Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେ କାନାଡାର ପରିସ୍ଥିତିକୁ ନେଇ ଚିନ୍ତିତ: ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର
ଆଜିର ଖବର

ଆମେ କାନାଡାର ପରିସ୍ଥିତିକୁ ନେଇ ଚିନ୍ତିତ: ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର

September 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, କାନାଡାର ପରିସ୍ଥିତିକୁ ନେଇ ଆମେ ଚିନ୍ତିତ। ଆମେ କାନାଡା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଛୁ। ଅନୁସନ୍ଧାନରେ ସହାୟତା କରିବାକୁ ଆମେ ଭାରତକୁ ମଧ୍ୟ ନିବେଦନ କରିଛୁ ଏବଂ ଆମେ ଏହି ନିବେଦନ ଜାରି ରଖିବୁ। ଭାରତ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଆମେ ଅନେକ ପ୍ରସଙ୍ଗରେ ଭାରତ ସହିତ କାମ କରୁ। କିନ୍ତୁ ଏହି ପ୍ରସଙ୍ଗରେ ଆମେ କାନାଡାର ଅନୁସନ୍ଧାନରେ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରୁଛୁ।

ଭାରତ ବିରୋଧରେ ଆସିଥିବା ଅଭିଯୋଗ ଆଦୌ ସତ୍ୟ ନୁହେଁ:

ଏଠାରେ କାନାଡା ସରକାର ଭାରତ ବିରୋଧରେ ଆସିଥିବା ଅଭିଯୋଗ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀ ନିଜ୍ଜର ହତ୍ୟା ମାମଲାରେ ଭାରତ ବିରୋଧରେ ଆସିଥିବା ଅଭିଯୋଗ ଆଦୌ ସତ୍ୟ ନୁହେଁ। ଏହାର କାରଣ ହେଉଛି ଯେ, ଭାରତ ଏହାର ନିର୍ଦ୍ଧାରିତ ନୀତି ଅନୁଯାୟୀ କଦାପି ଏହି ପରି କାର୍ଯ୍ୟରେ ଜଡିତ ହୁଏନାହିଁ। ପ୍ରକାଶ ଯେ, ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦାବି କରିଥିଲେ ଯେ ଜୁନ ମାସରେ କାନାଡାର ମାଟିରେ ନିଜ୍ଜର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ତାଙ୍କ ସରକାରଙ୍କର ବିଶ୍ୱାସନୀୟ ଅଭିଯୋଗ ରହିଛି।

ଆମେରିକା ମଧ୍ୟ ଭାରତକୁ ସମର୍ଥନ କରିଥିଲା:

ସୂଚନାଯୋଗ୍ୟ ଯେ, ହ୍ଵାଇଟ ହାଉସ ମଧ୍ୟ ଭାରତ ବିରୋଧରେ କାନାଡା ଦେଇଥିବା ଅଭିଯୋଗକୁ ଭୁଲ ବୋଲି କହିଛି। କିଛି ଦିନ ପୂର୍ବରୁ ହ୍ଵାଇଟ ହାଉସ କହିଥିଲା ​​ଯେ, କାନାଡା ମାଟିରେ ଜଣେ ଶିଖ ବିଚ୍ଛିନ୍ନତାବାଦୀ ହତ୍ୟାକାଣ୍ଡରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା କାନାଡାର ଅଭିଯୋଗକୁ ନେଇ ଆମେରିକା ଭାରତ ସହ ଯୋଗାଯୋଗରେ ଅଛି। ହ୍ଵାଇଟ ହାଉସର ପ୍ରେସ ସଚିବ କେରିନ୍ ଜିନ-ପିୟର କହିଛନ୍ତି ଯେ ଆମେରିକା ମଧ୍ୟ କାନାଡା ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛି।

ଆମେରିକା କାନାଡା ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?: ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

June 24, 2026
Latest News

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?: ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.