ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ବିଜ୍ଞାନ କେନ୍ଦ୍ରର ଆଇସିଏଆର କନଭେନ୍ସନ୍ କେନ୍ଦ୍ରରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ‘କୃଷକ ମାନଙ୍କ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ର’ (ଜିଏସ୍ଏଫ୍ଆର୍) କୁ ଉଦ୍ଘାଟନ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ନିମନ୍ତ୍ରିତ ଭାରତୀୟ କୃଷକ ମାନଙ୍କୁ ‘ପ୍ଲାଣ୍ଟ ଜେନୋମ୍ ସେଭିୟର କମ୍ୟୁନିଟିଜ୍ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା ସମୁଦାୟ ପୁରସ୍କାର (୬) ଏବଂ ‘ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ପୁରସ୍କାର ‘ (୧୬) ଏବଂ ‘ପ୍ଲାଣ୍ଟ ଜେନୋମ୍ ସେଭିୟର ଫାର୍ମର୍ସ ରିକଗ୍ନିସନ୍’ ଆୱାର୍ଡ / ଉଦ୍ଭିଦ ଅନୁବଂଶ ସୁରକ୍ଷା କୃଷକ ଚିହ୍ନଟ ପୁରସ୍କାର (୪) ପୁରସ୍କାର ପ୍ରଦାନ କରିଥିଲେ । ପିପିଭିଏଫଆର ଅଧିନିୟମ, ୨୦୦୧ର ପ୍ରାବଧାନ ଅନୁଯାୟୀ ପିପିଭିଏଫଆର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ପୁରସ୍କାର ସ୍ଥାପିତ କରାଯାଇଛି । ଏହା ସହିତ ନବନିର୍ମିତ ‘ପ୍ଲାଣ୍ଟ ଅଥରିଟି ଭବନ’, ପିପିଭିଏଫ୍ଆର୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଓ ଅନଲାଇନ୍ ଉଦ୍ଭିଦର ପ୍ରକାର ପଞ୍ଜୀକରଣ ପୋର୍ଟାଲ୍’ କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ।
ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ସମୃଦ୍ଧ କୃଷି, ସାଂସ୍କୃତିକ ଏବଂ ଜାତିଗତ ବିବିଧତାକୁ ଦୃଷ୍ଟିରେ ରଖି ଭାରତକୁ ଏହି ସମ୍ମାନଜନକ ବୈଠକ ଆୟୋଜନ ପାଇଁ ଯୋଗ୍ୟ ଦେଶ ଭାବରେ ଚୟନ କରିଥିବାରୁ ଆୟୋଜକ ଏଫ୍ଏଓ ଏବଂ ଖାଦ୍ୟ ଓ କୃଷି ପାଇଁ ଉଦ୍ଭିଦ ଆନୁବଂଶିକ ସମ୍ବଳ ଉପରେ ଆନ୍ତର୍ଜାତିକ ଚୁକ୍ତି (ଚୁକ୍ତି)ର ସଚିବାଳୟକୁ ଅଭିନନ୍ଦନ ଜଣାଇଥିଲେ । ଭାରତର ସଂସ୍କୃତି ଓ ପରମ୍ପରାରେ ଗଭୀର ଭାବରେ ଜଡ଼ିତ ଦର୍ଶନ “ବସୁଧୈବ କୁଟୁମ୍ବକମ୍” (ବିଶ୍ୱ ଏକ ପରିବାର) ଭୂମିରେ ପ୍ରତିନିଧି ମାନଙ୍କୁ ସେ ସ୍ୱାଗତ କରିଥିଲେ ।
