Categories
ଆଜିର ଖବର ରାଜ୍ୟ ଖବର

ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ପୂର୍ବରୁ ୟୁଟୁବ୍ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହେବା ଦୁର୍ଭାଗ୍ୟଜନକ: ଓଷ୍ଟା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଦ୍ୱାରା ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ବର୍ତ୍ତମାନ ଚାଲୁଅଛି। ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପ୍ରଶ୍ନପତ୍ର ପ୍ରସ୍ତୁତ କରି ସମସ୍ତ ବିଦ୍ୟାଳୟକୁ ପଠାଇଛି। ପ୍ରଶ୍ନପତ୍ରର ପ୍ୟାକେଟିଂ, ପ୍ରଶ୍ନପତ୍ରକୁ ଯୋଗାଇବାରେ ଯେଉଁ ବ୍ୟବସ୍ଥା କରାଯାଇଛି ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ। କିନ୍ତୁ ପରୀକ୍ଷା ହେବା ପୂର୍ବରୁ ୟୁଟୁବ୍ ମାଧ୍ୟମରେ ଏବଂ ବିଭିନ୍ନ ଜାଗାରେ ପ୍ରଶ୍ନପତ୍ର ମିଳିବା, ପ୍ରଶ୍ନପତ୍ର ସହିତ ତା’ର ଉତ୍ତର ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କ୍ଷୋଭର ସହିତ କହିଛନ୍ତି।

ସୂଚନାଥାଉକି, ପୂର୍ବଭଳି ଯେଉଁ ପରୀକ୍ଷା ହେଉଥିଲା ସେହି ପରୀକ୍ଷାକୁ ପରିବର୍ତ୍ତନ କରି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପ୍ରଶ୍ନପତ୍ର ଯୋଗାଇବା ନିଜ ହାତକୁ ନେଲା। କିନ୍ତୁ ଏମିତି ପ୍ରଶ୍ନପତ୍ର ଖୋଲା ବଜାରରେ ଉପଲବ୍ଧ ହେବା ଛାତ୍ରଛାତ୍ରୀ, ଅଭିଭାବକଙ୍କ ତଥା ଶିକ୍ଷକ ସମସ୍ତଙ୍କ ଉପରେ ଏକ ମାନସିକ ଚାପ ସୃଷ୍ଟି କରୁଛି। ପ୍ରତ୍ୟେକ ଏକ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି। ଶିକ୍ଷକଟି ପରୀକ୍ଷା ପାଇଁ ଯାହା ପଢ଼ାଇଥିଲା ତା ପିଲାଟି ପରୀକ୍ଷା ଦେବ, ପରୀକ୍ଷାରେ ଭଲ ପ୍ରଦର୍ଶନ କରିବ ଏବଂ ଏହି ପରୀକ୍ଷା ତା ପାଇଁ ଏକ ସୁଯୋଗ। ପରୀକ୍ଷାରେ ସେ ଦେଖିବ ତା ପିଲାଟି କେତେ ପଢ଼ିଛି ଏବଂ ସଂପୃକ୍ତ ଶିକ୍ଷକଟି ପଢ଼ାଇବାରେ କେତେ ସକ୍ଷମ ହୋଇଛି ତାହା ପରିଖି ପାରିବ।

ମେଧାବୀ ପିଲାଟି ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ମାତ୍ର ୱେବ୍‌ସାଇଟ୍ ଜରିଆରେ ପରୀକ୍ଷାର ବହୁ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ଏପରିକି ପରୀକ୍ଷା ପୂର୍ବରୁ ଜେରକ୍ସ ହୋଇ ବିଭିନ୍ନ ଜାଗାରେ ଉପଲବ୍ଧ ହେଉଛି। ପିଲାମାନେ ପୂର୍ବଦିନ ରାତିରେ ଉକ୍ତ ପ୍ରଶ୍ନପତ୍ରକୁ ପଢ଼ି ଏବଂ ପ୍ରସ୍ତୁତ ହୋଇ ପରଦିନ ଉତ୍ତର ଦେଉଛନ୍ତି। ନା ଏଥିରୁ ପିଲାମାନଙ୍କର ଦକ୍ଷତା ମପାଯାଇ ପାରୁଛି ନା ରହିଯାଉଥିବା ଦୁର୍ବଳତାକୁ ସଂଶୋଧନ କରାଯାଇ ପାରୁଛି।

