Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ପୂର୍ବରୁ ୟୁଟୁବ୍ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହେବା ଦୁର୍ଭାଗ୍ୟଜନକ: ଓଷ୍ଟା
ଆଜିର ଖବର

ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ପୂର୍ବରୁ ୟୁଟୁବ୍ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହେବା ଦୁର୍ଭାଗ୍ୟଜନକ: ଓଷ୍ଟା

October 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଦ୍ୱାରା ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ବର୍ତ୍ତମାନ ଚାଲୁଅଛି। ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପ୍ରଶ୍ନପତ୍ର ପ୍ରସ୍ତୁତ କରି ସମସ୍ତ ବିଦ୍ୟାଳୟକୁ ପଠାଇଛି। ପ୍ରଶ୍ନପତ୍ରର ପ୍ୟାକେଟିଂ, ପ୍ରଶ୍ନପତ୍ରକୁ ଯୋଗାଇବାରେ ଯେଉଁ ବ୍ୟବସ୍ଥା କରାଯାଇଛି ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ। କିନ୍ତୁ ପରୀକ୍ଷା ହେବା ପୂର୍ବରୁ ୟୁଟୁବ୍ ମାଧ୍ୟମରେ ଏବଂ ବିଭିନ୍ନ ଜାଗାରେ ପ୍ରଶ୍ନପତ୍ର ମିଳିବା, ପ୍ରଶ୍ନପତ୍ର ସହିତ ତା’ର ଉତ୍ତର ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କ୍ଷୋଭର ସହିତ କହିଛନ୍ତି।

ସୂଚନାଥାଉକି, ପୂର୍ବଭଳି ଯେଉଁ ପରୀକ୍ଷା ହେଉଥିଲା ସେହି ପରୀକ୍ଷାକୁ ପରିବର୍ତ୍ତନ କରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପ୍ରଶ୍ନପତ୍ର ଯୋଗାଇବା ନିଜ ହାତକୁ ନେଲା। କିନ୍ତୁ ଏମିତି ପ୍ରଶ୍ନପତ୍ର ଖୋଲା ବଜାରରେ ଉପଲବ୍ଧ ହେବା ଛାତ୍ରଛାତ୍ରୀ, ଅଭିଭାବକଙ୍କ ତଥା ଶିକ୍ଷକ ସମସ୍ତଙ୍କ ଉପରେ ଏକ ମାନସିକ ଚାପ ସୃଷ୍ଟି କରୁଛି। ପ୍ରତ୍ୟେକ ଏକ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି। ଶିକ୍ଷକଟି ପରୀକ୍ଷା ପାଇଁ ଯାହା ପଢ଼ାଇଥିଲା ତା ପିଲାଟି ପରୀକ୍ଷା ଦେବ, ପରୀକ୍ଷାରେ ଭଲ ପ୍ରଦର୍ଶନ କରିବ ଏବଂ ଏହି ପରୀକ୍ଷା ତା ପାଇଁ ଏକ ସୁଯୋଗ। ପରୀକ୍ଷାରେ ସେ ଦେଖିବ ତା ପିଲାଟି କେତେ ପଢ଼ିଛି ଏବଂ ସଂପୃକ୍ତ ଶିକ୍ଷକଟି ପଢ଼ାଇବାରେ କେତେ ସକ୍ଷମ ହୋଇଛି ତାହା ପରିଖି ପାରିବ।

ମେଧାବୀ ପିଲାଟି ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ମାତ୍ର ୱେବ୍‌ସାଇଟ୍ ଜରିଆରେ ପରୀକ୍ଷାର ବହୁ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ଏପରିକି ପରୀକ୍ଷା ପୂର୍ବରୁ ଜେରକ୍ସ ହୋଇ ବିଭିନ୍ନ ଜାଗାରେ ଉପଲବ୍ଧ ହେଉଛି। ପିଲାମାନେ ପୂର୍ବଦିନ ରାତିରେ ଉକ୍ତ ପ୍ରଶ୍ନପତ୍ରକୁ ପଢ଼ି ଏବଂ ପ୍ରସ୍ତୁତ ହୋଇ ପରଦିନ ଉତ୍ତର ଦେଉଛନ୍ତି। ନା ଏଥିରୁ ପିଲାମାନଙ୍କର ଦକ୍ଷତା ମପାଯାଇ ପାରୁଛି ନା ରହିଯାଉଥିବା ଦୁର୍ବଳତାକୁ ସଂଶୋଧନ କରାଯାଇ ପାରୁଛି।

