Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ, ଇଭେଣ୍ଟ କମ୍ପାନୀର ଅଭିଯୋଗ ଉପରେ କୋର୍ଟ ନିର୍ଦ୍ଦେଶ
ଆଜିର ଖବର

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ, ଇଭେଣ୍ଟ କମ୍ପାନୀର ଅଭିଯୋଗ ଉପରେ କୋର୍ଟ ନିର୍ଦ୍ଦେଶ

September 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଖବର ଅନୁଯାୟୀ କୋଲକାତାର ସିୟାଲଦହ କୋର୍ଟ ଜରିନ ଖାନଙ୍କ ନାମରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ଗୋଟିଏ ଇଭେଣ୍ଟ କମ୍ପାନୀର ଅଭିଯୋଗ ପରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

ଜରିନ ଖାନଙ୍କ ବିରୋଧରେ ଅଭିଯୋଗ:

୨୦୧୮ ରେ ୬ ଟି ଇଭେଣ୍ଟରେ ଯୋଗ ନ ଦେବା କାରଣରୁ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। କୋଲକାତା ଏବଂ ଉତ୍ତର ୨୪ ପରଗାନାରେ ୬ ଟି କାଳୀ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ନାରକେଲଡଙ୍ଗା ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରାଯାଇଥିଲା। ଏହା ପରେ ନାରକେଲଡଙ୍ଗା ପୋଲିସ ସିୟାଲଦହ କୋର୍ଟରେ ଚାର୍ଜସିଟ୍ ଉପସ୍ଥାପନ କରିଥିଲା।

ଜରିନ୍ ଖାନ୍ ୨୦୧୦ ରେ ସଲମାନ ଖାନଙ୍କ ସହ ଫିଲ୍ମ ‘ବୀର’ ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଫିଲ୍ମ ମାଧ୍ୟମରେ ଅନେକ ଖ୍ୟାତି ମଧ୍ୟ ପାଇଥିଲେ। କିନ୍ତୁ କିଛି ସମୟ ପରେ ଅଭିନେତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରିବର୍ତ୍ତେ ଦର୍ଶକ ତାଙ୍କ ଚେହେରାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ତୁଳନା କରିବା ଆରମ୍ଭ କରିଥିଲେ। ଯାହା ପରେ ଅଭିନେତ୍ରୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଗଲେ।

କ୍ୟାଟ୍ରିନାଙ୍କ ସହ ତୁଳନା ହେବା ଦ୍ଵାରା ଅଭିନେତ୍ରୀ ନିଜର ନିରବତା ଭାଙ୍ଗି ଥିଲେଥିଲେ। ଏହା ଉପରେ ଜରିନ୍ ଖାନ୍ କହିଥିଲେ ଯେ, “ଯେତେବେଳେ ମୋତେ କ୍ୟାଟ୍ରିନାଙ୍କ ସହ ତୁଳନା କରାଯାଏ ମୁଁ ବହୁତ ଖୁସି ଅନୁଭବ କରେ। କାରଣ ମୁଁ ନିଜେ ତାଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ମୁଁ ମଧ୍ୟ ତାଙ୍କୁ ବହୁତ ସୁନ୍ଦର ମନେ କରେ। କିନ୍ତୁ ଏହି ତୁଳନା ମୋ କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପକାଇଲା … ତୁଳନାତ୍ମକ ହେତୁ ଇଣ୍ଡଷ୍ଟ୍ରିର ଲୋକମାନେ ମୋତେ ମୋର ଦକ୍ଷତା ପ୍ରମାଣ କରିବାର ସୁଯୋଗ ଦେଇନଥିଲେ।

ଗିରଫ ୱାରେଣ୍ଟ ବଲିଉଡ ଅଭିନେତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.