ବିଶେଷ କରି ଭଲପିଲାମାନଙ୍କୁ ଏହି ପରୀକ୍ଷା ନିରୁତ୍ସାହିତ କରୁଛି। ପରୀକ୍ଷାର ବହୁ ପୂର୍ବରୁ ପ୍ରଶ୍ନପତ୍ର ସହିତ ଉତ୍ତର ମିଳିବା ଯୋଗୁଁ ଛାତ୍ରଟି ବାଧ୍ୟ ହେଉଛି ଏଭଳି ଏକ କପିର ପ୍ରଶ୍ରୟ ନେବାକୁ। ନିର୍ଦ୍ଦିଷ୍ଟ ଏକ ପ୍ରଶ୍ନର ଉତ୍ତର ଜାଣିକରି ଆସି ପିଲାଟି ପରୀକ୍ଷା ଦେଉଛି। ପରୀକ୍ଷାପାଇଁ ପ୍ରସ୍ତୁତ ହେବା ତା ପାଇଁ ଆଉ ଆବଶ୍ୟକ ପଡୁନାହିଁ। ଏହା ଫଳରେ ପିଲାଟି ଯେଉଁ କଠିନ ପରିଶ୍ରମ କରିଥାନ୍ତା ସେଥିପାଇଁ ତାର ଆଗ୍ରହ ମଉଳି ଯାଉଛି। ଅଭିଭାବକଟି ମଧ୍ୟ ଜାଣି ପାରୁ ନାହିଁ ତା ପିଲାଟି ପରୀକ୍ଷା ପାଇଁ କେତେ ପ୍ରସ୍ତୁତ ହୋଇଛି।

