ଜମ୍ମୁ କାଶ୍ମୀରରରେ ଏନକାଉଣ୍ଟର, ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ

Published: Sep 12, 2023, 8:24 pm IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ତେବେ ଏହି ସମୟ ମଧ୍ୟରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି।

ଏହି ଅପରେସନ୍ ସମୟରେ ୨୧ ଆର୍ମି ଡଗ ୟୁନିଟରେ ଅନ୍ତର୍ଭୁକ୍ତ ଭାରତୀୟ ସେନା ଡଗ୍ କେଣ୍ଟର ମଧ୍ୟ ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀରରେ ହୋଇଥିବା ଅପରେସନ୍ ସମୟରେ ଜଣେ-୬ ବର୍ଷର ଲାବ୍ରାଡୋର କୁକୁରକୁ ଗୁଳି ଲାଗିଥିଲା। ମୃତ ଡଗ୍ କେଣ୍ଟ ଆତଙ୍କବାଦୀଙ୍କ ସନ୍ଧାନରେ ସୈନିକଙ୍କ ନେତୃତ୍ୱ ନେଉଥିଲା। ସେହି ସମୟରେ ତା ଉପରେ ଗୁଳି ଲାଗିଥିଲା।

ଏହାପୂର୍ବରୁ ଅଧିକାରୀମାନେ କହିଥିଲେ ଯେ, ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଏକ ସୁଦୂର ଗ୍ରାମ ଉପରେ ତଲାସୀ ନେଉଥିବା ବେଳେ ସୁରକ୍ଷା ବାହିନୀ ଦଳ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ।

ଅଧିକାରୀ କହିଛନ୍ତି ଯେ, ପ୍ରାରମ୍ଭିକ ଗୁଳିରେ ଜଣେ ସୈନିକ ଆହତ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅତିରିକ୍ତ ବାହିନୀ ଏନକାଉଣ୍ଟର ସ୍ଥାନକୁ ନିଆଯାଇଥିଲା। ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ବାହିନୀ ସୋମବାର ସନ୍ଧ୍ୟାରେ ପାଟ୍ରଡା ଅଞ୍ଚଳର ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଏବଂ କର୍ଡନ ଅପରେସନ୍ ମଧ୍ୟ ଆରମ୍ଭ କରିଥିଲେ ଏବଂ ଦୁଇ ଜଣଙ୍କ ସନ୍ଦେହଜନକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କିଛି ଗୁଳି ମଧ୍ୟ ଚଳାଇଥିଲେ।

ଆତଙ୍କବାଦୀଙ୍କ ବ୍ୟାଗକୁ ପୋଲିସ ଜବତ କରିଛି:

ସେ କହିଛନ୍ତି ଯେ, ଉଭୟ ସନ୍ଦିଗ୍ଧ ଅନ୍ଧକାର ଏବଂ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ ମଧ୍ୟ ସୁରକ୍ଷା ବାହିନୀ ଜବତ କରିଥିବା ବ୍ୟାକ ଛାଡିଚାଲିଯାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ସେଥିରୁ କିଛି ପୋଷାକ ଏବଂ ଅନ୍ୟ କିଛି ସାମଗ୍ରୀ ଉଦ୍ଧାର କରାଯାଇଥିଲା | ଅଧିକାରୀ କହିଛନ୍ତି ଯେ, ଫେରାର ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ବମ୍ବଲ ଏବଂ ନରଲା ଏବଂ ଏହାର ଆଖପାଖ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

Related posts