ଯଦି ବାତିଲ ହୁଏ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍, ତେବେ କେଉଁ ଦଳ ଖେଳିବ ଭାରତ ସହିତ ଫାଇନାଲ, ବୁଝନ୍ତୁ ସମୀକରଣ

Published: Sep 13, 2023, 1:02 pm IST

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏସିଆ କପ୍-୨୦୨୩ ର ଦ୍ୱିତୀୟ ସୁପର-୪ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ୪୧ ରନ୍ ରେ ପରାସ୍ତ କରି ସୁପର-୪ ପର୍ଯ୍ୟାୟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫାଇନାଲରେ ଟିକେଟ୍ ବୁକ୍ କରିଛି। ୯.୩ ଓଭରରେ ୪୩ ରନ୍ ଦେଇ କୁଲଦୀପ ଚାରିଟି ୱିକେଟ୍ ନେଇଥିବାବେଳେ ରବିନ୍ଦ୍ର ଜାଡେଜା ୧୦ ଓଭରରେ ୩୩ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଜସପ୍ରୀତ ବୁମରା ଦୁଇଟି ସଫଳତା ପାଇଥିବାବେଳେ ମହମ୍ମଦ ସିରାଜ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୨୧୩ ରନ୍ ସ୍କୋର କରିବା ପରେ ୪୧.୩ ଓଭରରେ ୧୭୨ ରନ୍ ରେ ଶ୍ରୀଲଙ୍କାର ଇନିଂସକୁ ବାନ୍ଧି ରଖିଥିଲା। ଏହା ସହିତ କ୍ରମାଗତ ୧୩ ଟି ବିଜୟ ପରେ ଶ୍ରୀଲଙ୍କାକୁ ODI ରେ ପରାଜୟର ସ୍ୱାଦ ଚାଖିବାକୁ ପଡିଲା।

ଫାଇନାଲରେ ଦ୍ୱିତୀୟ ସ୍ଥାନ ପାଇଁ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଦ୍ୱାରା ସ୍ଥିର ହେବ, ବାଂଲାଦେଶ ଦୁଇଟି ସୁପର-୪ ମ୍ୟାଚ ହାରିଯିବା ପରେ ଏକ ପ୍ରକାର ଫାଇନାଲ ଦୌଡରୁ ବାଆ ପଡିଛି। ଗତ ବର୍ଷ ଏସିଆ କପ୍ ଜିତିଥିବା ଶ୍ରୀଲଙ୍କା ଦଳର ଆକାଉଣ୍ଟରେ ଗୋଟିଏ ବିଜୟ ଏବଂ ଗୋଟିଏ ପରାଜୟ ରହିଛି। ଯଦି ଭାରତ ବିପକ୍ଷରେ ଶ୍ରୀଲଙ୍କାର ପ୍ରଦର୍ଶନକୁ ବିଚାର କରାଯାଏ, ପାକିସ୍ତାନକୁ ହରାଇବା କଷ୍ଟସାଧ୍ୟ ହେବ। ସେପଟେ ପାକିସ୍ତାନ ପାଇଁ ଯଦି ଶ୍ରୀଲଙ୍କା ବିରୋଧରେ ହରିସ୍ ରାଉଫ ଏବଂ ନସିମ ଶାହା ଉପଲବ୍ଧ ହୁଅନ୍ତି ନାହିଁ, ତେବେ ପାକିସ୍ତାନ ସେମାନଙ୍କୁ ପରାସ୍ତ କରିବା ସହଜ ହେବ ନାହିଁ।

ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରମାନେ ଆହତ ହୋଇଥିଲେ, ଯେଉଁ କାରଣରୁ ସେମାନେ ବ୍ୟାଟିଂ କରିବାକୁ ମଧ୍ୟ ଆସି ପାରିନଥିଲେ। ଯଦିଓ ପାକିସ୍ତାନ ସେମାନଙ୍କ ପାଇଁ ବ୍ୟାକଅପ୍ ଆହ୍ଵାନ କରିଛି, ତଥାପି ସେମାନେ ଆଶା କରିବେ ଯେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଜିତିବା ପାଇଁ ଉଭୟ ହରିସ୍ ଏବଂ ନସିମ ଉପଲବ୍ଧ ହେବେ। ଏସିଆ କପ୍ ପଏଣ୍ଟ ଟେବୁଲର ସ୍ଥିତି ଅନୁଯାୟୀ ଭାରତ ସୁପ-୪ ପର୍ଯ୍ୟାୟରେ ୨ ମ୍ୟାଚରୁ ୨ ଟି ବିଜୟ ଏବଂ ନେଟ୍ ରନ୍ ହାର +୨.୬୯୦ ରହିଛି।

ଭାରତ ପରେ ଶ୍ରୀଲଙ୍କା ଯାହା ୨ ଟି ମ୍ୟାଚରେ ୧ ଟି ଜିତିଛି ଏବଂ ନେଟ୍ ରନ୍ ହାର ହେଉଛି -୦.୨୦୦ ରହିଛି। ୨ ଟି ମ୍ୟାଚରେ ୧ ବିଜୟ ସହ ପାକିସ୍ତାନ ମଧ୍ୟ ତୃତୀୟ ସ୍ଥାନରେ ଅଛି କିନ୍ତୁ ସେମାନଙ୍କର ନେଟ ରନ୍ ହାର ବହୁତ କମ୍ -୧.୮୯୨। ଫାଇନାଲରେ ଯୋଗ୍ୟତା ହାସଲ କରିବା ପାଇଁ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ଶୀର୍ଷକୁ ଆସିବାକୁ ପଡିବ, ଯିଏ ଘରୋଇପରିସ୍ଥିତିରେ ସୁପର ୪ ର ଅନ୍ତିମ ମ୍ୟାଚ୍ ଖେଳିବ। ଯଦି ବର୍ଷା ହେତୁ ଖେଳ ଖେଳାଯାଇ ନପାରେ, ଏସିଆ କପରେ ପ୍ରଥମ ଥର ପାଇଁ ଭାରତ ବିରୋଧରେ ଫାଇନାଲ ଖେଳିବା ପାଇଁ ପାକିସ୍ତାନର ଆଶା ବିପଦରେ ପଡ଼ିବ।

ରେକର୍ଡ ପାଇଁ ଭାରତ ODI ଫର୍ମାଟରେ ସର୍ବାଧିକ ଏସିଆ କପ୍ ଟାଇଟଲ୍ ଜିତିଛି ଏବଂ ଗତ କିଛି ମଧ୍ୟରେ ୬ ଥର ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ମାତ୍ର ଦୁଇଥର ସଫଳତାର ସ୍ୱାଦ ଚାଖିଛି। ଏହାର ତୁଳନାରେ ଶ୍ରୀଲଙ୍କା ୫ ଥର ODI ଏସିଆ କପ୍ ଜିତିଛି।

Related posts