
ଖୋର୍ଦ୍ଧା: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ ଟା ସମୟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଉପସ୍ଥିତ ଥିଲେ।
ମୁଖ୍ୟ କୃଷି ଅଧିକାରୀ ସମସ୍ତ ଅତିଥିଙ୍କୁ ଅଭିବାଦନ ଦେବା ପରେ ପରେ ଜିଲ୍ଲାପାଳ ସମସ୍ତଙ୍କୁ ପାରାକ୍ଵାଟ ଏକ ମାରାତ୍ମକ କୀଟନାଶକ ଘାସମରା ବିଷାକ୍ତ ଔଷଧ। ଏହା ଗ୍ରାମାକ୍ସନ/ଫାୟାର ଷ୍ଟର୍ମ/ପାରାଜୋନ ନାମରେ ପରିଚିତ। ଏହାର ବ୍ୟବହାର ଜାଣତରେ/ଅଜାଣତରେ ବହୁତ କ୍ଷତିକାରକ।
ତେଣୁ ସବୁ ସ୍ତରରେ ଏହାର ବ୍ୟବହାର/ ବିକ୍ରି/ ପ୍ରୟୋଗ ନିଷେଧ ଜରୁରୀ ବୋଲି ଘୋଷଣା କରିଥିଲେ। ଛାପା/ବୈଦ୍ୟୁତିକ ଗଣମାଧ୍ୟମଙ୍କ ସହାୟତା ଲୋଡ଼ିଥିଲେ। ସ୍କ୍ଵାଡ ଗଠନ କରାଯାଇ ଏହି ଜିଲ୍ଲାରେ କେତେ ଡିଲର ଏହାକୁ ରଖିଛନ୍ତି, ସଠିକ ତଥ୍ୟ ରଖି ସେମାନଙ୍କୁ ବ୍ୟବହାର/ ବିକ୍ରି/ ପ୍ରୟୋଗ ନକରିବାକୁ ଡାଗିଦ କରିଥିଲେ।
ଆଜି ପର୍ଯ୍ୟନ୍ତ ଏହାର ଆଣ୍ଟିଡଟ ବାହାରି ନଥିବାରୁ ଏହାର ପ୍ରଚାର ଏବଂ ପ୍ରସାର କରାଯିବାର ଆବଶ୍ୟକତା ରହିଛି।