ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିତି ଆୟୋଗ ବୈଠକରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ନିଜର ଏକଜିଦିଆ ପଣର ଆଉ ଏଖ ନିଦର୍ଶନ ଦେଖାଇଛନ୍ତି ମମତା। ଉଲ୍ଲେଖଯୋଗ୍ୟ ଯେ, ଜୁନ୍ 15 ତାରିଖରେ ନିତି ଆୟୋଗର ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲେଖିଥିବା ପତ୍ରରେ ମମତା ବୈଠକରେ ଯୋଗ ନଦେବା ନେଇ ଜଣାଇଛନ୍ତି। ନିତି ଆୟୋଗର କୌଣସି ଅର୍ଥନୈତିକ ଶକ୍ତି ନାହିଁ ଏବଂ ଏହା କୌଣସି ରାଜ୍ୟକୁ ଅର୍ଥନୈତିକ ସହାୟତା କରିପାରିବ ନାହିଁ ବୋଲି ଚିଠିୁରେ ଉଲ୍ଲେଖ କରିଛନ୍ତି ମମତା। ରାଜ୍ୟର ଅର୍ଥନୈତିକ ବିକାଶରେ କୌଣସି ଅବଦାନ ପ୍ରଦାନ କରୁନଥିବା ବୈଠକରେ ଯୋଗ ଦେବାର କୌଣସି ଫାଇଦା ନାହିଁ ବୋଲି କହିବା ସହିତ ଏହି ବୈଠକ ବର୍ଜନ କରିଛନ୍ତି ମମତା। ବିଗତ ସାଢେ 4 ବର୍ଷର ନିତି ଆୟୋଗ ଅଭିଜ୍ଞତାରୁ ମତେ ଲାଗୁଛି ନିତି ଆୟୋଗର ଉପସ୍ଥିତି ଭିତ୍ତିହୀନ। ଏହା ବଦଳରେ ସମ୍ବିଧାନରେ ରହିଥିବା ଧାରା 263 ଅନୁଯାୟୀ ଆନ୍ତଃରାଜ୍ୟ କମିଟି ସଠିକ୍ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜୁନ୍ 15 ତାରିଖରେ ଅନୁଷ୍ଠିତ ହେବ।