ସେ କହିଥିଲେ ଯେ , କୃଷକମାନେ କଠିନ ପରିଶ୍ରମ କରି ଉଦ୍ୟମପୂର୍ବକ ଜମି ପ୍ରଜାତି, ବନ୍ୟ ସମ୍ପର୍କିତ ଏବଂ ପାରମ୍ପରିକ ପ୍ରଜାତିର ଫସଲକୁ ବିକଶିକ କିମ୍ବା ସଂରକ୍ଷିତ କରିଛନ୍ତି ଏବଂ ଆଧୁନିକ ଫସଲ ପ୍ରଜନନ କାର୍ଯ୍ୟକ୍ରମ ଗୁଡିକ ପାଇଁ ଆଧାର ପ୍ରଦାନ କରିଛନ୍ତି, ଯାହା ଦ୍ୱାରା ମଣିଷ ଏବଂ ପଶୁଧନ ପାଇଁ ଖାଦ୍ୟ ଏବଂ ପୁଷ୍ଟିକର ନିରାପତ୍ତା ସୁନିଶ୍ଚିତ ହୋଇ ପାରିବ । ସେ କହିଥିଲେ ଯେ ଜିଏଫଏସ୍ଆର୍ ଆୟୋଜନ କରିବା ଅତ୍ୟନ୍ତ ଉପଯୁକ୍ତ, କାରଣ କୃଷକମାନେ ହେଉଛନ୍ତି ପ୍ରାଥମିକ ଖାଦ୍ୟ ଉତ୍ପାଦକ (‘ଅନ୍ନଦାତା’) ଏବଂ ଖାଦ୍ୟ ଥିଲେ ହିଁ ଶରୀର ଥାଏ ଏବଂ ଯଦି ଶରୀର ଥାଏ ତେବେ ଯେ କୌଣସି କାମ କରି ହୋଇଥାଏ । ସେଥିପାଇଁ କୃଷକ ମାନଙ୍କୁ ପ୍ରଣାମ କରାଯିବା ଦରକାର ଏବଂ ସେମାନଙ୍କ ଅଧିକାର ଏବଂ ଭବିଷ୍ୟତର ସୁରକ୍ଷା କରିବା ଯେଉଛି ଆମର କର୍ତ୍ତବ୍ୟ ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଅବସରରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏଫ୍ଏଓର ଅନ୍ତର୍ଜାତୀୟ ଚୁକ୍ତିର ନବମ ଅଧିବେଶନରେ (ସେପ୍େଟମ୍ବର ୧୭ରୁ ୨୪, ୨୦୨୨ ମଧ୍ୟରେ) ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଜିଏଫଏସଆରକୁ କୃଷି ଓ କୃଷକ କଲ୍ୟାଣ (ଡିଏଆଣ୍ଡଏଫ୍ଡବ୍ଲ୍ୟୁ) ବିଭାଗ ଦ୍ୱାରା ଉଦ୍ଭିଦ ପ୍ରଜାତି ଓ କୃଷକ ଅଧିକାର ସୁରକ୍ଷା (ପିପିଭିଏଫଆର) ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର), ଆଇସିଏଆର – ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (ଆଇଏଆରଆଇ) ଏବଂ ଆଇସିଏଆର -ନ୍ୟାସନାଲ ବ୍ୟୁରୋ ଅଫ୍ ପ୍ଲାଣ୍ଟ ଜେନେଟିକ୍ ରିସୋର୍ସେସ୍ (ଏନବିପିଜିଆର) କର୍ତ୍ତୃପକ୍ଷଙ୍କ ସହଯୋଗରେ ସହ ଭାଗିଦାରୀରେ ଆୟୋଜନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ କୃଷି ଜୈବ ବିବିଧତା ସଂରକ୍ଷଣ କେବଳ ଏକ କର୍ତ୍ତବ୍ୟ ନୁହେଁ ବରଂ ପରିବେଶର ବଞ୍ଚିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଆମ ଦେଶର ସମୃଦ୍ଧ କୃଷି ଐତିହ୍ୟ ଆମର କୃଷକ ମାନଙ୍କ ପ୍ରୟାସ ଯୋଗୁଁ ବିକଶିତ ହୋଇଛି, ଯେଉଁମାନେ ସତର୍କତାର ସହ ଅନେକ ଉଦ୍ଭିଦ ପ୍ରଜାତିକୁ ପୋଷଣ ଏବଂ ବିକଶିତ କରିଛନ୍ତି । ସେ କହିଥିଲେ ଯେ ଏହି ପ୍ରଜାତିର ଉଦ୍ଭିଦ କେବଳ ଜୀବିକାର ଉତ୍ସ ନୁହେଁ ବରଂ ପ୍ରକୃତି ଏବଂ ସଂସ୍କୃତି ମଧ୍ୟରେ ଗଭୀର ସମ୍ପର୍କର ଏକ ଜୀବନ୍ତ ପ୍ରମାଣ ।
