ସିକ୍କିମରେ ବନ୍ୟା ପରିସ୍ଥିତି, ଅନେକ ସ୍ଥାନରେ ଧୋଇଗଲା ରାସ୍ତା, ୨୩ ଯବାନ ନିଖୋଜ

Published: Oct 4, 2023, 12:24 pm IST

ନୂଆଦିଲ୍ଲୀ: ସିକ୍କିମରେ ମେଘ ଫାଟିବାରୁ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ଉତ୍ତର ସିକ୍କିମରେ ଘଟିଛି। ତିସ୍ତା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିଯାଇଛି। ଏହା ବ୍ୟତୀତ ନଦୀର ଜଳ ସ୍ତର ବୃଦ୍ଧି ହେତୁ ୨୦ରୁ ଅଧିକ ଯବାନ ମଧ୍ୟ ନିଖୋଜ ଥିବା କୁହାଯାଉଛି। ନିଖୋଜ ଯବାନମାନଙ୍କୁ ଖୋଜିବା ପାଇଁ ସେନା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ତିସ୍ତା ନଦୀରେ ବନ୍ୟା ହେବାର ମୁଖ୍ୟ କାରଣ ହେଉଛି ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ଯୋଗୁଁ କୁହାଯାଉଛି। ତିସ୍ତା ନଦୀରେ ବନ୍ୟା ହେତୁ ଜାତୀୟ ରାଜପଥ ୧୦ର ଏକ ବଡ଼ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି। ଜାତୀୟ ରାଜପଥ ୧୦ ର କିଛି ଅଂଶ ଭାଙ୍ଗିବା ହେତୁ ସିକ୍କିମର ରାଜଧାନୀ ଗାଙ୍ଗଟୋକ ଦେଶର ବାକି ଅଂଶ ସହିତ ସମ୍ପର୍କ କଟିଯାଇଛି।

Related posts