Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମର ଶୁଭାରମ୍ଭ
ଆଜିର ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମର ଶୁଭାରମ୍ଭ

October 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଚଳିତ ଶିକ୍ଷାବର୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩ ଅକ୍ଟୋବର ୩ ତାରିଖରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗଦେଇ ଏହି ପାଠ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।

ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀସ୍ଥିତ ଜାପାନୀ ଫାଉଣ୍ଡେସନର ନିର୍ଦ୍ଦେଶକ ସାଟୋ କୋଜି,  ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତଙ୍କ ପ୍ରତିନିଧି ହାକାମାତା ମାହୋ; ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ନବିନ କୁମାର ପଣ୍ଡାଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ବରିଷ୍ଠ ଅଧିକାରୀ ଓ ଉତ୍ସାହୀ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ଜାପାନର କୃଷି, ପଶୁପାଳନ ଓ ଦୁଗ୍ଧ ବିଜ୍ଞାନ ଏବଂ ଜଙ୍ଗଲ ପରିଚାଳନାକ୍ଷେତ୍ରରେ ବୈଷୟିକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିବା ସହ ଏହି କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ବୋଲି ବର୍ଣ୍ଣନା କରିଥିଲେ । ଏହି ପାଠ୍ୟକ୍ରମ ମାଧ୍ୟମରେ ସ୍ନାତକ ଛାତ୍ରମାନେ କେବଳ ଜାପାନୀ ଭାଷା ଶିଖିବେ ନାହିଁ ବରଂ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଏହି ଉନ୍ନତ ଜ୍ଞାନକୌଶଳଭାରତକୁ ଆଣିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ପ୍ରଫେସର ତ୍ରିପାଠୀ ଦୃଢ଼ ଭାବରେ ବିଶ୍ୱାସ କରିଥିଲେ ଯେ ବିଶ୍ୱବିଦ୍ୟାଳୟର ଏହି ପଦକ୍ଷେପ କୃଷି, ପଶୁପାଳନ ଓ  ଦୁଗ୍ଧ ବିଜ୍ଞାନ ଏବଂ ଜଙ୍ଗଲ ପରିଚାଳନାକ୍ଷେତ୍ରରେ ଅଭ୍ୟାସକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳ ଏବଂ ରାଷ୍ଟ୍ରର ବିକାଶରେ ସହାୟକ ହେବ। ପାଠପଢ଼ା ଓ ଗବେଷଣା ରେ ଧ୍ୟାନ ଦେଇ ଦେଶ ପାଇଁ ଜଣେ ଜଣେ ଦିଗଦର୍ଶକ ହେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ନୋବେଲ ବିଜେତା ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏହା ସମଗ୍ର ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ଇଷ୍ଟ ନୀତି ସହିତ ମିଶି ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଜାପାନୀ ଭାଷା ପାଠ୍ୟକ୍ରମ ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଜାପାନୀ ଫାଉଣ୍ଡେସନର ନିର୍ଦେଶକ ଶ୍ରୀ ସାତୋ କୋଜି ସାମ୍ପ୍ରତିକ ପରିସ୍ଥିତିରେ ଜାପାନୀ ଭାଷା ଶିଖିଥିବା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ଶିକ୍ଷାର ଶୁଭାରମ୍ଭ ପାଇଁ ପ୍ରଫେସର ତ୍ରିପାଠୀଙ୍କ ମହତ୍ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ, ଯାହା ଏହି ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ସହ ଭାରତ ଏବଂ ଜାପାନ ମଧ୍ୟରେ ଅଧିକ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତି ବହନ କରିବ।

ଖାଦ୍ୟ, ପରମ୍ପରା ଓ ଧର୍ମ ଦୃଷ୍ଟିରୁ ଜାପାନ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ସମାନତା ଉପରେ ଆଲୋକପାତ କରିଥିଲେ ସୁଶ୍ରୀ ହାକାମାତା ମାହୋ। ଜାପାନୀ ଭାଷା ଶିଖିବା ଦ୍ୱାରା ଦୁଇ ଦେଶ ମଧ୍ୟରେ କିପରି ଲୋକମାନଙ୍କ ମଧ୍ୟରେ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ରେ ଜାପାନ ଓ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କକୁ ନେଇ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକକୁ ମନେ ପକାଇ ଏହି ବିଶ୍ୱବିଦ୍ୟାଳୟ ଭାରତରେ ଜାପାନୀ ଶିକ୍ଷାର ଏକ କେନ୍ଦ୍ର ରେ ପରିଣତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବ ଏସୀୟ ଅଧ୍ୟୟନ ବିଭାଗର ମୁଖ୍ୟ ପ୍ରଫେସର ନବିନ କୁମାର ପଣ୍ଡା ଜାପାନୀ ଭାଷାରେ ଦକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭାରତର କର୍ପୋରେଟ୍ କ୍ଷେତ୍ର, ବିଶେଷକରି ଜାପାନରେ ଉପଲବ୍ଧ ଅନେକ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ।  ଜାପାନୀ ଭାଷା ଦକ୍ଷତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଏବଂ ଜାପାନରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ର ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜାପାନୀ ଭାଷାରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ନାମରେ ନାମିତ ବର୍ତ୍ତମାନର ପାଠ୍ୟକ୍ରମ ହେଉଛି ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଯୋଜନା କରାଯାଇଥିବା ଡିପ୍ଲୋମା ଏବଂ ଆଡଭାନ୍ସ ଡିପ୍ଲୋମା କୁ ଅନ୍ତର୍ଭୁକ୍ତ କରୁଥିବା ଶୃଙ୍ଖଳାର ପ୍ରଥମ ପାଠ୍ୟକ୍ରମ।

ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ପ୍ରାରମ୍ଭିକ ପ୍ରବେଶ କ୍ଷମତା ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥିର କରାଯାଇଛି, ଯେଉଁଥିରେ ଅକ୍ଟୋବର ୯, ୨୦୨୩ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା ହେବ । ଏହି ପାଠ୍ୟକ୍ରମକୁ ଦୁଇଟି ବିଭାଗରେ ବିଭକ୍ତ କରାଯିବ, ଯେଉଁଥିରେ ପ୍ରତ୍ୟେକରେ ୩୦ ଜଣ ଛାତ୍ରଛାତ୍ରୀ ରହିବେ।

ଆସୋସିଏଟ୍ ପ୍ରଫେସର ତଥା ଇଂରାଜୀ ବିଭାଗମୁଖ୍ୟ ଡ. ନିର୍ଝରିଣୀ ତ୍ରିପାଠୀ କାର୍ଯ୍ୟକ୍ରମକୁ ଦକ୍ଷତାର ସହ ସଂଯୋଜନା କରିଥିବା ବେଳେ ଭାରପ୍ରାପ୍ତ ରେଜିଷ୍ଟ୍ରାର ପ୍ରଫେସର ଏନ୍ ସି ପଣ୍ଡା ଧନ୍ୟବାଦ ଅର୍ପଣ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏହି ନୂତନ ଶିକ୍ଷା କାର୍ଯ୍ୟକ୍ରମ ଆଶାଜନକ ସଫଳତା ପାଇବ ବୋଲି କହିଥିଲେ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026
Latest News

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.