Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ରେକର୍ଡ ୧୧୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଆଜିର ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ରେକର୍ଡ ୧୧୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ରେକର୍ଡ ୧୧୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୧୩୦୮ ଛାତ୍ରଙ୍କ ଠାରୁ ୧୫୩ଟି ଆଇଡିଆ ସଂଗ୍ରହ କରିଛି।
ଆଜି ଏହି ଯାତ୍ରା ବାଲେଶ୍ୱର ବାଲେଶ୍ଵର ଜିଲ୍ଲାର ୫ଟି କଲେଜ ଯଥା ଆରଜେ ସ୍କୁଲ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍‌, ସାଗର କଲେଜ୍ ଅଫ୍ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ ଏବଂ ବାଲେଶ୍ୱର ସରକାରୀ ଆଇଟିଆଇ ଗସ୍ତ କରିଛି। ଏହା ସହ ଗଜପତି ଜିଲ୍ଲାରେ ୪ଟି କଲେଜ ପର୍ଶୁରାମ ଗୁରୁକୁଳ ଡିଗ୍ରୀ କଲେଜ, ସେନ୍‌ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍‌ମେଣ୍ଟ, ଏସକେସିଜି ଅଟୋନୋମସ୍ କଲେଜ ଏବଂ ସରକାରୀ ଆଇଟିଆଇ(ଗୁମ୍ମା),ଏହା ବ୍ୟତିତ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରିୟ ବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ସୋନପୁର କଲେଜ ଏବଂ ବିଶ୍ୱପ୍ରଭା କଲେଜ ଆଦି ଗସ୍ତ କରିଛି।
ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୮୮ଟି କଲେଜ୍ ଏବଂ ୨୫ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୧୪୦୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୧୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିଛି।
ଆସନ୍ତା ମଙ୍ଗଳବାର ଦିନ ଯାତ୍ରା ଆଉ ତିନୋଟି ଜିଲ୍ଲା ମୟୂରଭଞ୍ଜ, ରାୟଗଡ଼ା ଓ ବରଗଡ଼ ଜିଲ୍ଲା ଗସ୍ତ କରି ବିଭନ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଷ୍ଟାର୍ଟଅପ୍ ଆଇଡ଼ିଆ ସଂଗ୍ରହ କରିବ। ମୟୂରଭଞ୍ଜ ଜିଲ୍ଲାରେ ଏହା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ, ଏମପିସି ଅଟୋନୋମସ କଲେଜ, ଉଦଳା ଅଟୋନୋମସ କଲେଜ, ସୀମାନ୍ତ ଇଂଜନିୟରିଂ କଲେଜ ଏବଂ ବାରିପଦା ଡିଗ୍ରୀ କଲେଜ। ବରଗଡ଼ ଜିଲ୍ଲାରେ ଏହା ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ତତନ୍ତ ଟେକ୍ନୋଲୋଜି ଏବଂ ପିକେଏ କଲେଜ ଅଫ୍ ଇଞ୍ଜିନିୟରିଂ ପରିଦର୍ଶନ କରିବ। ସେହିପରି ରାୟଗଡ଼ାର ୩ଟି କଲେଜ ରିତମ ରାୟଗଡ଼ା, ମଝିଘରିଆଣୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଓ ଜିଆଇଇଟି ଗୁଣୁପୁର ପରିଦର୍ଶନ କରାଯିବ।
ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।
ଷ୍ଟାର୍ଟଅପ୍ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଖାଇ ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

September 14, 2026

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ: ମିଳିବ ସଫଳତା

September 14, 2026

ଯୋରନ୍ଦା ମହିମା ଗାଦିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମହିମା ଗୋସାଇଁ ଓ ପରମାତ୍ମାଙ୍କୁ ଅର୍ପଣ

September 14, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026
Latest News

ପ୍ରଥମ ଥର ଏଲେନା ରିବାକିନା ୟୁଏସ୍ ଓପନ୍ ଚାମ୍ପିଅନ୍

September 14, 2026

ନୂଆଖାଇ ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

September 14, 2026

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ: ମିଳିବ ସଫଳତା

September 14, 2026

ଯୋରନ୍ଦା ମହିମା ଗାଦିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମହିମା ଗୋସାଇଁ ଓ ପରମାତ୍ମାଙ୍କୁ ଅର୍ପଣ

September 14, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ବିଶାଳ ରକ୍ତଦାନ ଶିବିର ପାଇଁ ଭୂମି ପୂଜନ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.