Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ମ୍ୟାଚ୍, ପଢନ୍ତୁ ପାଣିପାଗ ସମ୍ବନ୍ଧୀୟ ଅପଡେଟ
ଆଜିର ଖବର

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ମ୍ୟାଚ୍, ପଢନ୍ତୁ ପାଣିପାଗ ସମ୍ବନ୍ଧୀୟ ଅପଡେଟ

September 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ର ସୁପର ଫୋରର ଶେଷ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ଯେତେବେଳେ କି ବାଂଲାଦେଶ ଦଳ ଫାଇନାଲରୁ ବାଦ ପଡିଛି। ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ଏହା ପୂର୍ବରୁ ବାଂଲାଦେଶ ସହିତ ଭାରତର ଏକ ମ୍ୟାଚ୍ ଅଛି। ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ। ପାଣିପାଗ ବିଭାଗ ଅନୁଯାୟୀ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ସମୟରେ ବର୍ଷା ହୋଇପାରେ।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅପରାହ୍ନ ୩ ଟାରୁ ଆରମ୍ଭ ହେବ। ପାଣିପାଗ ବିଭାଗ ଅନୁଯାୟୀ, ଅପରାହ୍ନ ୩ ଟାରେ ବର୍ଷା ହୋଇପାରେ। ଏହା ପରେ ସନ୍ଧ୍ୟା ୫ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା କମ୍ ଥାଏ। କିନ୍ତୁ ରାତି ୮ ଟା ପରେ ପୁଣି ବର୍ଷା ଆରମ୍ଭ ହୋଇପାରେ। କଲମ୍ବୋରେ ସକାଳ ପ୍ରାୟ ୧୦ ଟା ସମୟରେ ଆକାଶ ସ୍ୱଚ୍ଛ ଏବଂ ସାମାନ୍ୟ ଖରା ଥିଲା। କିନ୍ତୁ ପରେ ମେଘ ଆସିପାରେ। ଯଦି ମ୍ୟାଚ୍ ପୂର୍ବରୁ ବର୍ଷା ହୁଏ, ତେବେ ଟସ୍ ବିଳମ୍ବ ହୋଇପାରେ।

ସୂଚନାଯୋଗ୍ୟ ଯେ, ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଏକାଦଶରେ ପରିବର୍ତ୍ତନ ଆଣିପାରେ। ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେଇପାରେ। ଯେତେବେଳେ କି ଶାର୍ଦ୍ଦୁଳ ଠାକୁର କିମ୍ବା ଅକ୍ସର ପଟେଲ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ଟିମ୍ ଇଣ୍ଡିଆ ମଧ୍ୟ ମହମ୍ମଦ ଶାମି ଏବଂ ତିଲକ ବର୍ମାଙ୍କୁ ସୁଯୋଗ ଦେଇପାରେ।

ଭାରତ-ବାଂଲାଦେଶ ମ୍ୟାଚ୍ ପାଇଁ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା:

ଭାରତ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ତିଲକ ବର୍ମା / ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ / ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ଶୀରଜ।

ବାଂଲାଦେଶ- ମେହେଦୀ ହାସନ ମିରାଜ, ମହମ୍ମଦ ନଇମ / ତନଜିଦ ହାସନ, ଲିଟନ ଦାସ (ୱିକେଟ୍ କିପର), ଶାକିବ ଅଲ ହାସନ (ଅଧିନାୟକ), ତାହିଦହୃଦୋୟ, ଅଫିଫ ହୁସେନ, ଶମିମ ହୁସେନ୍, ନସୁମ୍ ଅହମ୍ମଦ, ତସ୍କିନ୍ ଅହମ୍ମଦ, ଶୋରଫୁଲ ଇସଲାମ, ହସନ ମହମୁଦ।

worldcup ଏସିଆ କପ୍-୨୦୨୩ ଟିମ୍ ଇଣ୍ଡିଆ ପାଣିପାଗ ବାଂଲାଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.