ଅନ୍ତିମ ଦିନିକିଆରେ କେବଳ ୧୩ ଖେଳାଳିଙ୍କ ମଧ୍ୟରୁ ଚୟନ ହେବ ଦଳ: କାହିଁକି ଏଭଳି କହିଲେ ଅଧିନାୟକ

Published: Sep 27, 2023, 9:14 am IST

ରାଜକୋଟ: ତୃତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଇନ-ଫର୍ମ ଓପନର୍ ଶୁବମାନ ଗିଲଙ୍କ ସମେତ ପାଞ୍ଚ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ODI ପାଇଁ ଉପଲବ୍ଧ ହେବେ ନାହିଁ। କାରଣ କେତେକ ଖେଳାଳି ଭାଇରାଲରେ ସଂକ୍ରମିତ ହୋଇଥିଲେ। ଖେଳାଳିମାନେ ଘରକୁ ଫେରିବାକୁ ପସନ୍ଦ କରିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ ରେ ଆଗୁଆ ଥିବା ଭାରତକୁ ଅନ୍ତିମ ODI ପାଇଁ ୧୩ ଖେଳାଳିଙ୍କ ମଧ୍ୟରୁ ଦଳ ଚୟନ କରିବାକୁ ପଡିବ। ଯେଉଁଠାରେ ଗିଲଙ୍କୁ ବିଶ୍ରାମ ଦିଆଯାଇଛି। ଏଥି ସହ ଏସିଆ କପ୍ ସମୟରେ ଆହତ ହୋଇ ଅକ୍ସର ପଟେଲ ଜାତୀୟ କ୍ରିକେଟ୍ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଖେଳିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଏବଂ ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳି ନ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରକୁ ଫେରିଛନ୍ତି।

ତୃତୀୟ ମ୍ୟାଚ୍ ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତିକୁ ପ୍ରକାଶ କରି ରୋହିତ କହିଛନ୍ତି ଯେ, ‘ଆମର କିଛି ଖେଳାଳି ଅସୁସ୍ଥ ଅଛନ୍ତି ଏବଂ ଚୟନ ପାଇଁ ଉପଲବ୍ଧ ହେବ ନାହିଁ ଯେତେବେଳେ କିଛି ଖେଳାଳି ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି। ଏହା ବ୍ୟତୀତ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ବର୍ତ୍ତମାନ ଚୟନ ପାଇଁ ଆମର କେବଳ ୧୩ ଖେଳାଳି ଅଛନ୍ତି।

ସେ କହିଛନ୍ତି ଯେ, ‘ଗିଲଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଶାମି, ହାର୍ଦ୍ଦିକ ଏବଂ ଶାର୍ଦ୍ଦୁଲ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି। ଏହି ମ୍ୟାଚ ପାଇଁ ଅକ୍ସର ପଟେଲ ଉପଲବ୍ଧ ନୁହଁନ୍ତି। କେତେକ ଖେଳାଳି ଭାଇରାଲ ସଂକ୍ରମଣରେ ପୀଡିତ ଅଛନ୍ତି ଯେଉଁଥିପାଇଁ ସେମାନଙ୍କ ଚୟନକୁ ନେଇ ଅନିଶ୍ଚିତତା ରହିଛି।

Related posts