ମାଁ ଓ ଦୁଇ ଜାଆଁଳା ପୁଅଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

Published: Sep 19, 2023, 1:24 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶେରଗଡ଼ ଥାନା ଅନ୍ତର୍ଗତ ଶ୍ରୀ ରାମ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜନୈକା ଶିକ୍ଷୟିତ୍ରୀ ସବିତା ବେହେରା ଓ ତାଙ୍କର ଦୁଇ ଜାଆଁଳା ପୁଅ ଙ୍କ ମୃତ୍ୟୁ ଖବର ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ ଯେ, ମୃତ ସବିତା ଶେରଗଡ଼ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଓ ସେ ଶେରଗଡ଼ ବାଇପାସ୍ ରାସ୍ତା ଶ୍ରୀ ରାମ ନଗରରେ ଏକ ଭଡ଼ା ଘରେ ପରିବାର ସହ ରହୁଛନ୍ତି। ଗତକାଲି ତାଙ୍କ ସ୍ବାମୀ ପ୍ରସନ୍ନ କୁମାର ବେହେରା ନିଜର ଓ ଦୁଇ ପୁଅର ପେଟ ଗୋଳମାଳ ଦର୍ଶାଇ ଡାକ୍ତରଖାନାକୁ ଯାଇ ଔଷଧ ଆଣିଥିଲେ ଓ ପରେ ଦୁଇ ପିଲାର ଦେହ ଖରାପ ବୋଲି ଡାକ୍ତରଖାନା କୁ ନେଇଥିଲେ। କିନ୍ତୁ ଡାକ୍ତର ଉକ୍ତ ଦୁଇ ବାଳକଙ୍କୁ ମୃତ ଘୋଷଣା କରିଥିଲେ। ତ

ତ୍ ସଙ୍ଗେ ସଙ୍ଗେ ପତ୍ନୀ ସବିତାର ମ୍ରୁତ୍ୟୁ ଘଟିଛି ବୋଲି ଜଣିପଡିବା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପତ୍ନୀ ସବିତା ଓ ଦୁଇ ପୁଅଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବା ପରେ ସବିତାଙ୍କ ଭାଇର ଅଭିଯୋଗକୁ ଭିତ୍ତି କରି ସ୍ବାମୀ ପ୍ରସନ୍ନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ଏଥି ସହିତ ଆସ୍କା ଡି ଏସ୍ ପି ଓ ଗଞ୍ଜାମ ଜିଲ୍ଲା ଏସ୍ ପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

Related posts