Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଦ ବେପାରୀର ଆକ୍ରୋଶର ଶୀକାର ହେଲେ ମହିଳା
ଆଜିର ଖବର

ମଦ ବେପାରୀର ଆକ୍ରୋଶର ଶୀକାର ହେଲେ ମହିଳା

September 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଆକ୍ରୋଶର ଶୀକାର ହେଇଛନ୍ତି କୁଜଙ୍ଗ ଥାନା ବାଲିତୁଠ ପଂଚାୟତର ୱାର୍ଡ ସଭ୍ୟା ରାନୁ ସାମନ୍ତରାୟ। ଏ ନେଇ କୁଜଙ୍ଗ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କୁଜଙ୍ଗ ପୋଲିସ ଚୋରାମଦ ବେପାରୀ ଅନିଲ ବେହେରା ଓ ତାର ସହଯୋଗୀ ବିରଂଚି ନାରାୟଣ ବେଗ୍‌କୁ ଉଠାଇଆଣି ପଚରାଉଚରା କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ବାଲିତୁଠ ଅଂଚଳରେ ଦୀର୍ଘଦିନ ଧରି ଅନିଲ ଏକ ଭେରାଇଟ୍ ଷ୍ଟୋର କରି ସେଥିରେ ଚୋରା ମଦ କାରବାର କରିଆସୁଥିଲା। ସ୍ଥାନିୟ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମାତ୍ର କୁଜଙ୍ଗ ଥାନାରେ ଗତମାସରେ ନୂତନ ଥାନାଅଧିକାରୀ ଭାବେ ରଂଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ସ୍ଥାନିୟ ବାଲିତୁଠ ଅଂଚଳରେ ‘ଆମ ପୋଲିସ୍‌’ କାର୍ଯ୍ୟକ୍ରମ କରିଥିଲେ। ସେଠାରେ ସ୍ଥାନିୟ ଅଂଚଳରେ କିଛି ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ନେଇ ମହିଳା ୱାର୍ଡ଼ ସଭ୍ୟା ସମେତ କିଛି ମହିଳା ଥାନା ଅଧିକାରୀଙ୍କ ଦୃଷ୍ଟି ଗୋଚରକୁ ଆଣିଥିଲେ। ଥାନା ଅଧିକାରୀ ଘଟଣା ସଂପର୍କରେ ଅବଗତ ହେବା ପରେ ଛଦ୍ମବେଶରେ ଅନିଲ୍‌ର ଦୋକାନରେ ଚଢ଼ାଉ କରି ୩୬ ଲିଟର ମଦ ଜବତ କରିଥିଲେ।

ଏହି ଘଟଣାରେ ଅନିଲ ଜେଲ୍ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ଗତକାଲି ରାତିରେ ଅନିଲ୍ ଓ ତାହାର ସହଯୋଗୀ ବିରଂଚି ଆକ୍ରୋଶ ମୂଳକ ଭାବେ ଉକ୍ତ ମହିଳା ୱାର୍ଡ ସଭ୍ୟାଙ୍କୁ ଗାଳିଗୁଲଜ ସହିତ ଆକ୍ରମଣ କରିଥିଲା। ଉକ୍ତ ମହିଳା ଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାରେ ଆଜି କୁଜଙ୍ଗ ପୋଲିସ୍ କେସ୍ ନଂ-୪୩୧/୨୩ରେ ମାମଲା ରୁ୍‌ଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ରଂଶ୍ମୀରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

କୁଜଙ୍ଗ ବାଲିତୁଠ ପଂଚାୟତ ମଦ ବେପାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

September 11, 2025

୧୫ ବର୍ଷ ପରେ ଅଣ-ବାଣିଜ୍ୟିକ ଯାନବାହନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

September 11, 2025

ସାନନ୍ଦରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 11, 2025

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ

September 11, 2025
Latest News

ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

September 11, 2025

୧୫ ବର୍ଷ ପରେ ଅଣ-ବାଣିଜ୍ୟିକ ଯାନବାହନ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ

September 11, 2025

ସାନନ୍ଦରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

September 11, 2025

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ

September 11, 2025

ମାଲକାନଗିରି ଗସ୍ତରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.