ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫୨ କୁ ବୃଦ୍ଧି

Published: Sep 29, 2023, 2:40 pm IST

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ପାକିସ୍ତାନୀ ଖବରକାଗଜ ଡନ୍ ଦେଇଛି।

ପୋଲିସ ସୂଚନା ଅନୁଯାୟୀ, ବଲୁଚିସ୍ତାନର ମାସ୍ତୁଙ୍ଗର ଅଲ ଫଲାହ ରୋଡରେ ଅବସ୍ଥିତ ମଦିନା ମସଜିଦ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ବିସ୍ଫୋରଣ ଘଟିଥିଲା।

Related posts