ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ, ଇଭେଣ୍ଟ କମ୍ପାନୀର ଅଭିଯୋଗ ଉପରେ କୋର୍ଟ ନିର୍ଦ୍ଦେଶ

Published: Sep 17, 2023, 8:06 pm IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଖବର ଅନୁଯାୟୀ କୋଲକାତାର ସିୟାଲଦହ କୋର୍ଟ ଜରିନ ଖାନଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ଗୋଟିଏ ଇଭେଣ୍ଟ କମ୍ପାନୀର ଅଭିଯୋଗ ପରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

ଜରିନ ଖାନଙ୍କ ବିରୋଧରେ ଅଭିଯୋଗ:

୨୦୧୮ ରେ ୬ ଟି ଇଭେଣ୍ଟରେ ଯୋଗ ନ ଦେବା କାରଣରୁ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। କୋଲକାତା ଏବଂ ଉତ୍ତର ୨୪ ପରଗାନାରେ ୬ ଟି କାଳୀ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ନାରକେଲଡଙ୍ଗା ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରାଯାଇଥିଲା। ଏହା ପରେ ନାରକେଲଡଙ୍ଗା ପୋଲିସ ସିୟାଲଦହ କୋର୍ଟରେ ଚାର୍ଜସିଟ୍ ଉପସ୍ଥାପନ କରିଥିଲା।

ଜରିନ୍ ଖାନ୍ ୨୦୧୦ ରେ ସଲମାନ ଖାନଙ୍କ ସହ ଫିଲ୍ମ ‘ବୀର’ ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଫିଲ୍ମ ମାଧ୍ୟମରେ ଅନେକ ଖ୍ୟାତି ମଧ୍ୟ ପାଇଥିଲେ। କିନ୍ତୁ କିଛି ସମୟ ପରେ ଅଭିନେତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରିବର୍ତ୍ତେ ଦର୍ଶକ ତାଙ୍କ ଚେହେରାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ତୁଳନା କରିବା ଆରମ୍ଭ କରିଥିଲେ। ଯାହା ପରେ ଅଭିନେତ୍ରୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଗଲେ।

କ୍ୟାଟ୍ରିନାଙ୍କ ସହ ତୁଳନା ହେବା ଦ୍ଵାରା ଅଭିନେତ୍ରୀ ନିଜର ନିରବତା ଭାଙ୍ଗି ଥିଲେଥିଲେ। ଏହା ଉପରେ ଜରିନ୍ ଖାନ୍ କହିଥିଲେ ଯେ, “ଯେତେବେଳେ ମୋତେ କ୍ୟାଟ୍ରିନାଙ୍କ ସହ ତୁଳନା କରାଯାଏ ମୁଁ ବହୁତ ଖୁସି ଅନୁଭବ କରେ। କାରଣ ମୁଁ ନିଜେ ତାଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ମୁଁ ମଧ୍ୟ ତାଙ୍କୁ ବହୁତ ସୁନ୍ଦର ମନେ କରେ। କିନ୍ତୁ ଏହି ତୁଳନା ମୋ କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପକାଇଲା … ତୁଳନାତ୍ମକ ହେତୁ ଇଣ୍ଡଷ୍ଟ୍ରିର ଲୋକମାନେ ମୋତେ ମୋର ଦକ୍ଷତା ପ୍ରମାଣ କରିବାର ସୁଯୋଗ ଦେଇନଥିଲେ।

Related posts