ପ୍ରଧାନମନ୍ତ୍ରୀଙ୍କ ୭୩ ତମ ଜନ୍ମଦିନ: ରାଜ୍ୟର ବିଭିନ୍ନ ଦେବାଳୟମାନଙ୍କରେ ପୂଜାର୍ଚ୍ଚନା

Published: Sep 17, 2023, 7:42 pm IST

ଭୁବନେଶ୍ୱର: ୨୦୧୪ ମସିହାରେ ଶାସନ ଭାରର ଯାତ୍ରା ଆରମ୍ଭ କରିବା ପରେ ଅବିଶ୍ରାନ୍ତ ଗତିରେ ଦିନରାତି କାମ କରିଚାଲିଛନ୍ତି। ତାଙ୍କର ପ୍ରୟାସ ଏବଂ କାର୍ଯ୍ୟ ନୂତନ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି। ଜଣେ ସାଂଗଠନିକ ବ୍ୟକ୍ତି, ଜଣେ ମୁଖ୍ୟମନ୍ତ୍ରୀ ଏବଂ ବର୍ତମାନ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିବା ପ୍ରିୟ ମୋଦିଜୀ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉତ୍‌ଥାନ ତଥା ଦଳିତ, ଆଦିବାସୀ ଓ ମହିଳାମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟନ୍ୱୟନ କରିଛନ୍ତି। ଜନଭାଗିଦାରୀକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦିଜୀ ଆଜି ଦେଶ ପାଇଁ ଅନେକ ଅକଳ୍ପନୀୟ ସକାରାତ୍ମକ ପରିଣାମ ହାସଲ କରି ଭାରତବର୍ଷର ମାନ ଓ ସମ୍ମାନ ବିଶ୍ୱ ଦରବାରରେ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି।

ଆଜି ସେହି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି।

ଭୁବନେଶ୍ୱରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାମମନ୍ଦିରଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରି ପୂଜାର୍ଚ୍ଚନା କରିଛନ୍ତି। ସେହିପରି ପୁରୀଠାରେ ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି।

Related posts