Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଚତୁର୍ଥ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ
ଆଜିର ଖବର

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଚତୁର୍ଥ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ

September 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ନିମନ୍ତେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହାଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଛି। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ଏ ବିଷୟରେ ସେ ଉଲ୍ଲେଖ କରିଥିଲେ।

ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଭାରତୀୟ ପୋଲିସ ସେବା ଅଧିକାରୀ ତଥା ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ପାଠକ ପାଠିକା ମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ନିଜକୁ ଉତ୍ସଗୀକୃତ ଭାବେ ସମୟର ସଦୁପଯୋଗ କରି ଓ ସମ୍ପୂର୍ଣ୍ଣ ରୂପେ ଭାଗ୍ୟ ଉପରେ ଭରସା ନ କରି ଭବିଷ୍ୟତ ଗଠନ କରିବା ସହିତ ନିଜ ଭିତରେ କିପରି ଆତ୍ମ ବିଶ୍ୱାସ ଜନ୍ମାଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ ସେଥିନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଅତସୀ ଦାସ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଓ ପାଠକ ପାଠିକା ମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ବକ୍ତୃତା ମାଳା ରାଜ୍ୟ ପାଠାଗାର ହରେକୃଷ୍ଣ ମହତାବ
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.