‘ଲଭ୍ ୟାତ୍ରୀ’ ଜରିଆରେ ବଲିଉଡ୍ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ଏବେ ଆଗାମୀ ଫିଲ୍ମରେ ଜଣେ ସେନାଧିକାରୀ ରୂପେ ନଜର ଆସିବେ। ଭିଣୋଇ ଆୟୁଷ ଶର୍ମାଙ୍କୁ ସଲମାନ୍ ନିଜ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ଲଭ୍ୟାତ୍ରୀ’ ଜରିଆରେ ବଲିଉଡ୍ରେ ପ୍ରବେଶ କରାଇଥିଲେ। ଯଦିଓ ଫିଲ୍ମଟି ବକ୍ସ ଅଫିସ୍ରେ ଅସଫଳ ରହିଥିଲା, ତେବେ ଆୟୁଷଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ଆୟୁଷ ଏବେ ଆଗାମୀ ଆକ୍ସନ-ଡ୍ରାମା ଫିଲ୍ମ ‘କ୍ବଥା’ରେ ସେନା ଅଧିକାରୀ ଭୂମିକାରେ ଆୟୁଷ ନଜର ଆସିବେ। ଏହି ଫିଲ୍ମଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କରାଯାଇଛି। ସୁନୀଲ ଜୈନ ଓ ଆଦିତ୍ୟ ଜୋଷୀ ପ୍ରଯୋଜିତ ଏହି ଫିଲ୍ମରେ କରନ୍ ଲଲିତ୍ ବୁଟାନି ନିର୍ଦ୍ଦେଶନା ଦେଉଛନ୍ତି। ୨୦୨୦ରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡ଼ିଛି।