Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ଆରମ୍ଭ ହେଲା ବିଦ୍ୟାଳୟ ପାଇଁ ଫୁଟବଲର ମାଷ୍ଟର ପ୍ରଶିକ୍ଷଣ
ଆଜିର ଖବର

ସମ୍ବଲପୁରରେ ଆରମ୍ଭ ହେଲା ବିଦ୍ୟାଳୟ ପାଇଁ ଫୁଟବଲର ମାଷ୍ଟର ପ୍ରଶିକ୍ଷଣ

October 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୋମବାର, ଅକ୍ଟୋବର ୨, ୨୦୨୩ରେ ଓଡ଼ିଶାର ସମ୍ବଲପୁରଠାରେ ଏଫ୍ ୪ଏସ୍ ଅଧୀନରେ ଫିଫା ପକ୍ଷରୁ ଦୁଇ ଦିନିଆ ଦକ୍ଷତା ବିକାଶ ମାଷ୍ଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଏବଂ ଏଆଇଏଫ୍ଏଫ ୯୫ ଜଣ ଶାରୀରିକ ଶିକ୍ଷା ଶିକ୍ଷକ/ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଅକ୍ଟୋବର ୫-୬ ରେ ପୁଣେ ଏବଂ ବେଙ୍ଗାଲୁରୁରେ ଏଭଳି ଆଉ ଦୁଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ପାଖାପାଖି ୨୦୦ (ପ୍ରତ୍ୟେକ ସ୍ଥାନରେ ୧୦୦) ପ୍ରତିଯୋଗୀ ଯୋଗ ଦେବେ । ପରବର୍ତ୍ତୀ ସ୍ତରରେ କ୍ଷମତାକୁ ଆହୁରି ବଢ଼ାଇବା ପାଇଁ ଏହି ଶିକ୍ଷକ/ପ୍ରଶିକ୍ଷାର୍ଥୀମାନଙ୍କୁ ରାଜ୍ୟସ୍ତରରେ ମାଷ୍ଟର ଟ୍ରେନର ଭାବେ ବିବେଚନା କରାଯିବ। ଫୁଟବଲ୍ ଫର୍ ସ୍କୁଲ୍ (ଏଫ୍ ୪ଏସ୍) ହେଉଛି ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଫୁଟ୍ ବଲ୍ ଆସୋସିଏସନ୍ (ଫିଫା) ଦ୍ବାରା ପରିଚାଳିତ ଏକ ମହତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗକୁ ଅଖିଳ ଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫଏଫ୍ ) ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ସହଯୋଗ କରୁଛନ୍ତି।

ଓଡ଼ିଶାର ସମ୍ବଲପୁରରେ ପ୍ରଥମ ଦୁଇ ଦିନିଆ ମାଷ୍ଟର ପ୍ରଶିକ୍ଷଣ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଫିଫାର ୩ ଜଣ ମାଷ୍ଟର ଟ୍ରେନର ଏବଂ ଏଆଇଏଫଏଫର ଜଣେ ପ୍ରତିନିଧି, ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ, କେଭିଏସ୍ ଓ ଏନଭିଏସର ୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ପ୍ରଶିକ୍ଷଣରେ ୧୩ଟି ରାଜ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଏବଂ ଏଆଇଏଫଏଫର ୯୫ ଜଣ ପ୍ରତିଯୋଗୀ (୬୭ ଜଣ ପୁରୁଷ ଓ ୨୮ ଜଣ ମହିଳା) ଅଂଶଗ୍ରହଣ କରୁଛନ୍ତି।

୩୦ ଅକ୍ଟୋବର ୨୦୨୨ରେ ଶିକ୍ଷା ମନ୍ତ୍ରଣାଳୟ, ଏଆଇଏଫ୍ଏଫ୍ ଏବଂ ଫିଫା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ନୋଡାଲ ସଂସ୍ଥା ଜବାହର ନବୋଦୟ ବିଦ୍ୟାଳୟ ଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ସରକାରୀ ବିଦ୍ୟାଳୟଗୁଡ଼ିକୁ ୧୧.୧୫ ଲକ୍ଷ ଫୁଟବଲ୍ ଯୋଗାଇ ଦେବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ସମଗ୍ର ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପ୍ରଶିକ୍ଷକମାନଙ୍କୁ ସଶକ୍ତ କରିବା ଅନ୍ତର୍ଭୁକ୍ତ । ଏହି ଫୁଟବଲ୍ ଗୁଡ଼ିକୁ ସାରା ଭାରତରେ ଥିବା ସ୍କୁଲଗୁଡ଼ିକରେ ବଣ୍ଟନ କରାଯିବ।

ପାଖାପାଖି ୭୦୦ ନିୟୁତ ପିଲାଙ୍କ ଶିକ୍ଷା, ବିକାଶ ଏବଂ ସଶକ୍ତିକରଣରେ ଯୋଗଦାନ କରିବା ଏଫ୍ ୪ଏସ୍‌ର ଲକ୍ଷ୍ୟ। ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଂଶୀଦାରମାନଙ୍କ ସହ ଭାଗିଦାରୀରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍ ଖେଳ ସହ ଜଡ଼ିତ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରି ବିଶ୍ୱବ୍ୟାପୀ ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଫୁଟ୍‌ବଲ୍‌କୁ ଅଧିକ ସୁଲଭ କରିବାକୁ ଏହା ଲକ୍ଷ୍ୟ ରଖିଛି। ଫିଫା ପକ୍ଷରୁ ଭାରତରେ ଏଫ୍ ୪ଏସ୍ ଆରମ୍ଭ କରାଯାଉଛି।

କେନ୍ଦ୍ରୀୟ ବିଦ୍ୟାଳୟ ନବୋଦୟ ବିଦ୍ୟାଳୟ ଫୁଟବଲ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଓଡିଶାକୁ ଆସିଲା ୮,୪୧୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ,୧୪,୩୧୦ ନିଯୁକ୍ତି ସମ୍ଭାବନା

September 11, 2026

ବୋଲେରୋକୁ ପିଟିଲା ଆଇଚର: ୮ ମୃତ

September 11, 2026
Latest News

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.