Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ, ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି
ଆଜିର ଖବର

ଜୁନାଗଡ ଆରଏମସି ରେ କର୍ମଚାରୀ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ, ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି

September 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି କର୍ମଚାରୀ ନିଯୁକ୍ତିରେ ପ୍ରିୟାପ୍ରୀତିପୋଷଣ କାରବାର ହେଉଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଥିବା ଦେଖାଯାଉଛି। ଦୀର୍ଘ ଦିନରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ କର୍ମଚାରୀଙ୍କୁ ବିଗତ ସାତ ବର୍ଷ ହେବ ବାର୍ଷିକ ଚୁକ୍ତି ଅନୁସାରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ନିଷ୍ଠାପରତା ଅନୁସାରେ ଆର ଏମ ସି ର ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ରେ ଗତ ୨୦.୦୩.୨୦୧୮ ଦିନ ରେଜୁଲେସନ ହୋଇଥିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଥର ରେଜୁଲେସନ କରାଯାଇଥିବା ଜଣାପଡିଛି। ହେଲେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କୁ ଗତ ୨୩.୦୫.୨୦୨୩ ଦିନ ମଜୁରି ବୃଦ୍ଧି କରାଯାଇଥିବା ବେଳେ ବାକି ଦୁଇ ଜଣଙ୍କ ପ୍ରତି ଅଣଦେଖା କରାଯାଇଥିବା କୁହଯାଉଛି। ନେଇ ଆଣି ଥୋଇ ଜାଣିବା ବିଦ୍ୟାରେ ଧୁରନ୍ଧର ଜନୈକ ଅଧସ୍ତନ କର୍ମଚାରୀ ସମ୍ପାଦକ ଓ ଅଧ୍ୟକ୍ଷ ଙ୍କୁ ଭୁଲ ତଥ୍ୟ ଉପସ୍ଥାପନ କରି ନିଜ ହାତ ମୁଠାରେ ଆର ଏମ ସି ର ପରିଚାଳନା କରିବାରେ ସଫଳ ହୋଇ ଯାଉଥିବା ଯୋଗୁ ଏଭଳି ଅବ୍ୟବସ୍ଥା ହେଉଥିବା ଚର୍ଚ୍ଚା ହେଉଛି।

