
ଭୁବନେଶ୍ଵର: ପୂର୍ବତଟ ରେଳପଥ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ହିନ୍ଦୀ ଦିବସ ପାଳନ କରାଯାଇଅଛି। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ କର୍ମଚାରୀ ଓ ଅଧିକାରୀ ମାନେ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ଶପଥ ଗ୍ରହଣ କରିଥିଲେ।
ହିନ୍ଦୀ ଦିବସ ମହତ୍ୱପୂର୍ଣ୍ଣ କାରଣ ଏହା ଜାତୀୟ ଏକୀକରଣକୁ ପ୍ରୋତ୍ସାହିତ କରେ ଯାହା ଭାରତରେ ଭାଷା ସମ୍ପ୍ରଦାୟ ମାନଙ୍କୁ ଏକତ୍ର କରିଥାଏ। ହିନ୍ଦୀର ସଂସ୍କୃତି ଓ ଐତିହ୍ୟ ଏବଂ ଆମ ସଂସ୍କୃତିରେ ଭାଷାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହା ପ୍ରତିବର୍ଷ ପାଳନ କରାଯାଏ। ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ତଥା ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରୀ ଆଲୋକ ସହାୟ ଏହି ଶପଥ ଗ୍ରହଣ ଉତ୍ସବକୁ ପରିଚାଳନା କରିଥିଲେ।