Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ର ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ ମଞ୍ଜୁରୀ
ଆଜିର ଖବର

କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ର ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ ମଞ୍ଜୁରୀ

October 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ’’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ବିଚାର ପାଇଁ ଆଇଏସଆରଡବ୍ଲୁଡି ଆଇନର ଧାରା ୫(୧) ଅଧୀନରେ ବର୍ତ୍ତମାନର କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ (କେଡବ୍ଲୁଡିଟି-୨)କୁ ଅଧିକ ଟର୍ମସ ଅଫ୍ ରେଫରେନ୍ସ (ଟିଓଆର) ପ୍ରଦାନ କୁ ଅନୁମୋଦନ ମିଳିଛି। ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ଆଇଏସଆରଡବ୍ଲୁଡି) ଆଇନ ୧୯୫୬ର ଧାରା (୩) ଅଧୀନରେ ତେଲଙ୍ଗାନା ସରକାର ସେମାନଙ୍କ ଅଭିଯୋଗରେ ଉପସ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାପ୍ତ ଆଇନଗତ ମତାମତ ଉପରେ ଏହା ଆଧାରିତ।

କ୍ରିଷ୍ଣା ନଦୀ ଜଳର ବ୍ୟବହାର, ବିତରଣ କିମ୍ବା ନିୟନ୍ତ୍ରଣକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ଦ୍ୱାରା ଉଭୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବିକାଶର ନୂତନ ମାର୍ଗ ଖୋଲିବ। ଏଥିସହିତ ଦୁଇ ରାଜ୍ୟର ଲୋକଙ୍କ ପାଇଁ ଲାଭଦାୟକ ପରିଣାମ ମିଳିବ ଯାହା ଆମ ଦେଶକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

ଆଇଏସଆରଡବ୍ଲୁଡି ଆଇନ, ୧୯୫୬ର ଧାରା ୩ ଅଧୀନରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୦୨.୦୪.୨୦୦୪ରେ କ୍ରିଷ୍ଣା ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ -୨ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ, ୦୨. ୦୬. ୨୦୧୪ରେ ଭାରତର ଏକ ନୂଆ ରାଜ୍ୟ ଭାବେ ତେଲଙ୍ଗାନାର ଗଠନ ହୋଇଥିଲା। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ (ଏପିଆରଏ), ୨୦୧୪ର ଧାରା ୮୯ ଅନୁଯାୟୀ, ଏପିଆରଏ ୨୦୧୪ର ଉକ୍ତ ଧାରା (ଏ) ଏବଂ (ବି)ର ସମାଧାନ ପାଇଁ କେଡବ୍ଲୁଡିଟି-୨ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

ଏହାପରେ କ୍ରିଷ୍ଣ ନଦୀ ଜଳର ବ୍ୟବହାର, ବିତରଣ ଉପରେ ବିବାଦକୁ ଦର୍ଶାଇ ୧୪.୦୭. ୨୦୧୪ରେ ତେଲଙ୍ଗାନା ସରକାର ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର (ଡିଓଡବ୍ଲୁଆର, ଆରଡି ଓ ଜିଆର)କୁ ଏକ ଅଭିଯୋଗ ପଠାଇଥିଲେ। ୨୦୧୫ରେ ମାନ୍ୟବର ସୁପ୍ରିମ୍ କୋର୍ଟରେ ଏହି ମାମଲାରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା। କେବଳ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ରେଫରେନ୍ସର ପରିସରକୁ ସୀମିତ ରଖି ବର୍ତ୍ତମାନର କେଡବ୍ଲୁଡିଟି -୨କୁ ଅଭିଯୋଗ ପଠାଇବା ଲାଗି ୨୦୧୮ରେ, ତେଲଙ୍ଗାନା ସରକାର ଡିଓଡବ୍ଲୁଆର, ଆରଡି ଓ ଜିଆରକୁ ଅନୁରୋଧ କରିଥିଲା। ପରେ ୨୦୨୦ରେ ମାନ୍ୟବର ମନ୍ତ୍ରୀ (ଜଳଶକ୍ତି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ସର୍ବୋଚ୍ଚ ପରିଷଦ ବୈଠକରେ ଆଲୋଚନା ଅନୁଯାୟୀ, ୨୦୨୧ରେ ତେଲଙ୍ଗାନା ସରକାର ଉକ୍ତ ରିଟ୍ ପିଟିସନ୍ ପ୍ରତ୍ୟାହାର କରିନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଡିଓଡବ୍ଲୁଆର, ଆରଡି ଓ ଜିଆର ବିଭାଗ ଏହି ମାମଲାରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନଗତ ମତାମତ ମାଗିଥିଲେ।

କ୍ୟାବିନେଟ ମଞ୍ଜୁରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.