ସମସ୍ତ ପ୍ରଶ୍ନର ଉତ୍ତର ବହୁ ପୂର୍ବରୁ ମିଳିଯାଉଥିବାରୁ ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ଦକ୍ଷତା ହ୍ରାସ ପାଉଛି। ଓଡ଼ିଶାରେ ଆଠ ହଜାରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟଳୟରେ ସାଢ଼େ ପାଞ୍ଚଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ବୋର୍ଡ଼ ପରୀକ୍ଷାର ସମ୍ମୁଖୀନ ହେଉଛନ୍ତି। ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର କହିଛନ୍ତି ପରୀକ୍ଷା ପରୀକ୍ଷା ଭଳି ହେବା ଉଚିତ। ଏହିଭଳି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକତାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରାଯାଉଛି। ଯଦି ଏହିଭଳି ଧାରାରେ ପରୀକ୍ଷା ଚାଲେ ତେବେ ପିଲାଟି କ’ଣ ପାଠ ପଢ଼ିବ, ଭବିଷ୍ୟତରେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସେ କିପରି ନିଜକୁ ପ୍ରସ୍ତୁତ କରିପାରିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ପରୀକ୍ଷା ନାମରେ ଏଭଳି ପ୍ରହସନକୁ ଶିକ୍ଷାବିତ୍‌ମାନେ ମଧ୍ୟ ଗ୍ରହଣ କରିପାରୁ ନାହାଁନ୍ତି। ଏହା ଫଳରେ ଓଡ଼ିଆ ମାଧ୍ୟମରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି। ପରୀକ୍ଷା ପ୍ରଶ୍ନପତ୍ର ଯେଭଳି ପ୍ରଘଟ ନହୁଏ ସେଥିପ୍ରତି ବୋର୍ଡ଼ କର୍ତ୍ତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ। ଗତକାଲି ଠାରୁ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରି ବସି ରହିଛି। କେଉଁଠି, କେଉଁ କାରଣରୁ ପ୍ରଶ୍ନପତ୍ର ପ୍ରଘଟ ହେଲା ବୋର୍ଡ଼ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଯେଉଁ ଅସାଧୁ ବ୍ୟକ୍ତିବିଶେଷ ଏହାକୁ ପ୍ରଘଟ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସରକାର ଉପଯୁକ୍ତ ଦଣ୍ଡ ବିଧାନ କରନ୍ତୁ। ପରୀକ୍ଷା ପ୍ରଶ୍ନପତ୍ର ଯୋଗାଇବା ନାମରେ ପିଲାମାନଙ୍କର ବୌଦ୍ଧିକତାକୁ ନଷ୍ଟ କରିବାର ଚକ୍ରାନ୍ତରୁ ସରକାର କ୍ଷାନ୍ତ ରହିବା ସହିତ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଲକ୍ଷ ଲକ୍ଷ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାର ଓ ବୋର୍ଡ଼ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ୧୮୩୮ ପରୀକ୍ଷାର୍ଥୀ ଦେଲେ ଦଶମ ଶ୍ରେଣୀ ସମ୍ମେଟିଭ-୧ ପରୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ବୁଧବାର ଠାରୁ ସମ୍ମେଟିଭ-୧ପରୀକ୍ଷା ଆରମ୍ଭ ହୋଇଛି। ଉକ୍ତ ପରୀକ୍ଷା ସରକାର ନୂତନ ଭାବେ ଚଳିତ ବର୍ଷଠାରୁ ଆରମ୍ଭ କରିଛନ୍ତି। ଯାହାକି ପିଲା ମାନକର ଦକ୍ଷତା ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ରହିପାରିବ।

କରୋନା ଭଳି ମହାମାରୀ ସମୟରେ ପରୀକ୍ଷା ନ ହୋଇପାରିବାରୁ ପିଲାମାନଙ୍କର ଦକ୍ଷତା ମାପିବା ଶିକ୍ଷା ବିଭାଗ ଦ୍ଵାରା କଷ୍ଟକର ହୋଇପଡିଥିଲା। ତେଣୁ ଉକ୍ତ ପରୀକ୍ଷା ମାଧ୍ୟମରେ ପ୍ରତେକ ଛାତ୍ରଛାତ୍ରୀ ଙ୍କର ଦକ୍ଷତା ସରକାରଙ୍କ ପାଖରେ ମହଜୁଦ ରହିବ ବୋଲି ବିଇଓ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକରେ ସମୁଦାୟ ୮ଟି ସେଣ୍ଟର କରାଯିବା ସହ ବ୍ଲକର ସମୁଦାୟ ୧୮୫୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୩୮ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ବେଳେ ୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିନଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରକାଶ ପାଇଲା ICSE ଦଶମ ଶ୍ରେଣୀର ଫଳାଫଳ: ଏମିତି ଯାଞ୍ଚ କରନ୍ତୁ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ICSE ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି। ଏଥିପାଇଁ ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ୍ cisce.org ଏବଂ results.cisce.org କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।

ଚଚଳିତ ବର୍ଷ ୧୦ମ ଶ୍ରେଣୀରେ ଝିଅମାନେ ଭଲ ରେଜଲ୍ଟ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୯.୯୮ % ରହିଥିବାବେଳେ, ଛାତ୍ରଙ୍କ ପାସ୍ ହାର ୯୯.୯୭ ପ୍ରତିଶତ ରହିଛି।

ଫଳାଫଳ କିପରି ଯାଞ୍ଚ କରିବେ ଜାଣନ୍ତୁ?:

