Categories
ଆଜିର ଖବର ରାଜ୍ୟ ଖବର

ପାରାକ୍ଵାଟ କୀଟନାଶକ ର ବ୍ୟବହାର ନିଷେଧ ଉପରେ ଜରୁରୀ ବୈଠକ

ଖୋର୍ଦ୍ଧା: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ ଟା ସମୟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଉପସ୍ଥିତ ଥିଲେ।

ମୁଖ୍ୟ କୃଷି ଅଧିକାରୀ ସମସ୍ତ ଅତିଥିଙ୍କୁ ଅଭିବାଦନ ଦେବା ପରେ ପରେ ଜିଲ୍ଲାପାଳ ସମସ୍ତଙ୍କୁ ପାରାକ୍ଵାଟ ଏକ ମାରାତ୍ମକ କୀଟନାଶକ ଘାସମରା ବିଷାକ୍ତ ଔଷଧ। ଏହା ଗ୍ରାମାକ୍ସନ/ଫାୟାର ଷ୍ଟର୍ମ/ପାରାଜୋନ ନାମରେ ପରିଚିତ। ଏହାର ବ୍ୟବହାର ଜାଣତରେ/ଅଜାଣତରେ ବହୁତ କ୍ଷତିକାରକ।

ତେଣୁ ସବୁ ସ୍ତରରେ ଏହାର ବ୍ୟବହାର/ ବିକ୍ରି/ ପ୍ରୟୋଗ ନିଷେଧ ଜରୁରୀ ବୋଲି ଘୋଷଣା କରିଥିଲେ। ଛାପା/ବୈଦ୍ୟୁତିକ ଗଣମାଧ୍ୟମଙ୍କ ସହାୟତା ଲୋଡ଼ିଥିଲେ। ସ୍କ୍ଵାଡ ଗଠନ କରାଯାଇ ଏହି ଜିଲ୍ଲାରେ କେତେ ଡିଲର ଏହାକୁ ରଖିଛନ୍ତି, ସଠିକ ତଥ୍ୟ ରଖି ସେମାନଙ୍କୁ ‌ ବ୍ୟବହାର/ ବିକ୍ରି/ ପ୍ରୟୋଗ ନକରିବାକୁ ଡାଗିଦ କରିଥିଲେ।

ଆଜି ପର୍ଯ୍ୟନ୍ତ ଏହାର ଆଣ୍ଟିଡଟ ବାହାରି ନଥିବାରୁ ଏହାର ପ୍ରଚାର ଏବଂ ପ୍ରସାର କରାଯିବାର ଆବଶ୍ୟକତା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ରାଜନୈତିକ ହଲଚଲ: ଜରୁରୀ ବୈଠକ ଡାକିଲା କଂଗ୍ରେସ

ରାୟପୁର: ଛତିଶଗଡ କଂଗ୍ରେସର ଏକ ଜରୁରୀ ବୈଠକ ଡକାଯାଇଛି। ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସୈଲଜାଙ୍କ ଉପସ୍ଥିତିରେ ସିଏମ୍ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ କଂଗ୍ରେସ ମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ବୈଠକରେ ଯୋଗଦେବା ପାଇଁ ମନ୍ତ୍ରୀ ଟି.ଏସ୍ ସିଂଦେବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି।

ତେବେ ଏହି ବୈଠକ କେଉଁ ପ୍ରସଙ୍ଗରେ ଅନୁଷ୍ଠିତ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ବିଧାନସଭା ବାଚସ୍ପତି ଡକ୍ଟର ଚରଣଦାସ ମହନ୍ତ ମଧ୍ୟ ସିଏମ୍ ହାଉସରେ ପହଞ୍ଚିଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଘଟିଥିବା ଏହି ବୈଠକ ଯୋଗୁଁ ହଠାତ୍ ହଲଚଲ ଦେଖାଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଞ୍ଚର ଜରୁରୀ ବୈଠକ: ରାଜ୍ୟ ସରକାରଙ୍କୁ ଦେଲେ ଚେତାବନୀ

ଖୋର୍ଦ୍ଧା: ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଞ୍ଚର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଆଶୋକ କୁମାର ପଣ୍ଡାଙ୍କ ଆହ୍ଵାନକ୍ରମେ ଜିଲ୍ଲାର ସାତ ଗୋଟି ବ୍ଲକ ଯଥା ବୋଲଗଡ଼, ବେଗୁନିଆ, ଖୋର୍ଦ୍ଧା, ଜଟଣୀ, ଟାଙ୍ଗି, ଚିଲିକା ଓ ବାଣପୁର ଅମଲାମାନଙ୍କୁ ନେଇ ଏକ ଜରୁରୀ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି।

