ନିଟ ପରୀକ୍ଷାରେ ଓଡିଶାର ସଂଗୀତା ଅଗ୍ରୱାଲା ରାଜ୍ୟ ଟପର ହୋଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ସଂଗୀତା ଦେଶର ମହିଳା ଟପ 20ରେ 17 ତମ ସ୍ଥାନରେ ଅଛନ୍ତି। ସର୍ବ ଭାରତୀୟ ସ୍ତରରେ ତାଙ୍କର ସ୍ଥାନ 91 ରେ ରହିଛି। ଓଡିଶାରୁ ଏହି ପରୀକ୍ଷା ଦେବା ପାଇଁ ମୋଟ 35 ହଜାର 93 ଜଣ ପଂଜିକୃତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ମୋଟ ପରୀକ୍ଷା ଦେଇଥିଲେ 32 ହଜାର 3ଶହ 38 ଜଣ। ଏହି ପରୀକ୍ଷାରେ ମୋଟ 2 ହଜାର 7ଶହ 15 ଜଣ ଅନୁପସ୍ଥିତ ଥିଲେ। ସେହିପରି ସାରା ଦେଶରୁ ଏହି ପରୀକ୍ଷା 15 ଲକ୍ଷ 19 ହଜାର 3ଶହ 75 ଜଣ ପରୀକ୍ଷା ଦେବା ପାଇଁ ପଂଜୀକୃତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ 15 ଲକ୍ଷ 10 ହଜାର 7ଶହ 55 ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାଶ କରିଥିଲେ ମାତ୍ର 7 ଲକ୍ଷ 97 ହଜାର 42 ଜଣ। ଏହାର ପାଶ୍ ହାର ଥିଲା 56.50 ପ୍ରତିଶତ। ଏଥର 5 ଜଣ ତୃତୀୟ ଲିଙ୍ଗ ଏହି ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ କୃତକାର୍ଯ୍ୟ ହୋଇଛନ୍ତି।
Tags: