Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେବ ଆଉ ତିନିଟି ନୂତନ ବିଭାଗ, ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅନୁମୋଦନ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେବ ଆଉ ତିନିଟି ନୂତନ ବିଭାଗ, ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅନୁମୋଦନ

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରୋଗୀସେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସେବାକୁ ତ୍ବରାନ୍ବିତ କରିବାକୁ, ଏମ୍ସ ଭୁବନେଶ୍ୱରରେ ଆଉ ତିନିଟି ନୂତନ ବିଭାଗ ଆରମ୍ଭ ହେବ। ଏହି ବିଭାଗଗୁଡ଼ିକରେ ସଂକ୍ରାମକ ରୋଗ ବିଭାଗ, ବାୟୋ ଇନଫର୍ମାଟିକ୍ସ ବିଭାଗ ଏବଂ ବାୟୋଷ୍ଟାଟିଟିକ୍ସ ବିଭାଗ ଅନ୍ତର୍ଭୁକ୍ତ। ଏମ୍ସରେ ଆରମ୍ଭ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ନିମନ୍ତେ ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଏହାର ଅନୁମୋଦନ ପ୍ରଦାନ କରିଛି। ଏହି ରୋଗୀ ସେବା ତଥା ଅନ୍ୟାନ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜଣାଶୁଣା ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ବାସ। ଏମ୍ସର ଏକାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ।

ଏହି ଅବସରରେ ଡ. ବିଶ୍ବାସ କହିଛନ୍ତି ଯେ ଗତ ବର୍ଷ ସ୍ୱାସ୍ଥ୍ୟସେବା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଏହି ଅନୁଷ୍ଠାନ ପାଇଁ ଗୌରବ ଆଣିଦେଇଛି।

ଏଥିସହିତ ଏକାଡେମିକ୍ ପ୍ରୋଗ୍ରାମର ସମ୍ପ୍ରସାରଣ ବିଷୟରେ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏମ୍ସ ଭୁବନେଶ୍ୱରରେ ଛଅ ବର୍ଷିଆ ଏମ୍ସିଏଚ୍ ଶିଶୁରୋଗ ସର୍ଜରୀ ପାଠ୍ୟକ୍ରମ, ଶିଶୁ ପଲ୍ମୋନୋଲୋଜି ଏବଂ ଇଣ୍ଟେନ୍ସିଭ୍ କେୟାରରେ ଡିଏମ୍ ପାଠ୍ୟକ୍ରମ ଏବଂ ଶିଶୁ ସଂକ୍ରମଣ ରୋଗ ଏବଂ ଡିଏମ୍ ନେଫ୍ରୋଲୋଜିରେ ବିଶେଷଜ୍ଞ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ନୂତନ ବିଭାଗ ଏବଂ ଏକାଡେମିକ୍ କାର୍ଯ୍ୟକ୍ରମ ରୋଗୀ ସେବାରେ ଉନ୍ନତି ତଥା ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବାନେଇ ଡ. ବିଶ୍ବାସ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରକମଲକର ଯୋଗଦେଇ ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ପାଇଁ ଏମ୍ସ ଭୁବନେଶ୍ୱରଙ୍କୁ ଅଭିନନ୍ଦନ ଜଣାଇବା ସହ ଗବେଷଣା ଏବଂ ରୋଗୀ ସେବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାହାନାଗା ଟ୍ରେନ୍ ଦୁର୍ଘଟଣାର ମୃତ ଶରୀର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ନ୍ଧିତ କରାଯାଇଥିଲା।

ଏକାଦଶ ବାର୍ଷିକ ଉତ୍ସବରେ ବାର୍ଷିକ ସ୍ମରଣିକା “ଦି ଇନ୍ସାଇଟ୍”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ଦ୍ବାରା ଲିଖିତ ପୁସ୍ତକ କ୍ଲିନିକାଲ୍ ଫିଚର୍ସ ଅଫ୍ ମେଲିଡିଓସିସ୍କୁ ମଧ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ। ଏମ୍ସ ଭୁବନେଶ୍ୱରରେ ମେଲିଓଏଡୋସିସ୍ ରୋଗୀଙ୍କ ପରିଚାଳନା ଉପରେ ଆଧାରିତ ଏହି ପୁସ୍ତକ ଭାରତୀୟ ପ୍ରସଙ୍ଗରେ ମେଲିଓଏଡୋସିସ୍ ରୋଗ ପରିଚାଳନା ପାଇଁ ଏକ ମୂଲ୍ୟବାନ ଉତ୍ସ ହେବ ବୋଲି ଆଶା କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଭାରପ୍ରାପ୍ତ କୁଳସଚିବ ଡ. ଦେବୋପ୍ରିୟ ବନ୍ଦ୍ୟୋପଧ୍ୟାୟ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଆୟୋଜକ କମିଟିର ଆବାହକ ଡ. ସ୍ବେତା ସିଂ ଏବଂ ସହଆବାହକ ଡ. ସୋମନାଥ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏମ୍‌ସ ଭୁବନେଶ୍ୱର ରୋଗୀସେବା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025
Latest News

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.