ବିଶେଷ କରି ଭଲପିଲାମାନଙ୍କୁ ଏହି ପରୀକ୍ଷା ନିରୁତ୍ସାହିତ କରୁଛି। ପରୀକ୍ଷାର ବହୁ ପୂର୍ବରୁ ପ୍ରଶ୍ନପତ୍ର ସହିତ ଉତ୍ତର ମିଳିବା ଯୋଗୁଁ ଛାତ୍ରଟି ବାଧ୍ୟ ହେଉଛି ଏଭଳି ଏକ କପିର ପ୍ରଶ୍ରୟ ନେବାକୁ। ନିର୍ଦ୍ଦିଷ୍ଟ ଏକ ପ୍ରଶ୍ନର ଉତ୍ତର ଜାଣିକରି ଆସି ପିଲାଟି ପରୀକ୍ଷା ଦେଉଛି। ପରୀକ୍ଷାପାଇଁ ପ୍ରସ୍ତୁତ ହେବା ତା ପାଇଁ ଆଉ ଆବଶ୍ୟକ ପଡୁନାହିଁ। ଏହା ଫଳରେ ପିଲାଟି ଯେଉଁ କଠିନ ପରିଶ୍ରମ କରିଥାନ୍ତା ସେଥିପାଇଁ ତାର ଆଗ୍ରହ ମଉଳି ଯାଉଛି। ଅଭିଭାବକଟି ମଧ୍ୟ ଜାଣି ପାରୁ ନାହିଁ ତା ପିଲାଟି ପରୀକ୍ଷା ପାଇଁ କେତେ ପ୍ରସ୍ତୁତ ହୋଇଛି।

ସମସ୍ତ ପ୍ରଶ୍ନର ଉତ୍ତର ବହୁ ପୂର୍ବରୁ ମିଳିଯାଉଥିବାରୁ ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ଦକ୍ଷତା ହ୍ରାସ ପାଉଛି। ଓଡ଼ିଶାରେ ଆଠ ହଜାରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟଳୟରେ ସାଢ଼େ ପାଞ୍ଚଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ବୋର୍ଡ଼ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି। ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି ପରୀକ୍ଷା ପରୀକ୍ଷା ଭଳି ହେବା ଉଚିତ। ଏହିଭଳି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକତାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରାଯାଉଛି। ଯଦି ଏହିଭଳି ଧାରାରେ ପରୀକ୍ଷା ଚାଲେ ତେବେ ପିଲାଟି କ’ଣ ପାଠ ପଢ଼ିବ, ଭବିଷ୍ୟତରେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସେ କିପରି ନିଜକୁ ପ୍ରସ୍ତୁତ କରିପାରିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ପରୀକ୍ଷା ନାମରେ ଏଭଳି ପ୍ରହସନକୁ ଶିକ୍ଷାବିତ୍‌ମାନେ ମଧ୍ୟ ଗ୍ରହଣ କରିପାରୁ ନାହାଁନ୍ତି। ଏହା ଫଳରେ ଓଡ଼ିଆ ମାଧ୍ୟମରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି। ପରୀକ୍ଷା ପ୍ରଶ୍ନପତ୍ର ଯେଭଳି ପ୍ରଘଟ ନହୁଏ ସେଥିପ୍ରତି ବୋର୍ଡ଼ କର୍ତ୍ତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ। ଗତକାଲି ଠାରୁ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରି ବସି ରହିଛି। କେଉଁଠି, କେଉଁ କାରଣରୁ ପ୍ରଶ୍ନପତ୍ର ପ୍ରଘଟ ହେଲା ବୋର୍ଡ଼ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଯେଉଁ ଅସାଧୁ ବ୍ୟକ୍ତିବିଶେଷ ଏହାକୁ ପ୍ରଘଟ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସରକାର ଉପଯୁକ୍ତ ଦଣ୍ଡ ବିଧାନ କରନ୍ତୁ। ପରୀକ୍ଷା ପ୍ରଶ୍ନପତ୍ର ଯୋଗାଇବା ନାମରେ ପିଲାମାନଙ୍କର ବୌଦ୍ଧିକତାକୁ ନଷ୍ଟ କରିବାର ଚକ୍ରାନ୍ତରୁ ସରକାର କ୍ଷାନ୍ତ ରହିବା ସହିତ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଲକ୍ଷ ଲକ୍ଷ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାର ଓ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଅର୍ଦ୍ଧବାର୍ଷିକ ପରୀକ୍ଷା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ୟୁଟୁବ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆର ପରାଜୟରେ ଭାରତକୁ ଲାଭ: ଜାଣନ୍ତୁ ଡବ୍ଲୁଟିସି ୨୦୨୫-୨୭ ପଏଣ୍ଟ ଟେବୁଲ

December 27, 2025

Train Capacity Doubling: ନଅ ଟି ସହରର ଟ୍ରେନ କ୍ଷମତା ବୃଦ୍ଧି ପାଇଁ ନିଷ୍ପତି କଲା ରେଳବାଇ

December 27, 2025

ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

December 27, 2025

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025
Latest News

ଅଷ୍ଟ୍ରେଲିଆର ପରାଜୟରେ ଭାରତକୁ ଲାଭ: ଜାଣନ୍ତୁ ଡବ୍ଲୁଟିସି ୨୦୨୫-୨୭ ପଏଣ୍ଟ ଟେବୁଲ

December 27, 2025

Train Capacity Doubling: ନଅ ଟି ସହରର ଟ୍ରେନ କ୍ଷମତା ବୃଦ୍ଧି ପାଇଁ ନିଷ୍ପତି କଲା ରେଳବାଇ

December 27, 2025

ଗୃହପାଳିତ ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

December 27, 2025

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025

କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.