Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଲଙ୍କା ବିରୋଧ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଝଟକା, ଏସିଆ କପ୍ ରୁ ବାଦ ପଡିଲେ ଏହି ତାରକା ଦ୍ରୁତ ବୋଲ
ଆଜିର ଖବର

ଶ୍ରୀଲଙ୍କା ବିରୋଧ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଝଟକା, ଏସିଆ କପ୍ ରୁ ବାଦ ପଡିଲେ ଏହି ତାରକା ଦ୍ରୁତ ବୋଲ

September 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୩ ଏସିଆ କପ୍ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର-୪ ମ୍ୟାଚ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ସେମିଫାଇନାଲରୁ କମ୍ ନୁହେଁ। ବାସ୍ତବରେ ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ପ୍ରବେଶ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି।

ଆହତ କାରଣରୁ ପାକିସ୍ତାନର ତାରକା ଦ୍ରୁତ ବୋଲର ନସିମ ଶାହା ୨୦୨୩ ଏସିଆ କପ୍‌ରୁ ବାଦ ପଡିଛନ୍ତି। ଭାରତ ବିପକ୍ଷ ସୁପର- ୪ ମ୍ୟାଚରେ ନସିମ ଆହତ ହୋଇଥିଲେ। ଭାରତ ବିପକ୍ଷରେ ନସିମ ​​ଶାହା ୪୯ ତମ ଓଭରରେ ହାତରେ ଆଘାତ ପାଇବା ପରେ ପଡ଼ିଆ ଛାଡିଥିଲେ। ଏହା ପରେ ସେ ବ୍ୟାଟିଂ କରିବାକୁ ମଧ୍ୟ ଆସିନଥିଲେ।

ନସିମ ଶାହାଙ୍କ ସ୍ଥାନରେ ଏହି ଖେଳାଳି ସୁଯୋଗ ପାଇଲେ:

ନସିମ ଶାହାଙ୍କ ସ୍ଥାନ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଘୋଷଣା କରିଛି। ୨୨ ବର୍ଷୀୟ ଦ୍ରୁତ ବୋଲର ଜମାନ ଖାନଙ୍କୁ ନସିମ ଶାହାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ପୂର୍ବତନ ଶ୍ରୀଲଙ୍କାର ବୋଲର ଲସିଥ ମାଲିଙ୍ଗାଙ୍କ ଆକ୍ସନ ପରି ବୋଲିଂ କରୁଥିବା ଜମାନ ଖାନ ୧୫୦ ବେଗରେ ବୋଲିଂ କରନ୍ତି।

ହରିସ୍ ରାଉଫ୍ ମଧ୍ୟ ଫିଟ୍ ନୁହଁନ୍ତି:

ପ୍ରକାଶ ଯେ, ପାକିସ୍ତାନର ଆଉ ଜଣେ ତାରକା ଫାଷ୍ଟ ବୋଲର ହରିସ୍ ରାଉଫ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ସେ ଭାରତ ବିପକ୍ଷ ମ୍ୟାଚରେ ମଧ୍ୟ ଆହତ ହୋଇଥିଲେ ଏବଂ ରିଜର୍ଭ ଦିନରେ ବୋଲିଂ କରିପାରିନଥିଲେ। ତେବେ ଏସିଆ କପ୍‌ରୁ ହରିସ ରାଉଫ ଏପର୍ଯ୍ୟନ୍ତ ବାହାରି ନାହାଁନ୍ତି। ବର୍ତ୍ତମାନ ପିସିବି ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି।

ଆଗା ସଲମାନଙ୍କ ଖେଳିବା ମଧ୍ୟ ସ୍ଥିର ହୋଇନାହିଁ:

ସୋମବାର ଦିନ ଭାରତ ବିପକ୍ଷରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ଆଗା ସଲମାନ ବିନା ହେଲମେଟରେ ବ୍ୟାଟିଂ କରୁଥିଲେ। ଜାଡେଜାଙ୍କ ଏକ ବଲ ସଲମାନଙ୍କୁ ତାଙ୍କ ଆଖି ତଳେ ଆଘାତ ଦେଇଥିଲା ଏବଂ ତାଙ୍କ ମୁହଁରୁ ରକ୍ତ ପ୍ରବାହିତ ହେବାକୁ ଲାଗିଥିଲା। ଯଦିଓ ଆଗା ସଲମାନ ବ୍ୟାଟିଂ ଜାରି ରଖିଥିଲେ, କିନ୍ତୁ ମ୍ୟାଚ୍ ପରେ ଆଗା ସଲମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଦଳ ସହ ହୋଟେଲକୁ ଫେରିନଥିଲେ। ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚରେ ସଲମାନ ଖେଳିବେ କି ନାହିଁ, ଏହା ନିଶ୍ଚିତ ନୁହେଁ। ସଲମାନଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କୌଣସି ବ୍ୟାକଅପ୍ ଡକାଯାଇ ନାହିଁ।

ଏସିଆ କପ୍‌ ଶ୍ରୀଲଙ୍କା ସେମିଫାଇନାଲ
Share. Facebook Twitter LinkedIn Email WhatsApp Copy Link

Related Posts

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026
Latest News

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026

ଆଜି ଜୁଲାଇ ୧୨ ତାରିଖ ରବିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ: ଜାଣନ୍ତୁ ରାଶିଫଳ

July 12, 2026

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.