ଭୁବନେଶ୍ୱର: ଜି୨୦ ଶିଖର ନେତୃବୃନ୍ଦଙ୍କୁ ରାଷ୍ଟ୍ରପତି ଡାକିଥିବା ନୈଶ୍ୟ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବାକୁ ନେଇ ବିଜେଡି ବିଜେପି କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଏହାର ଜବାବ ଦେଇଛନ୍ତି ବିଜେଡିର ମୁଖପାତ୍ର ଲେନିନ ମହାନ୍ତି।
ଏ ନେଇ ଜୟନାରାୟଣ କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦେଶର ରାଷ୍ଟ୍ରପତି ତଥା ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବାବେଳେ, ତାଙ୍କଠାରୁ ନିମନ୍ତ୍ରଣ ପାଇ ମଧ୍ୟ ଜି-୨୦ ଶିଖର ସମ୍ମିଳନୀର ରାତ୍ରି ଭୋଜନକୁ ଗଲେ ନାହିଁ, ଯାହାକି ଅତ୍ୟନ୍ତ ଦୁଃଖର ବିଷୟ।
ସେ କହିଛନ୍ତି ଯେ , ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ପାଇ ମୁଖ୍ୟମନ୍ତ୍ରୀ ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ନିଜର ୨୩ ବର୍ଷ ଶାସନରେ ତାଙ୍କର ଉପଲବ୍ଧତା ବୋଲି କିଛି ନାହିଁ। ଓଡିଶାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ। ଦାରିଦ୍ରତା, ନାରୀ ନିଯ୍ୟାତନା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ଇତ୍ୟାଦିରେ ପଛୁଆ ଓଡିଶା। ମୁଣ୍ଡ ପିଛା ଆୟରେ ମଧ୍ୟ ଆମେ ତଳେ ପଡିଛୁ।
ଏଭଳି ବୈଶ୍ୱିକ ମଂଚରେ ଉପଲବ୍ଧତାକୁ ନେଇ କିଏ କୈାଣସି ପ୍ରଶ୍ନ କଲେ, ତାଙ୍କ ପାଖରେ ଉତର ନାହିଁ। ଓଡିଶାକୁ ଯେଉଁ ଭଳି ଅବସ୍ଥାକୁ ନେଇ ଗଲେଣି, ସେଥିପାଇଁ ସେ ଯିବାକୁ ଭୟ କରିଛନ୍ତି। ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ, ତାର “ଇନ୍ଫେରିଅର୍ କମ୍ପେ୍ଲକ୍ସ୍” ଥାଏ ଏବଂ ତାଙ୍କ ମନରେ ଏହା ସୃଷ୍ଟି ହୋଇଥିବାରୁ ସେ ବୋଧ ହୁଏ ଗଲେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ। ନବୀନ ବାବୁ କେବଳ ଧନ୍ୟବାଦ ନେଇଜାଣିଛନ୍ତି, କିନ୍ତୁ ଦେଇଜାଣନ୍ତି ନାହିଁ। ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସମ୍ମାନିତ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କୁ ଧନ୍ୟବାଦ ନଦେବା ଏକ ହୀନମାନସିକତାର ପରିଚୟ।
ମହାମାରୀ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ଓଡିଶାକୁ ମାଗଣାରେ ଟୀକା ଯୋଗାଇ ଦେଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଥରୁଟିଏ ଧନ୍ୟବାଦ୍ ଜଣାଇନଥିଲେ। ଆଜି ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଆଗ୍ରାଧିକାର ଦେଇଥିଲେ ବି ନବୀନ ବାବୁ ତାଙ୍କୁ “ଧନ୍ୟବାଦ” ନଦେବା ଓଡିଶାବାସୀଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୀ ମିଶ୍ର କହିଛ