– ପ୍ରଥମେ ଅଫିସିଆଲ୍ ୱେବସାଇଟ୍- results.cisce.org କିମ୍ବା cisce.org ପରିଦର୍ଶନ କରନ୍ତୁ।

– ବର୍ତ୍ତମାନ ଆପଣଙ୍କର ଶ୍ରେଣୀ ବାଛନ୍ତୁ ଏବଂ ଫଳାଫଳ ଲିଙ୍କରେ କ୍ଲିକ୍ କରନ୍ତୁ।

– ଲଗଇନ୍ ୱିଣ୍ଡୋରେ, ଆପଣଙ୍କର ID, ଇଣ୍ଡେକ୍ସ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରବେଶ କରନ୍ତୁ।

– ICSE, ISC ସେମିଷ୍ଟାର 2 ଫଳାଫଳ ପରଦାରେ ଦେଖାଯିବ।

– ଫଳାଫଳ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ସନ୍ଦର୍ଭ ପାଇଁ ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ।

Categories
CBSE10TH CBSE12th ICSE10th ICSE12th ଆଜିର ଖବର ରାଜ୍ୟ ଖବର

୪ ଦିନ ହେବ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଆସନ୍ତାକାଲି ଠାରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ହେବ। ପ୍ରତ୍ୟେକ ଦିନ ୨ ଟି ସିଟିଙ୍ଗରେ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ପରୀକ୍ଷା ପ୍ରଶ୍ନ ପତ୍ର ନୋଡାଲ ସେଣ୍ଟରକୁ ଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୩୦୯୩ କେନ୍ଦ୍ରରେ ମୋଟ ୫ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିନ୍ତୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଅନୁମତି ନାହିଁ। କେବଳ ପରୀକ୍ଷା କେନ୍ଦ୍ର ଅଧିକ୍ଷକ ସର୍ତ୍ତମୂଳକ ଭାବେ ମୋବାଇଲ ରଖିପାରିବେ।

Categories
StateBoard ଆଜିର ଖବର ରାଜ୍ୟ ଖବର

ଆସନ୍ତା ୫ ତାରିଖରେ ଦଶମ ଶ୍ରେଣୀ ଆସେସମେଣ୍ଟ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତା ୫ ତାରିଖରେ ହିଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ସରକାରୀ ବିଦ୍ୟାଳୟଗୁଡିକରେ କଟକଣାକୁ କଡାକଡି କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ବିଦ୍ୟାଳୟଗୁଡିକରେ କରୋନା କଟକଣାକୁ କଡାକଡି କରାଯାଉଛି। ଏଥିପାଇଁ ନିୟମିତ ଡିଇଓମାନଙ୍କ ସହ ଆଲୋଚନା ଜାରି ରହିଛି। ସବୁ ସ୍କୁଲକୁ ଏନେଇ ଆଲର୍ଟ କରାଯାଉଛି।

ସରକାରୀ ସ୍କୁଲରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ସେତେଟା ଦେଖାଯାଇନି। କିନ୍ତୁ କରୋନା କଟକଣାକୁ ମାନି ଦଶମ ଆସେସମେଣ୍ଟ ପରୀକ୍ଷା କରାଯିବ। ଯଦି ମାର୍ଚ୍ଚରେ ବାର୍ଷିକ ପାରିକ୍ଷା ହୋଇପାରିବ ନାହିଁ, ତେବେ ଏହି ପରୀକ୍ଷାର ଫଳାଫଳ ଅନୁଯାୟୀ ମୂଲ୍ୟାଙ୍କନ କରାଯିବ। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତି ଏପର୍ଯ୍ୟନ୍ତ  ହୋଇନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ସୂଚୀ ଘୋଷଣା କଲା ବୋର୍ଡ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଣିକି ନୂଆ ଢାଞ୍ଚାରେ ହେବ। ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ। ବର୍ଷକୁ ୨ଟି ସମ୍ମେଟିଭ୍‌ ପରୀକ୍ଷା ଦେବ। ଫରମେଟିଭ୍ ଓ ସମ୍ମେଟିଭ୍‌ ପରୀକ୍ଷାର ମାର୍କକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

