Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ 
ଆଜିର ଖବର

ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ 

September 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ ଏହାକୁ ପାରମ୍ପରିକ କାରିଗର ଓ ଶିଳ୍ପୀ ମାନଙ୍କୁ ସମର୍ପିତ କରିଥିଲେ। ଲକ୍ଷ ଲକ୍ଷ କାରିଗର ଏବଂ ସେମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆଶାର କିରଣ ରୂପେ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଦେଶର ଦୈନନ୍ଦିନ ଜୀବନରେ ବିଶ୍ୱକର୍ମାଙ୍କ ଅବଦାନ ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବୈଷୟିକ ଜ୍ଞାନକୌଶଳରେ ଯେତେ ଉନ୍ନତି ହେଉ ନା କାହିଁକି ବିଶ୍ୱକର୍ମାମାନେ ସମାଜରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ୱକର୍ମାଙ୍କୁ ସ୍ୱୀକୃତି ଓ ସମର୍ଥନ ମିଳିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, “ସରକାର ବିଶ୍ୱକର୍ମାଙ୍କ ସମ୍ମାନ ବୃଦ୍ଧି, ସାମର୍ଥ୍ୟ ବୃଦ୍ଧି ଏବଂ ସମୃଦ୍ଧି ବୃଦ୍ଧି ପାଇଁ ଏକ ସହଯୋଗୀ ଭାବରେ ଆଗେଇ ଆସିଛନ୍ତି। ଶିଳ୍ପୀ ଓ କାରିଗରମାନଙ୍କର ୧୮ଟି କୌଳିକ ବୃତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, କମାର, ବଣିଆ, ମୂର୍ତ୍ତିଶିଳ୍ପୀ, କୁମ୍ଭାର, ମୋଚି, ଦରଜି, ରାଜମିସ୍ତ୍ରୀ, ଭଣ୍ଡାରୀ, ରଜକ ପ୍ରମୁଖକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଯୋଜନା ପାଇଁ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଦକ୍ଷ କାରିଗର ଏବଂ ବୃତ୍ତିକୁ ପ୍ରଶିକ୍ଷଣ ଦେବା ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପରିବର୍ତ୍ତିତ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କ ପାଇଁ ପ୍ରଶିକ୍ଷଣ, ପ୍ରଯୁକ୍ତି ବିଦ୍ୟା ଏବଂ ଉପକରଣ ଗୁରୁତ୍ୱପୂର୍ଣ୍ଣ।”। ପ୍ରଶିକ୍ଷଣ ସମୟରେ ବିଶ୍ୱକର୍ମା ବନ୍ଧୁମାନଙ୍କୁ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଆଧୁନିକ ଟୁଲକିଟ୍ ପାଇଁ ୧୫ ହଜାର ଟଙ୍କାର ଟୁଲକିଟ୍ ଭାଉଚର ଦିଆଯିବ ଏବଂ ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂରେ ସରକାର ସାହାଯ୍ୟ କରିବେ ବୋଲି ସେ କହିଥିଲେ। କେବଳ ଜିଏସଟି ପଞ୍ଜିକୃତ ଦୋକାନରୁ ଟୁଲକିଟ୍ କିଣାଯିବା ସହ ଏହି ଉପକରଣଗୁଡ଼ିକ ମେଡ୍ ଇନ୍ ଇଣ୍ଡିଆ ହେବା ଦରକାର ବୋଲି ସେ କହିଛନ୍ତି।

ବିଶ୍ୱକର୍ମାମାନଙ୍କ ପାଇଁ ବିନା ବନ୍ଧକରେ ଋଣ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଋଣ ପାଇଁ ବନ୍ଧକ ମଗାଯାଏ, ସେହି ଗ୍ୟାରେଣ୍ଟି ମୋଦୀ ଦେଇଥାନ୍ତି । ବିଶ୍ୱକର୍ମା ସାଥୀମାନେ ଅତି କମ୍ ସୁଧରେ କୌଣସି ବନ୍ଧକ ନରଖି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ ବୋଲି ସେ ସୂଚନା ଦେଇଥିଲେ।

ଗଣେଶ ଚତୁର୍ଥୀ, ଧନତେରସ, ଦୀପାବଳି ଭଳି ଦେଶରେ ଆଗାମୀ ପର୍ବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ଥାନୀୟ ଉତ୍ପାଦ କିଣିବାକୁ ଅନୁରୋଧ କରିଥିଲେ, ବିଶେଷକରି ସେହି ଉତ୍ପାଦ ଯେଉଁଥିରେ ଦେଶର ବିଶ୍ୱକର୍ମାମାନେ ଯୋଗଦାନ ଦେଇଛନ୍ତି ।

ଅଶ୍ୱିନୀ ବୈଷ୍ଣବ, ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଅଶ୍ୱିନୀ ବୈଷ୍ଣବ ମଧ୍ୟ ସ୍ଥାନୀୟ ଉତ୍ପାଦ ପ୍ରସ୍ତୁତ କରୁଥିବା କଳାକାର ଓ ହସ୍ତଶିଳ୍ପି ମାନଙ୍କ ସହ ଏହି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ ଆଲୋଚନା କରିଥିଲେ।

ଏହା ପରେପରେ, ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଅଶ୍ୱିନୀ ବୈଷ୍ଣବ ଏକ ଲୋକାଲ ଟ୍ରେନ୍‌ରେ ସ୍ୱଚ୍ଛତା ଅଭିଯାନରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଯାତ୍ରା କରିବା ସହ ସ୍ଵଚ୍ଛତା ଅଭିଯାନ ଏବଂ ଏହାର ମହତ୍ତ୍ୱ ବିଷୟରେ ଯାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏତଦବ୍ୟତୀତ ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନରେ ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେଳ ବ୍ୟବସ୍ଥାର ଉନ୍ନତି ତଥା ଏହାର ଯାତ୍ରୀମାନଙ୍କ କଲ୍ୟାଣ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ।

ନରେନ୍ଦ୍ର ମୋଦୀ ପାରମ୍ପରିକ କାରିଗର ପିଏମ୍ ବିଶ୍ୱକର୍ମା' ଯୋଜନା ବିଶ୍ୱକର୍ମା ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025
Latest News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.