Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତିବର୍ଷ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ
ଆଜିର ଖବର

ପ୍ରତିବର୍ଷ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ

October 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ କର୍କଟ ରୋଗରେ ପୀଡ଼ିତ ଶିଶୁମାନଙ୍କୁ

ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଦ୍ବାରା ସାମଗ୍ରିକ ଭାବେ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ଯୋଗାଇଆସୁଛି। ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସ‌ଚେଚତନା ସୃଷ୍ଟି କରିବା ନେଇ ଆଜି ଏମ୍‌ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡଖଣ୍ଡ ପରି ପଡ଼ୋଶୀ ରାଜ୍ୟରୁ ଆସୁଥିବା ଶିଶୁ କର୍କଟ ରୋଗୀଙ୍କୁ ମଧ୍ୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି ଏମ୍‌ସ ଭୁବନେଶ୍ୱର। ବିଭାଗକୁ ଆଜିସୁଦ୍ଧା ୧୨ଶହରୁ ଅଧିକ ଶିଶୁ କର୍କଟ ‌ରୋଗୀ ଆସିଥିବା ସୂଚନା ପ୍ରଦାନ କରିଛନ୍ତି ଡ. ବିଶ୍ବାସ।

ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗ ପକ୍ଷରୁ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ ଆରମ୍ଭ ହେବାକୁ ଯାଉଛି। ଶିଶୁ କର୍କଟ ରୋଗର ଫଳାଫଳ ଗତ ୫୦ ବର୍ଷ ମଧ୍ୟରେ ୮୦-୯୦ ପ୍ରତିଶତ ଅଧିକ ବଞ୍ଚିବାର ଆଶା ଦେଇଛି। ବର୍ତ୍ତମାନ ସମୟର ଏହି ଜଟିଳ ‌ରୋଗରେ ପିଡ଼ୀତ ୭୫-୮୦ ପ୍ରତିଶତ ଶିଶୁ ରୋଗୀ କର୍କଟ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ଏମ୍‌ସର ବିଭାଗୀୟ ଅତିରିକ୍ତ ପ୍ରଫେସର୍‌ ଡ. ସୋନାଲି ମହାପାତ୍ର। ଜଟିଳ ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ (ରକ୍ତ କର୍କଟ), ଲିମ୍ଫୋମା ଏବଂ ବୃକକ୍ ଟ୍ୟୁମର୍ ଭଳି କେତେକ କର୍କଟରେ ବଞ୍ଚିବା ସମ୍ଭାବନା ୯୦ ପ୍ରତିଶତରୁ ଅଧିକ ଥିବା କହିଛନ୍ତି ଡ. ମହାପାତ୍ର।

ଶୈଶବ ଅବସ୍ଥାରେର ହେଉଥିବା କର୍କଟ ରୋଗର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବାକୁ ଆଜି ଏମ୍‌ସ ପକ୍ଷରୁ ୱାକାଥନ୍, ରୋଗୀ/ପିତାମାତା ଏବଂ ଡାକ୍ତରଙ୍କ ସହିତ ଖୋଲା ଆଲୋଚନା ଭଳି ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଦେବାଶିଷ ସାହୁ, ଡ. କନିଷ୍କ ଦାସ, ଡ. ସୋମନାଥ ପାଢ଼ୀ, ଡ. ବି ବି ତ୍ରିପାଠୀ, ଡ. ସୁବ୍ରତ ସାହୁ, ଡ. ଆଦିତ୍ୟ ମାନେକର ସାହୁ, ଡ. ଆକାଶ ପତି ପ୍ରମୁଖ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଉପସ୍ଥିତ ଥିଲେ। ଡ. ସୋନାଲି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଶିଶୁ କର୍କଟ ରୋଗୀ, ସେମାଙ୍କର ପିତାମାତା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଭାରତରେ ଶିଶୁ କର୍କଟ ରୋଗକୁ ନେଇ ଗବେଷଣା ଜାରି ରହିଛି। ଭାରତୀୟ ଉପମହାଦେଶର ଫଳାଫଳ ପ୍ରାୟତଃ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପଛରେ ରହିଛି।  ରୋଗ ଚିହ୍ନଟରେ ବିଳମ୍ବ, ବିଳମ୍ବିତ ନିରାକରଣ, ବିଳମ୍ବିତ ରେଫରାଲ୍, ଚିକିତ୍ସା ଏବଂ ସାମାଜିକ/ଆର୍ଥିକ/ଶିକ୍ଷାଗତ ଅବସ୍ଥା ପରି ବିଭିନ୍ନ କାରଣ ଏନେଇ ଦାୟୀଥିବା ବିଶେଷଜ୍ଞମାନେ ମତଦେଇଛନ୍ତି। ଏନେଇ ଏକ ସମନ୍ୱିତ, ବହୁମୁଖୀ ଏବଂ ସାମଗ୍ରିକ ଉପାୟ ଅବଲମ୍ବନ ସମୟର ବଡ଼ ଆବଶ୍ୟକତାଥିବା ମତପ୍ରକାଶ ପାଇଛି।

ଏମ୍‌ସ ଭୁବନେଶ୍ୱରରେ ଏହି ‌କ୍ଷେତ୍ରରେ ଅଧିକ ଗବେଷଣା ନିମନ୍ତେ ଏହି ବିଭାଗରେ ଡିଏମ୍ ପାଠ୍ୟକ୍ରମ ପ୍ରଚଳନ ଆରମ୍ଭ ହୋଇଛି। ଯାହାକି ପିଜିଆଇଏମ୍‌ଇଆର, ଚଣ୍ଡିଗଡ଼ ପରେ ଏମ୍‌ସ ଭୁବନେଶ୍ୱର ଦେଶରେ ଦ୍ୱିତୀୟ ଅନୁଷ୍ଠାନ ପାଲଟିଛି।

ବିଭିନ୍ନ ସରକାରୀ/ବେସରକାରୀ ସାମାଜିକ ସଂଗଠନ ସହଯୋଗରେ ଏହି ଜାତୀୟ ପ୍ରତିଷ୍ଠାନ ଗରିବ ଏବଂ ଅଭାବୀ ପିଲାମାନଙ୍କୁ ବିଭିନ୍ନ ସହାୟତା ଯେଗାଇଦେଇଥାଏ। ଏହା ସେମାନଙ୍କୁ ଥେରାପି ସଂପୂର୍ଣ୍ଣ କରିବାରେ ସକ୍ଷମ କରିଥାଏ। ଉଲ୍ଲେଖଯୋଗ୍ୟଯେ ସେପ୍ଟେମ୍ବର ମାସକୁ ସାରା ବିଶ୍ୱରେ ଶିଶୁ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଇଥାଏ।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଏସଆଇ ଓ ଦୁଇ କନେଷ୍ଟବଳ ସସପେଣ୍ଡ

April 30, 2026

୫୯୪ କିଲୋମିଟର ଲମ୍ବ ଆକ୍ସେସ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ ଗଙ୍ଗା ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 29, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ଜୀ ସାର୍ଥକରେ ମେ ୩ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ପ୍ରଥମ ଥର ପାଇଁ ସୁପରହିଟ ଚଳଚିତ୍ର ଦେଖନ୍ତୁ ‘ଚକ୍ରାନ୍ତ’

April 30, 2026

ଆଜି ଏପ୍ରିଲ ୩୦ ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.