୧- ନଭେମ୍ବର ୨୨ ତାରିଖ:

ପ୍ରଥମ ସିଟିଂ- ଦ୍ଵିତୀୟ ଭାଷା

ଦ୍ଵିତୀୟ ସିଟିଂ- ସମାଜିକ ବିଜ୍ଞାନ

୨- ନଭେମ୍ବର ୨୩ ତାରିଖ:

ପ୍ରଥମ ସିଟିଂ- ପ୍ରଥମ ଭାଷା

ଦ୍ଵିତୀୟ ସିଟିଂ- ଗଣିତ ପରୀକ୍ଷା

୩- ନଭେମ୍ବର ୨୪ ତାରିଖ:

ପ୍ରଥମ ସିଟିଂ- ତୃତୀୟ ଭାଷା

ଦ୍ଵିତୀୟ ସିଟିଂ- ସାଧାରଣ ବିଜ୍ଞାନ

ତେବେ ମୋଟ୍‌ ୪୦ ନମ୍ବର ମାର୍କର ପରୀକ୍ଷା ହେବ। ୨୦ ମାର୍କର ସବ୍‌ଜେଟିଭ୍‌ ଓ ୨୦ ମାର୍କର ଅବ୍‌ଜେଟିଭ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। କିନ୍ତୁ ଖାତା ମୂଲ୍ୟାୟନ ଅନ୍ୟ ସ୍କୁଲରେ ହେବ। ଖାତା ମୂଲ୍ୟାୟନ ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ।

ତେବେ ଦଶମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା ହେବ। ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ଼ ସଭାପତି ରାମାଶିଷ ହାଜେରା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଏହି ଦିନଠାରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ପରୀକ୍ଷା

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଖୁବ୍ ଶୀଘ୍ର ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ସୂଚୀ ପ୍ରକାଶ କରିପାରେ। ୨୦୨୨ ମସିହାରେ ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପ୍ରଥମ ଅବଧି ନଭେମ୍ବର ୧୫ ନଭେମ୍ବର ୨୦୨୧ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ, ବୋର୍ଡ ଏହି ସପ୍ତାହ ଶେଷ ସୁଦ୍ଧା ତାରିଖ ସୂଚୀ ପ୍ରକାଶ କରିବ, ଯାହା ଛାତ୍ରମାନେ cbse.gov.in ୱେବସାଇଟରେ ଦେଖିପାରିବେ।

ଚଳିତ ବର୍ଷ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଏହା ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିବ। ନଭେମ୍ବର ୧୫ ରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ୫୦% ସିଲାବସ୍ ପରୀକ୍ଷା ହେବ। ଏହି ପରୀକ୍ଷା ଏକାଧିକ ପସନ୍ଦ ପ୍ରଶ୍ନ ରେ ହେବ ଏବଂ ସମସ୍ତ ଛାତ୍ରଙ୍କୁ ଓଏମଆର ସିଟ୍ ପୂରଣ କରିବାକୁ ପଡିବ। ଏଥି ସହିତ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମାର୍ଚ୍ଚ-ଏପ୍ରିଲ ୨୦୨୨ ରେ କରାଯିବ। ଏହା ଏକ ଲିଖିତ କାଗଜ ହେବ ଯାହାକି ୨ ଘଣ୍ଟା ହେବ। ଉଭୟ ଶବ୍ଦର ସଂଖ୍ୟାକୁ ମିଶାଇ ସିବିଇଏସଇ ଦଶମ ଶ୍ରେଣୀ ଏବଂ ଦ୍ଵାଦଶ ଶ୍ରେଣୀର ଫଳାଫଳ ଘୋଷଣା କରାଯିବ।