ଡିଏଆଣ୍ଡଏଫ୍ଡବ୍ଲ୍ୟୁର ସଚିବ ମନୋଜ ଆହୁଜା ସୂଚନା ଦେଇଥିଲେ ଯେ ଉଦ୍ଭିଦ ପ୍ରଜାତି ଏବଂ କୃଷକ ଅଧିକାର ସୁରକ୍ଷା (ପିପିଭିଏଫଆର) ଆଇନ, ୨୦୦୧ ମାଧ୍ୟମରେ ଉଦ୍ଭିଦ ପ୍ରଜାତି ପଞ୍ଜୀକରଣ ପରିପ୍ରେକ୍ଷୀରେ କୃଷକ ଅଧିକାରକୁ ଅନ୍ତର୍ଭୁକ୍ତ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି । ପିପିଭିଏଫଆର ଅଧିକାରୀ ଅଧ୍ୟକ୍ଷ ଡଃ ଟି. ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଜିଏଫଏସଆରର ଉତ୍ପତ୍ତି ଓ ଆଶା ସମ୍ପର୍କରେ ଅବଗତ କରାଇଥିଲେ।
ଏହି ଅବସରରେ ଡଃ ହିମାଂଶୁ ପାଠକ ସଚିବ (ଡିଏଆର୍ଇ) ଏବଂ ଆଇସିଏଆର୍ର ମହାନିର୍ଦ୍ଦେଶକ, ଆର୍ ଏସ୍ ପରୋଦା, ଅଧ୍ୟକ୍ଷ, ଟ୍ରଷ୍ଟ ଫର୍ ଆଡଭାନ୍ସମେଣ୍ଟ ଅଫ୍ ଏଗ୍ରିକଲଚରାଲ ସାଇନ୍ସ (ଟିଏଏଏସ୍) ଏବଂ ପୂର୍ବତନ ସଚିବ ଡିଏଆର୍ଇ ଏବଂ ଡିଜି, ଆଇସିଏଆର୍, କେଣ୍ଟ ନାଡୋଜି , ସଚିବ, ଆଇଟିପିଜିଆରଏଫ୍ଏ ଏବଂ ଭାରତରେ ଏଫ୍ଏଓ ପ୍ରତିନିଧି ତାକାୟୁକି ହାଗିୱାରା ପ୍ରମୁଖ ଉପସ୍ଥିତ ଥିଲେ ।
୨୦୨୩ ସେପ୍େଟମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ଜିଏଫଏସଆର ଆୟୋଜନ କରୁଛି, ଯେଉଁଥିରେ ୫୯ଟି ଦେଶରୁ ୭୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଉଛନ୍ତି । ଅନ୍ତର୍ଜାତୀୟ ଚୁକ୍ତିର ଜାତୀୟ କେନ୍ଦ୍ର ବିନ୍ଦୁ, ସମଗ୍ର ବିଶ୍ୱର କୃଷକ ସଂଗଠନ, ନୀତି ନିର୍ମାତା, ବୈଜ୍ଞାନିକ, ଗବେଷଣା ବିଦ୍ୱାନ, ଶିଳ୍ପ ପ୍ରତିନିଧି, ସରକାରୀ ଅଧିକାରୀ, ଆନ୍ତଃସରକାରୀ ଏବଂ ବେସରକାରୀ ସଂଗଠନ, ଆଇନ ବିଶେଷଜ୍ଞ ଏବଂ ନାଗରିକ ସମାଜ ସାମିଲ୍ ହୋଇଥିଲେ ।
ଏହି ପ୍ରକାରର ପ୍ରଥମ ଆଲୋଚନାଚକ୍ରର ଉଦ୍ଦେଶ୍ୟ ହେଉଛି କୃଷକ ଅଧିକାର କାର୍ଯ୍ୟକାରୀ କରିବାରେ ଅଭିନବ ଆଭିମୁଖ୍ୟ, ପ୍ରଭାବଶାଳୀ ନୀତି, ସର୍ବୋତ୍ତମ ଅଭ୍ୟାସ, ଜ୍ଞାନ ଏବଂ ଅଭିଜ୍ଞତା ଆଦାନପ୍ରଦାନ ଉପରେ ଆଲୋଚନା ମାଧ୍ୟମରେ ଚୁକ୍ତିର ଚୁକ୍ତିଭିତ୍ତିକ ପକ୍ଷମାନଙ୍କ ଦ୍ୱାରା କୃଷକ ଅଧିକାର କାର୍ଯ୍ୟକାରୀ କରିବାକୁ ସହଜ କରିବା । ବିଶ୍ୱସ୍ତରୀୟ ଆଲୋଚନାଚକ୍ର କୃଷକ ମାନଙ୍କୁ କୃଷି ଜୈବ ବିବିଧତାର ସଂରକ୍ଷକ ଏବଂ ବିଶ୍ୱ ଖାଦ୍ୟ ନିରାପତ୍ତାର ରକ୍ଷକ ଭାବରେ ସ୍ୱୀକୃତି ପ୍ରଦାନ କରିବା ପାଇଁ ଏକ ମଞ୍ଚ ମଧ୍ୟ ପ୍ରଦାନ କରିବ ।