Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ ଗବେଷକ
ଆଜିର ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୨୨ ଗବେଷକ

October 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
soa university
ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୧ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୩ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୨ରେ ୧୬ ଜଣ ଗବେଷକ ଏହି ତାଲିକାରେ ଅନ୍ତଭୁର୍କ୍ତ କରିିଥିଲେ ।

ଏମାନଙ୍କ ମଧ୍ୟରୁ ଗତ ତିନି ବର୍ଷ ଧରି ସୋଆର ୯ ଜଣ ଗବେଷକ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଏହି ଗବେଷକମାନେ ହେଲେ ସୋଆର ପ୍ରଥମ କୁଳପତି ତଥା ନିର୍ଦ୍ଦେଶକ (ଗବେଷଣା) ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କିଶୋର ଦାଶ, ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ, ସୋଆର ପୂର୍ବତନ କୁଳପତି ତଥା ବର୍ତମାନର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ), ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର ।

ସେହିପରି ୨୦୨୨ ତାଲିକାରେ ଅନ୍ତଭୁର୍କ୍ତ ଥାଇ ୨୦୨୩ ର ଏହି ସମ୍ମାନ ଜନକ ତାଲିକାରେ ପୁଣି ସାମିଲ ହୋଇଥିବା ଗବେଷକମାନେ ହେଲେ ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ମନୋହର ମିଶ୍ର, ଡଃ ସୁଲଗ୍ନା ପଟ୍ଟନାୟକ ଓ ଡକ୍ଟର ଦୀପ୍ତି ପ୍ରଭା ସାହୁ ।

ତେବେ ପ୍ରଥମ ଥର ପାଇଁ ଏହି ତାଲିକାରେ ସୋଆର ଅନ୍ୟ ୮ ଜଣ ଗବେଷକଙ୍କ ନାମ ମଧ୍ୟ ସାମିଲ ହୋଇଛି । ସେମାନେ ହେଲେ ପ୍ରଫେସର ରେଣୁ ଶର୍ମା, ପ୍ରଫେସର ସୌରଭ ପଣ୍ଡା, ଡକ୍ଟର ଶୁଭଶ୍ରୀ ଚୌଧୁରୀ, ଡକ୍ଟର ଶେଷଦେବ ସାହୁ, ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ, ଡକ୍ଟର ଭିନୀତ କୁମାର ରାୟ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇଥିବା ସମସ୍ତ ୨୨ ଜଣ ଗବେଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରୀ ରହିଥିବା ଗବେଷଣା କାର୍ଯ୍ୟକୁ ଏହି ସମ୍ମାନ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ।

ଚଳିତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଫେସର କୁଳମଣି ପରିଡା ଓ ପ୍ରଫେସର ଲାଲା ବିହାରୀ ଶୁକ୍ଲା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଓ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ । ପ୍ରଫେସର ଚୌଧୁରୀ ଆପ୍ଲାଏଡ୍ ଫିଜିକ୍ସ ଏବଂ ପ୍ରଫେସର ନିହାରବାଳା ଦେବୀ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ଜାରୀ ରଖିଛନ୍ତି ।

ପ୍ରଫେସର ରାଜଶ୍ରୀ ଦାସ, ପ୍ରଫେସର ପ୍ରଫେସର ବିନୋଦ କୁମାର ସାହୁ ଓ ପ୍ରଫେସର ସତ୍ୟରଞ୍ଜନ ମିଶ୍ର ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ମନୋଜ କୁମାର ନାୟକ, ଡକ୍ଟର ମନୋହର ମିଶ୍ର, ଡକ୍ଟର ଶେଷଦେବ ସାହୁ, ଡକ୍ଟର ଶୁଭଶ୍ରୀ ଚୌଧରୀ ଓ ଡକ୍ଟର ଏସ୍‌.କେ. ପରିଡା ଆସୋସିଏଟ୍ ପ୍ରଫେସର ଭାବେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ କାର୍ଯ୍ୟରତ ।

ସେହିପରି ପ୍ରଫେସର ଗୌତମ ରଥ ବର୍ତମାନ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଫାର୍ମାସ୍ୟୁଟିକ୍ସ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଡକ୍ଟର ଦୀପ୍ତିପ୍ରଭା ସାହୁ ସେହି କେନ୍ଦ୍ରରେ ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି ।

ପ୍ରଫେସର ଶୁକ୍ଳା ବର୍ତମାନ ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।

ପ୍ରଫେସର ଚୌଧୁରୀ ୟୁକେର ୟୁନିଭର୍ସିଟି ଅଫ୍ ଏଡନ୍‌ବର୍ଗରୁ ପିଏଚ୍‌ଡି ହାସଲ କରିଥିବା ବେଳେ ଆଇଆଇଟି, ଖଡଗପୁରର ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତମାନ ଆଇଟିଇଆର୍‌ର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ।

ପ୍ରଫେସର ରେଣୁ ଶର୍ମା ଆଇଟିଇଆରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

ପ୍ରଫେସର ସୌରଭ ପଣ୍ଡା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ପ୍ରଫେସର ଭାବେ ଅବସ୍ଥାପିତ । ସେହିପରି ଡକ୍ଟର ମୃତ୍ୟୁଞ୍ଜୟ ସାହାଣୀ ସୋଆର ସେଂଟର ଫର୍ ଇନ୍‌ଟେରନେଟ୍ ଅଫ୍ ଥିଙ୍ଗ୍‌ସ (ସିଆଇଓଟି)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡକ୍ଟର ଭିନୀତ କୁମାର ରାୟ, ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏବଂ ଡକ୍ଟର ସତ୍ୟବ୍ରତ ସୁବୁଦ୍ଧି ରିସର୍ଚ୍ଚ ସାଇନ୍‌ଟିଷ୍ଟ ଭାବେ କାର୍ଯ୍ୟରତ ।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୮ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବୋରାଟୋରୀ ରହିଛି ।

ଆମେରିକା ଶିକ୍ଷା ଓ ଅନୁସନ୍ଧାନ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.