ଅନେକ ମିଡିଆ ରିପୋର୍ଟ ଅନୁଯାୟୀ, ସିବିଏସ୍ଇ ଶୀଘ୍ର ପ୍ରଥମ ଅବଧି ପାଇଁ ତାରିଖ ସୂଚୀ ପ୍ରକାଶ କରିବ। ଏପର୍ଯ୍ୟନ୍ତ ବୋର୍ଡ ଏ ବାବଦରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରି ନାହିଁ, କିନ୍ତୁ ଅକ୍ଟୋବର ୧୫ ତାରିଖ ପୂର୍ବରୁ ଏହା ଜାରି କରାଯିବ ବୋଲି ଆଶା କରାଯାଉଛି। ଏହା ସହିତ ବିଦ୍ୟାଳୟଗୁଡ଼ିକ ମଧ୍ୟ ସିବିଏସଇ ର ସରକାରୀ ବିଜ୍ଞପ୍ତି ପାଇଁ ଅପେକ୍ଷା କରିଛନ୍ତି।

ସୂଚନା ଅନୁଯାୟୀ, ଏହି ପରୀକ୍ଷା ଅଫଲାଇନ୍ ମୋଡ୍ ମାଧ୍ୟମରେ କରାଯିବ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ବିଦ୍ୟାଳୟରୁ ଏହି ପରୀକ୍ଷା ଦେବାକୁ ପଡିବ। ବୋର୍ଡ ଦ୍ୱାରା ସମସ୍ତ ବିଦ୍ୟାଳୟକୁ ଓଏମଆର ସିଟ୍ ଏବଂ ପ୍ରଶ୍ନପତ୍ର ଦିଆଯିବ। ବୋର୍ଡ କିମ୍ବା ବିଦ୍ୟାଳୟ ଦ୍ୱାରା ଉତ୍ତର ଖାତା ଦିଆଯିବ କି ନାହିଁ ତାହା ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୁହାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା: ବିରୋଧ କଲା ଓଷ୍ଟା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧିନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସିବିଏସଇ ଭଳି  ବିଏସଇ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲା। କରୋନା ଯୋଗୁଁ ବିଏସଇ ବୋର୍ଡ ପରିକ୍ଷାକୁ ବିଏସଇ ବାତିଲ କରିଦେଇଥିଲା। ହେଲେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ନେଇ ବିଏସଇ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ବିବରଣୀ ମାଗିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଏସଇ ନିର୍ଦ୍ଦେଶ ଦେଇଛି।

ବୋର୍ଡ଼ ଦ୍ଵାରା ନିର୍ଦ୍ଧାରିତ ଫର୍ମାଟରେ ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରସ୍ତୁତ ଲାଗି ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ସେହି ଫର୍ମାଟରେ ସ୍କୁଲର ନାମ, ନମ୍ବର ଓ ରୋଲ ନମ୍ବର ଆଦି ରହିଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ମାଧ୍ୟମରେ ନିର୍ଦ୍ଧେଶ ଦେଇଛି।। ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷାର ନମ୍ବର ମାଗିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ହୋଇଛି। ଉଭୟ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ନମ୍ବରକୁ ପ୍ରଧାନ ଶିକ୍ଷକମାନେ ଦାଖଲ କରିବା ପାଇଁ ଡିଇଓଙ୍କୁ କୁହାଯାଇଛି। ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଫର୍ମାଟ ଦାଖଲ କରିବାକୁ କୁହାଯାଇଛି।

କିନ୍ତୁ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ ଦ୍ଵାରା କରାଯାଇଥିବା ପ୍ରକ୍ରିୟାକୁ ଓଷ୍ଟା ବିରୋଧ କରିଛି। ଏହି ପ୍ରକ୍ରିୟାକୁ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି ବିରୋଧ କରିଛନ୍ତି। ଗୋଟିଏ ଦିନରେ ଫର୍ମାଟ କିପରି ପ୍ରସ୍ତୁତ କରାଯାଇପାରିବ ବୋଲି ଓଷ୍ଟା ସମ୍ପାଦକ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା!: ସ୍ଥଗିତ ହେଲା ଦ୍ଵାଦଶ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏହା ସହ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଗଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।

