Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ
ଅପରାଧ

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ

November 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ
ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ

ବାଲୁଗାଁ: ବାଲୁଗାଁ ଏନଏସି ଅନ୍ତର୍ଗତ ଆଇବି ରୋଡ ଓଭର ବ୍ରିଜ ନିକଟରେ ପାଟଣା ସାହି ଓ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉଗ୍ରରୂପ ଧାରଣ କରିଥିବା ବେଳେ ଗୋଟିଏ ଚା ପାନ ଦୋକାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ଖବର ମୁତାବକ ବାଲୁଗାଁ ପାଟଣା ସାହିର ସନ୍ତୋଷ ବେହେରା ତଳ ଦିନେ ଉମାମହେଶ୍ୱର ମନ୍ଦିର ଯାଉଥିବା ବେଳେ ପୂଜା କରିବାକୁ ନେଇ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକଙ୍କ ସହ ଝଗଡା ହୋଇଥିଲା। ସେବେ ଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

ତେବେ ସେହି ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ସନ୍ଧ୍ୟାରେ ନିଜ ଚା ପାନ ଦୋକାନରେ ସନ୍ତୋଷ ବେପାର କରୁଥିବା ବେଳେ କୁଲାକୁଣ୍ଢେଇ ନୂଆଗାଁର କିଛି ଯୁବକ ଅତର୍କିତ ଆକ୍ରମଣ କରିବା ସହ୍ ଦୋକାନ ଭଙ୍ଗାରୁଜା କରିଥିଲେ। ଖବର ପ୍ରଚାରିତ ହେବା ପରେ ସଂଘବଦ୍ଧ ହୋଇ ପାଟଣା ସାହି ଓ କୁଲାକୁଣ୍ଢେଇ ନୂଆଗାଁ ମଧ୍ୟରେ ହାତାହାତିରୁ ସଙ୍ଘର୍ଷରେ ପରିଣତ ହୋଇଥିଲା।

ଉଭୟ ପକ୍ଷରୁ ଢେଲା, ପଥର ଫୋଫଡା ଫିଙ୍ଗା ସାଙ୍ଗକୁ ଠେଙ୍ଗା ବାଡିରେ ରଣଭୂମି ପାଲଟି ଥିଲା। ଘଟଣା ସ୍ଥଳରେ ପିସିଆର ଓ ପୋଲିସ ସହାୟତା ୧୧୨ ଗାଡି ପହଞ୍ଚି ଗୋଷ୍ଠୀ ସଙ୍ଘର୍ଷକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଘଟଣା କ୍ରମଶଃ ଉଗ୍ରରୂପ ନେବାରେ ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡ଼ା ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ବିଶୃଙ୍ଖଳା ରୋକିବା ପାଇଁ ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା।

ଉକ୍ତ ଘଟଣା ନେଇ ପୁଲିସ ପକ୍ଷରୁ ଉଭୟ ଗୋଷ୍ଠୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଏନେଇ ଆଜି ପାଟଣା ସାହିର ସନ୍ତୋଷଙ୍କ ଅଭିଯୋଗକ୍ରମେ କେଶ ନ ୩୯୬/୨୫ ରେ କୁଲକୁଣ୍ଢେଇ ନୂଆଗାଁର ସ୍ଵାଧୀନ ଜାଲି, ଆଲୋକ କୁମାର ରାଉତ, ଦୀପକ ପଲେଇ ଏବଂ ଅପରପକ୍ଷ ଦୀପକ ପଲେଇଙ୍କ ଅଭିଯୋଗ କ୍ରମେ ପାଟଣା ସାହିର ସନ୍ତୋଷ ବେହେରା, ସଞ୍ଜୟ ବେହେରା ଲିଙ୍ଗରାଜ ବେହେରାଙ୍କୁ ୩୯୭/୨୫ ରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପରିଡା କହିଛନ୍ତି।

ଗୋଷ୍ଠୀ ସଂଘର୍ଷ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.