Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୱ।ର୍ଡ୍ ସଭ୍ୟ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମରେ ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ପୁରୁଣା ଗଣ୍ଡଗୋଳ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡିଛି। ଯାହାଫଳରେ ଉକ୍ତ ଗ୍ରାମର ପିଣ୍ଟୁ ଗୌଡ଼ ନାମକ ଜାଣେ ୱ।ର୍ଡ୍ ସଭ୍ୟ ଗୁରୁତର ଆହତ ହୋଇ ହିଞ୍ଜିଳି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିବା ସହ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରି ଏତଲା ନଂ ୭୦୩/୨୩ ଓ ୭୦୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ମାମଲା: ୯ ମହିଳାଙ୍କ ସମେତ ୧୮ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଗତକାଲି ଏକ ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଫଳରେ ଉକ୍ତ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିଲେ। ଏ ନେଇ ଉଭୟ ପକ୍ଷଙ୍କ ଦ୍ୱାରା ଦୁଇ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କ ବିରୋଧରେ କେସ ନମ୍ବର ୧୨୮/୨୩ ଏବଂ ୧୨୯/୨୩ ରେ ଦୁଇ ଗୋଟି ମାମଲା ରୁଜୁ କରି ତନାଘନା ଜାରି ରଖିଥିଲା। ଏପରିକି ଗ୍ରାମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଫୋର୍ସ ମୁତୟନ କରାଯାଇଥିଲା।

ତେବେ ଆଜି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ଉଭୟ ଗୋଷ୍ଠୀର ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତନ୍ମଧ୍ୟରୁ ୯ ମହିଳା ଓ ୯ ପୁରୁଷ ଅଭିଯୁକ୍ତ ଅଛନ୍ତି।  ତେବେ ଗିରଫଦାରି ଆହୁରି ବୃଦ୍ଧି ପାଇବ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।  ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଥିବା ବେଳେ ଗିରଫ ଭୟରେ ସେମାନେ ଫେରାର ହୋଇଯାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଦୁଇ ଆହତ, ଥାନାରେ ଏକାଧିକ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଜମି ବିବାଦକୁ କେନ୍ଦ୍ରକରି ଆଜି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି। ଉକ୍ତ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ଏ ନେଇ ଉଭୟ ପକ୍ଷଙ୍କ ଦ୍ୱାରା ଦୁଇ ଗୋଟି ପୃଥକ ଏତଲା ଦିଆଯାଇଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଜାରି ରଖିଛି।

ଥାନାରେ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଏକ ସରକାରୀ ଜାଗାକୁ କିଛି ବ୍ୟକ୍ତି ଅକ୍ତିଆର କରି ରଖିଥିବା ବେଳେ ଗ୍ରାମବାସୀ ଉକ୍ତ ଜାଗା ଗ୍ରାମବାସୀଙ୍କର ବୋଲି ଦାବି କରୁଛନ୍ତି। ଆଜି ଉକ୍ତ ଜାଗାରେ କୋଠ ନିର୍ମାଣକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥଲା। ଯାହାଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

ତେବେ ଅଦ୍ୟାବଧି ଏକାଧିକ ବ୍ୟକ୍ତି ଉକ୍ତ ଘଟଣାରେ ଅଟକ ଥିବା ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ଅପରପକ୍ଷେ ଗ୍ରାମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି।

Categories
ଅପରାଧ ଆଞ୍ଚଳିକ

ବ୍ରହ୍ମପୁର: ଆଙ୍କୁଲି ହାଇସ୍କୁଲ ଛକରେ ଗୋଷ୍ଠୀ ସଂଘର୍ଷ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଆଙ୍କୁଲି ହାଇସ୍କୁଲ ଛକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ହାଇସ୍କୁଲ ଛକରେ ନିକଟସ୍ଥ ପଣ୍ଡା କଲୋନୀର କିଛି ଯୁବକ ଓ ଆଙ୍କୁଲିର କିଛି ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଯେଉଁଥିରେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ସହ ଘଟଣାସ୍ଥଳରୁ ଗୋଟିଏ ମଟରସାଇକେଲ ଓ କାତି ଜବତ୍ କରିଛି। ଏହି ମାମଲାରେ କିଛି ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମା’ ନାରାୟଣୀଙ୍କ ପିଠରେ ବାଣପୁର ଏବଂ ବାଲୁଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ: ଏକାଧିକ ଆହତ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମା’ ନାରାୟଣୀଙ୍କ ମନ୍ଦିର ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଆହତ ହୋଇଛନ୍ତି। ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ତରଫରୁ ଭେଜିପୁଟ ଫାଣ୍ଡିରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି।

ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ ଘଟିକାରେ ମା’ ନାରାୟଣୀ ମନ୍ଦିର ପରିସରରେ ବାଣପୁର ଏକଡାଳିଆ ଗ୍ରାମର କିଛି ଶ୍ରଦ୍ଧାଳୁ ମାନେ ମା’ ଙ୍କ ପାଖେ ନିଜର ମାନସିକ ପୁରା କରିବା ପାଇଁ ଯାଇଥିଲେ। ସେହି ସମୟରେ ବାଲୁଗାଁର କିଛି ଯୁବକମାନେ ଉକ୍ତ ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିଲେ ଏବଂ ସେଠାରେ ଆଣିଥିବା ପାର୍ସଲ ଖାଦ୍ୟ ଖାଉଥିଲେ। ହଠାତ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଏବଂ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ଏକାଧିକ ଜଣ ଆହତ ହୋଇଥିବାସ୍ଥଳେ ଗୋଟେ ବାଇକ ସମ୍ପୂର୍ଣ ଚୁରମାର ହୋଇଯାଇଛି।

ଖବର ପାଇ ଘଟଣାସ୍ଥଳରେ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସଦଳବଳେ ପହଁଚି ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଥିଲେ। ଉଭୟ ଗୋଷ୍ଠୀର ଆହତମାନେ ବାଣପୁର ଏବଂ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହେଲେ ଏ ନେଇ ଖଲ୍ଲିକୋଟ ଥାନାରେ କେସ ନମ୍ବର ୪୦୭ ଏବଂ ୪୦୮ ରେ ଦୁଇ ଗୋଟି ମାମଲା ରୁଜୁହୋଇ ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।