ଅନ୍ୟ ପକ୍ଷରେ ଅସ୍ଥାୟୀ ଭାବେ କମ କରୁଥିବା ନଅ ଜଣ କର୍ମଚାରୀଙ୍କୁ ଗତ ୨୫.୧୧.୨୦୨୦ ଦିନ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ରେଜୁଲେସନ କରାଯାଇ ଏବଂ ଓସାମା ବୋର୍ଡ ପତ୍ର ସଂଖ୍ୟା ୧୩୧୬ ତା.୧୭.୦୫.୨୦୧୬ ଅନୁସାରେ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ସ୍ଵତନ୍ତ୍ର ଅନୁକମ୍ପା ଦେଖାଇ ପୁନର୍ବାର ଗତ ୦୨.୦୫.୨୦୨୩ ଦିନ ଠାରୁ ବାର୍ଷିକ ଚୁକ୍ତି ଭିତ୍ତିରେ ଚୁକ୍ତିଭିତ୍ତିକ କର୍ମଚାରି ଭାବେ ରଖାଯାଇଥିବା ଜଣାପଡିଛି। ଇତି ମଧ୍ୟରେ ଏହି ଛଅ ଜଣ ଙ୍କ ମଜୁରିବୃଦ୍ଧି କରାଇବା ପାଇଁ ସମ୍ପୃକ୍ତ କର୍ମଚାରୀ ଦୃଢ ପ୍ରତିଶୃତି ଦେଇଥିବା ଚର୍ଚ୍ଚା ହେଉଛି। ଏହା ଯଦି ସତ୍ୟ ହୋଇଥାଏ ତେବେ ଯେଉ ପାଞ୍ଚ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀର୍ଘ ସାତ ବର୍ଷ ଖଟିବା ପରେ ବହୁ କଷ୍ଟରେ ସେମାନଙ୍କ ମଧ୍ୟରୁ କେବଳ ତିନି ଜଣଙ୍କ ମଜୁର ବୃଦ୍ଧି କରାଗଲା ଏବଂ ଅଦ୍ୟାବଧି ଦୁଇ ଜଣଙ୍କ ମଜୁରି ବୃଦ୍ଧି କରାଯାଇ ନାହି ସେମାନେ କେଉ ପ୍ରକାର ଦୋଷ କରିଥିଲେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ଯେଉ ପାଞ୍ଚ ଜଣ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀର୍ଘ ସାତ ବର୍ଷ ହେବ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମଜୁରି ବୃଦ୍ଧି କରାଯାଇ ନ ଥିବା ବେଳେ ମାତ୍ର ଚାରି ମାସ ତଳେ ଚୁକ୍ତି ଭିତ୍ତିକ କର୍ମଚାରୀ ଭାବେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କ ମଜୁରି କେଉ ନିୟମ ଅନୁସାରେ ବୃଦ୍ଧି କରାଯିବ ତାହା ସର୍ବ ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି। ଗୋଦାମ ଭଡା, ଦୋକାନ ଭଡା ଦେବାରେ ବ୍ୟାପକ ଜାଲିଆତି କରାଯାଇଥିବା ଓ ସବ ଲେଟ ଦିଆ ଯାଇ ଭଡାଧାରି ଲାଭବାନ ହେଉଥିବା ବେଳେ ଆରଏମସି କ୍ଷତି ସହୁଥିବା ଅଭିଯୋଗ ହେଉଛି ଆର ଏମ ସି ର ଉପାଧ୍ୟକ୍ଷ ଙ୍କୁ ଦୀର୍ଘ ଦିନ ହେବ ସାମିଲ କରାଯାଉ ନ ଥିବା ବେଳେ ଆଉ ଜଣଙ୍କ ପ୍ରତି କୋହଳ ନୀତି କରାଯାଇଥିବା ଅଭିଯୋଗ ହେଉଛି। ସଭ୍ୟମାନେ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଲେ ସେମାନଙ୍କୁ ଅଣଦେଖା କରାଯାଉଥିବା ଏବଂ ନିଜକୁ ଶୁହାଇବା ଭଳି ଭୁଲ ଚିତ୍ରଣ କରାଯାଉଥିବା ଅଭିଯୋଗ ହେଉଛି। ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କୁ ସମ୍ମାନ ଜଣାଇ ସଭ୍ଯ ମାନେ ନୀରବ ରହୁଥିବା ସୁଯୋଗ ନେଇ କିଛି ସୁବିଧାବାଦୀ ଙ୍କ ସହାୟତାରେ ସମ୍ପୃକ୍ତ କର୍ମଚାରୀ ମାନେ ସ୍ବର ଉଠାଉଥିବା ସଭ୍ୟ ସବୁ କଥାରେ ବିରୋଧ କରନ୍ତି ବୋଲି ଭୁଲ ତଥ୍ୟ ଉପସ୍ଥାପନ କରି ନିଜ ଫାଇଦା ଉଠାଉଥିବା ଚର୍ଚ୍ଚା ହେଉଛି।

ଜୁନାଗଡ ଆର ଏମ ସି ର ବିଭିନ୍ନ କାରବାର ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ସାଙ୍ଗକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅର୍ଥ ନୈତିକ ଅପରାଧ ଶାଖା ତରଫରୁ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି। ସ୍ଥାୟୀ ଉପଜିଲ୍ଲାପାଳ ଯୋଗ ଦେଲେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବର୍ତ୍ତମାନ ର ଭରପ୍ରାପ୍ତ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ କହୁଥିବା ଜଣାପଡିଛି।

କଳାହାଣ୍ଡି ଜିଲ୍ଲା ଜୁନାଗଡ ଆରଏମସି
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.