ଦ୍ଵାଦଶ ପରୀକ୍ଷା ପାଇଁ ଆସନ୍ତା ଜୁନ ୧ ତାରିଖରେ ସମୀକ୍ଷା କରାଯିବ। ସେହିଭଳି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ, ତାହା ବୋର୍ଡ ସ୍ଥିର କରିବ। ମୁଖ୍ୟତଃ ଅବଜେକ୍ଟିଭ ପ୍ରଶ୍ନ ମାଧ୍ୟମରେ ପରୀକ୍ଷା କରି ପାଶ କରାଯିବ। କିନ୍ତୁ ବୋର୍ଡ ଦ୍ଵାରା ଦିଆଯାଇଥିବା ମାର୍କରେ ପିଲା ସନ୍ତୁଷ୍ଟ ନ ହେଲେ ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରୀକ୍ଷାକୁ ସ୍ଥଗିତ କିମ୍ବା ବାତିଲ କରିବା ପାଇଁ ଦାବି କରି ଆସୁଥିଲେ।

Categories
ଆଜିର ଖବର

ନିର୍ଦ୍ଧାରିତ ତାରିଖରେ ହେବ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ତାରିଖରେ ଦଶମ ଏବଂ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ତାରିଖରେ ପରିବର୍ତ୍ତନ ହେବ ନାହିଁ। ମେ ୩ ତାରିଖରୁ ଆରମ୍ଭ ହୋଇ ଦଶମ ପରୀକ୍ଷା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଜୁନ ୧୨ ତାରିଖରେ ଶେଷ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା: ୧୦ ତାରିଖରେ ପ୍ରକାଶିତ ହେବ ପରୀକ୍ଷା ଫଳ

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପରୀକ୍ଷା ଚାଲିବ। ପ୍ରତିଦିନ ଦୁଇଟି ଲେଖାଏଁ ସିଟିଂ ପରୀକ୍ଷା କରାଯାଉଛି।

ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏଁ ଚାଲିବ। ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ‌ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ।

ପ୍ରାୟ ୬ ହଜାରରୁ ଅଧିକ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ସ୍କୁଲରେ ଏହି ପରୀକ୍ଷା କରାଯାଉଛି। ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ସାମ୍ଭାବ୍ୟ ପ୍ରଶ୍ନପତ୍ର ଢାଞ୍ଚାରେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ।

ତେବେ ଆସନ୍ତା ୮ ତାରିଖ ଓଷ୍ଟା ୱେବସାଇଟରେ ossta.in ପ୍ରି-ବୋର୍ଡ ପରୀକ୍ଷାର ଆଦର୍ଶ ଉତ୍ତର ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଲେଖିଥିବା ଉତ୍ତରକୁ ନିଜେ ସମୀକ୍ଷା କରିବେ। ଶିକ୍ଷକମାନେ ମଧ୍ୟ ସେହି ଆଦର୍ଶ ଉତ୍ତର ମାଧ୍ୟମରେ ଖାତା ମୂଳ୍ୟାୟନ କରିବେ। ସମଗ୍ର ରାଜ୍ୟରେ ଅପ୍ରେଲ ୧୦ ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶିତ ହେବ। ଉତ୍ତରକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଦିଆଯିବ।

ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାକୁ ଆଧାର କରି ବୋର୍ଡ ପରୀକ୍ଷାରେ ଆହୁରି ଅଧିକ ନମ୍ବର ରଖିବାକୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଶିକ୍ଷକମାନେ ଯୋଗାଇ ଦେବେ। ସେହିଭଳି ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅପ୍ରେଲ ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।