Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା
ଆଜିର ଖବର

ଆଜିଠୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ପାଇଁ ଅନଲାଇନରେ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅନଲାଇନ ଜରିଆରେ ଏହି ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ଦିନ ୧୧ଟାରୁ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି ନିର୍ଦ୍ଧାରିତ ସମୟ ଭିତରେ ପ୍ରାର୍ଥୀମାନେ ସମସ୍ତ ପ୍ରମାଣପତ୍ର ଦାଖଲ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି। “ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ଅନଲାଇନ ପ୍ରବେଶିକା ପରୀକ୍ଷା ଦେଇ ପରବର୍ତ୍ତି ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏବଂ “ସ୍କୁଲ ଅଫ୍ ସର୍ଭିସେସ୍‌” ବିଭାଗରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଏହି ନିର୍ଦ୍ଧାରିତ ସମୟ ଭିତରେ ଅନଲାଇନରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରେ www.worldskillcenter.org ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରିବେ । ଏହି ଲିଙ୍କ୍ ସେପ୍ଟେମ୍ବର ୨୬ ଦିନ ୧୧ଟାରୁ ଖୋଲା ରହିବ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ଯୁକ୍ତ ଦୁଇ କିମ୍ବା ଡିପ୍ଲୋମା ସାର୍ଟିଫିକେଟ ଦାଖଲ କରିପାରିବେ। ସେହିପରି ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ଜାତିଗତ ପ୍ରମାଣପତ୍ର ଦେବେ। ସ୍କୁଲ୍ ଅଫ୍ ସର୍ଭିସେସ୍ ବିଭାଗ ଲାଗି ପ୍ରାର୍ଥୀମାନେ ମେଡିକାଲ ସାର୍ଟିଫିକଟ ଦାଖଲ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ବ୍ୟାଚରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ତା’ ଭିତରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗରେ ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ବିଷୟ ରହିଛି।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଏବଂ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ଭଳି ୨ଟି ବିଷୟ ରହିଛି।

ଅନଲାଇନ ନାମଲେଖା ବିଶ୍ୱ ଦକ୍ଷତା କେନ୍ଦ୍ର ସେପ୍ଟେମ୍ବର ୩୦ ତାରିଖ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026
Latest News

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.