Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକଙ୍କ ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ
ଆଜିର ଖବର

ଶିକ୍ଷକଙ୍କ ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘର ସମର୍ଥନ

September 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ନୟାଗଡ ଜିଲ୍ଲା ମଧ୍ୟ ବାଦ୍ ପଡି ନାହିଁ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରରେ ଏହି ଆନ୍ଦୋଳନ ଜାରି ରହିଛି। ରଣପୁର ବ୍ଲକରେ ମଧ୍ୟ ଏହି ଆନ୍ଦୋଳନ ୯ ଦିନ ଧରି ଜାରି ରହିଛି।

ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଟାଳଟୁଳନୀତି ଅବଲମ୍ବନ କରୁଥିବା ନେଇ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୮ ମାସର ବ୍ୟବଧାନ ପରେ ପୁଣି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି।

ଆଜି ଏହି ଧାରଣା ସ୍ଥଳରେ ଅଲଓଷ୍ଟା ରାଜ୍ୟ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ ବେହେରା, ଯୁଗ୍ମ ସମ୍ପାଦକ କବିରାଜ ବିଶ୍ୱାଳ, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ ଓ ନୟାଗଡ ଜିଲା ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ପହଞ୍ଚି ଶିକ୍ଷକଶିକ୍ଷୟତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଦାବି ହାସଲ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ମତାମତ ଦେଇଥିଲେ।

ସେହିପରି ପୂର୍ବତନ ସମବାୟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନାରୀ ନେତ୍ରୀ ସୁରମା ପାଢ଼ୀ ମଧ୍ୟ ଆଜି ରଣପୁର ବ୍ଲକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକମାନଙ୍କ ଦାବିଗୁଡିକ ଯୁକ୍ତି ସଙ୍ଗତ ଏବଂ ଦାବିଗୁଡିକ ପାଇଁ ସେମାନେ ହକ ଦାର ବୋଲି ମତ ରଖିଥିଲେ। ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରି ବିଦ୍ୟାଳୟ ଖୋଲିବା ପାଇଁ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ସେହିପରି ଓଡିଶା ଅଭିଭାବକ ମହାସଂଘ ମଧ୍ୟ ଧାରଣା ସ୍ଥଳରେ ପହଞ୍ଚି ଏହି ଧାରଣାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ଜଣା ପଡିଛି। ଓଡିଶା ଅଭିଭାବକ ମହାସଂଘର ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅକ୍ଷୟ କୁମାର ମଲ୍ଲିକ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କ ଧାରଣାକୁ ସମର୍ଥନ ଜଣାଇ ଥିଲେ। ସରକାର ତୁରନ୍ତ ଶିକ୍ଷକମାନଙ୍କ ଦାବିଗୁଡିକ ପୂରଣ କରିବା ପାଇଁ ଦାବି କରିଥିଲେ।

ଓଡ଼ିଶା ଅଭିଭାବକ ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.