ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା!: ସ୍ଥଗିତ ହେଲା ଦ୍ଵାଦଶ ପରୀକ୍ଷା

Published: Apr 14, 2021, 2:06 pm IST

ନୂଆଦିଲ୍ଲୀ: ବାତିଲ ହେଲା ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏହା ସହ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଗଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।

ଦ୍ଵାଦଶ ପରୀକ୍ଷା ପାଇଁ ଆସନ୍ତା ଜୁନ ୧ ତାରିଖରେ ସମୀକ୍ଷା କରାଯିବ। ସେହିଭଳି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ, ତାହା ବୋର୍ଡ ସ୍ଥିର କରିବ। ମୁଖ୍ୟତଃ ଅବଜେକ୍ଟିଭ ପ୍ରଶ୍ନ ମାଧ୍ୟମରେ ପରୀକ୍ଷା କରି ପାଶ କରାଯିବ। କିନ୍ତୁ ବୋର୍ଡ ଦ୍ଵାରା ଦିଆଯାଇଥିବା ମାର୍କରେ ପିଲା ସନ୍ତୁଷ୍ଟ ନ ହେଲେ ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରୀକ୍ଷାକୁ ସ୍ଥଗିତ କିମ୍ବା ବାତିଲ କରିବା ପାଇଁ ଦାବି କରି ଆସୁଥିଲେ।

Related posts