ତେବେ ଏହି ବୈଠକରେ ଅମଲାମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ଯଦି ଆସନ୍ତା ୨୧ ତାରିଖ ଭିତରେ ଅମଲାମାନଙ୍କର ଏକମାତ୍ର ଦାବି ୪୨୦୦ ଗ୍ରେଡ ପେ’ ବିଚାରକୁ ନ ନିଅନ୍ତି, ତାହାଲେ ଆସନ୍ତା ୨୨ତାରିଖରୁ କଳା ବାଚ୍ ପରିଧାନ କରି ପ୍ରତିବାଦ କରାଯିବ। ଏବଂ ଜୁନ ପହିଲାରୁ ସମୂହ ଛୁଟିରେ ଯାଇ ଜିଲ୍ଲାର ସମସ୍ତ ଦପ୍ତରକୁ ଅଚଳ କରିଦିଆଯିବା ପାଇଁ ଚେତାବନୀ ଦିଆଯାଇଛି।

ଉକ୍ତ ବୈଠକରେ ଗୋବର୍ଦ୍ଧନ ପରିଡ଼ା, ସୁରମ୍ୟ ରଞ୍ଜନ ପ୍ରଧାନ, ଲଲାଟେନ୍ଦୁ କର, ସବ୍ୟସାଚୀ ଧଳ, ମନୋରଞ୍ଜନ ପଣ୍ଡା, ଅର୍ଜ୍ଜୁନ ମହାରଣା, କଳ୍ପନା ପରିଡ଼ା, ବାବୁଲି ପଟ୍ଟନାୟକ ଏପରି ୧୦୦ ରୁ ଉର୍ଦ୍ଧ୍ଵ ସମସ୍ତ ବିଭାଗରୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଦୋଳନ ଶେଷ ହେବା ଉପରେ ସସପେନ୍ସ!: ଜରୁରୀ ବୈଠକ ଡାକିଲା କୃଷକ ସଂଗଠନ, ବଡ ଘୋଷଣା ସମ୍ଭବ

ନୂଆଦିଲ୍ଲୀ: ନୂତନ କୃଷି ଆଇନ ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବାରେ ସସପେନ୍ସ ଲାଗିରହିଛି। ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆଜି ଅପରାହ୍ନରେ ଏକ ବୈଠକ ଡାକିଛି। କିନ୍ତୁ ଏହାପୂର୍ବରୁ ସକାଳ ୧୦ ଟାରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ପାଞ୍ଚ ଜଣିଆ କମିଟିର ଜରୁରୀକାଳୀନ ବୈଠକ ଡକାଯାଇଛି। ଏଥିରେ କିଛି ବଡ ଘୋଷଣା ସମ୍ଭବ। ଏହାପରେ ଅପରାହ୍ନ ୨ ଟାରେ କୃଷକମାନଙ୍କର ଏକ ବଡ ବୈଠକ ହେବାକୁ ଯାଉଛି, କିନ୍ତୁ ଏହାର ଚାରି ଘଣ୍ଟା ପୂର୍ବରୁ ଏହି ଜରୁରୀକାଳୀନ ବୈଠକ ଡକାଯାଇଛି।

୩୬ ରବି ଶଙ୍କର ଶୁକ୍ଲା ଲେନରେ ଅବସ୍ଥିତ ଅଲ ଇଣ୍ଡିଆ କିଷାନ ମୋର୍ଚ୍ଚା କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ କିଷାନ ମୋର୍ଚ୍ଚାର ନେତାମାନେ କହିଥିଲେ ଯେ, ସରକାରଙ୍କ ସହ ସହମତି ହେଉପାରୁନାହିଁ। ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କ୍ଷେତ୍ରରେ ସହମତି ହେଉପାରୁନାହିଁ। ଏହାପୂର୍ବରୁ ସରକାର ଚାଷୀଙ୍କ ଦାବି ଉପରେ ପାଞ୍ଚ ପଏଣ୍ଟ ଡ୍ରାଫ୍ଟ ପଠାଇଥିଲେ, ଯାହା ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଦ୍ୱାରା ଆଲୋଚନା କରାଯାଇଥିଲା। ଏହା ପରେ କୃଷକମାନେ ସେମାନଙ୍କର ଅସନ୍ତୋଷକୁ ସରକାରଙ୍କ ନିକଟକୁ ପଠାଇଲେ। ଏଭଳି ପରିସ୍ଥିତିରେ ଆଜି ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସରକାରଙ୍କ ସହ ଆଲୋଚନା ପରେ ପୁନଃ ସମନ୍ୱୟ ସମ୍ଭବ।

ଚାଷୀଙ୍କ ଦାବି କ’ଣ?:

୧- ଏମଏସପି ଉପରେ ଆଇନ ପ୍ରଣୟନ କରିବାକୁ କମିଟିରେ ଅନ୍ୟ କୃଷକ ସଂଗଠନ ନହେବା ଉଚିତ ବୋଲି ଚାଷୀଙ୍କ ଦାବି ରହିଛି।

୨- କ୍ଷତିପୂରଣ ପାଇଁ ପଞ୍ଜାବ ମଡେଲକୁ ଗ୍ରହଣ କରନ୍ତୁ।

୩- ଚାଷୀଙ୍କ ବିରୋଧରେ କେସ୍ ଫେରସ୍ତ ହେବ।