ୍ଥିତିରେ ରହିପାରିବ।

ଆଦିତ୍ୟ ଏଲ୍-୧
Share. Facebook Twitter LinkedIn Email WhatsApp Copy Link

Related Posts

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.